Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୁକୁରଙ୍କ ଆଶ୍ରୟସ୍ଥଳ ପାଲଟିଛି ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିରବ
ଆଞ୍ଚଳିକ

କୁକୁରଙ୍କ ଆଶ୍ରୟସ୍ଥଳ ପାଲଟିଛି ପ୍ରସିଦ୍ଧ ଶକ୍ତିପୀଠ ମା’ ଭଗବତୀ ମନ୍ଦିର: ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ନିରବ

September 29, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଗତ ଦୁଇ ଦିନ ତଳେ ଖୋର୍ଦ୍ଧା ଜିଲ୍ଲା ବାଣପୁରସ୍ଥିତ ପ୍ରସିଦ୍ଧ ଶକ୍ତି ପୀଠ ମା’ ଭଗବତୀ ମନ୍ଦିର ପରିସରରେ ଅବସ୍ଥିତ ଏଣ୍ଡାଓମେଣ୍ଟ କାର୍ଯ୍ୟାଳୟ ସମ୍ମୁଖରେ ଚପଲ ରଖିବା ଖବର ‘ସମୀକ୍ଷା’ ରେ ପ୍ରକାଶିତ ହୋଇଥିଲା। ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ମନ୍ଦିର ପରିଚାଳନା ଦାୟିତ୍ୱରେ ଥିବା ବେଳେ ତାଙ୍କରି କାର୍ଯ୍ୟାଳୟ ସମ୍ମୁଖରେ ଅବାଧ ଚପଲ ପ୍ରବେଶ ଭକ୍ତଙ୍କ ଧାର୍ମିକ ଭାବନାକୁ ମର୍ମାହତ କରିଛି। ତେବେ ଆଶ୍ଚର୍ଯ୍ୟର କଥା ଓଡ଼ିଶାର ଏହି ପ୍ରସିଦ୍ଧ ଶକ୍ତିପିଠ ଯାହାକି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବର୍ତ୍ତମାନ ୫-ଟି ଉପକ୍ରମରେ ସାମିଲ ହୋଇଛି, ହେଲେ ସେଠାରେ ଏବେ ବିଭିନ୍ନ ଅନିୟମିତତା ଖୋଦ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଜାଣତରେ ହେଉଥିବାର ଅଭିଯୋଗ ହେଉଛି।

ତେବେ ଗତକାଲି ଅପରାହ୍ନରେ ପୁଣି ଏକ ଲଜ୍ୟାଜନକ ଦୃଶ୍ୟ ମନ୍ଦିର ପରିସରରେ ଦେଖିବାକୁ ମିଳିଛି। ମା’ ଙ୍କ ନାଟମଣ୍ଡପରେ ଯେଉଁଠି ଭକ୍ତମାନେ ବସି ଆଶୀର୍ବାଦ ଲାଭ କରନ୍ତି ସେଠାରେ ଏକ କୁକୁର ଶୋଇଥିବାର ଦେଖିବାକୁ ମିଳିଛି। ଉକ୍ତ ଦୃଶ୍ୟ ରାଜ୍ୟର କୋଣଅନୁକୋଣରୁ ଆସୁଥିବା ଭକ୍ତ ଏବଂ ସ୍ଥାନୀୟ ଅଞ୍ଚଳବାସିଙ୍କ ବିଶ୍ୱାସକୁ ଶକ୍ତ କୁଠାରଘାତ ଦେଇଛି।

ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଦ୍ୱାରା ପରିଚାଳିତ ଉକ୍ତ ଶକ୍ତିପିଠ ମଧ୍ୟରେ ନାଟମଣ୍ଡପ ପର୍ଯ୍ୟନ୍ତ କୁକୁର କିପରି ପ୍ରବେଶ କରୁଛି। ସରକାରଙ୍କ ଦ୍ୱାରା ନିଯୁକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ କରୁଛନ୍ତି କଣ? ଯେଉଁ ମନ୍ଦିରକୁ ଖୋଦ ୫-ଟି ସଚିବ ଭିକେ ପାଣ୍ଡିଆନ ପରିଦର୍ଶନ କରି ଉନ୍ନୟନ ପାଇଁ ଅନୁଦାନ ଘୋଷଣା କରୁଛନ୍ତି, କିନ୍ତୁ ସେପଟେ ଏପରି ଦୃଶ୍ୟ ମା’ ଭଗବତୀ ମନ୍ଦିରର ଛବିକୁ ମଳିନ କରିଛି।

ବର୍ତ୍ତମାନ ମା’ ଭଗବତୀଙ୍କ ଶାରଦୀୟ ପର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ ମନ୍ଦିର ପରିସରରେ ଏପରି ଦୃଶ୍ୟ ଭକ୍ତ ମାନଙ୍କୁ ବ୍ୟଥିତ କରିଛି। ମା’ ଭଗବତୀ ମନ୍ଦିର ଖୋର୍ଦ୍ଧା ଜିଲ୍ଲାର ଗୌରବ ସାଜିଥିବା ବେଳେ ଜିଲ୍ଲା ପ୍ରଶାସନ ଏବଂ ଏଣ୍ଡାଓମେଣ୍ଟ ସଭାପତି ତଥା ସ୍ଥାନୀୟ ତହସିଲଦାର ଏ ଦିଗରେ କଣ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ବାକି ରହିଲା।

ଖୋର୍ଦ୍ଧା ଜିଲ୍ଲା ପ୍ରସିଦ୍ଧ ଶକ୍ତିପୀଠ ବାଣପୁର ମା’ ଭଗବତୀ ମନ୍ଦିର ସମୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମିଶ୍ରଣ ପର୍ବ: ମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଲେ ବହୁ ବିଜେଡ଼ି କାଉନସିଲର

June 10, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026

ଅଗ୍ନି ବିପନ୍ନଙ୍କୁ ରେଡ଼କ୍ରସ ପକ୍ଷରୁ ସହାୟତା

June 7, 2026

ପାରିବାରିକ କଳହର କରୁଣ ପରିଣତି: ବାପ ପୁଅଙ୍କ ଆତ୍ମହତ୍ୟା, ଏକାଠି ଜଳିଲା ଜୁଇ 

June 6, 2026
Latest News

SIR’ କାର୍ଯ୍ୟକ୍ରମ ଅଧୀନରେ ବି.ଏଲ.ଓ.ଙ୍କ ଠାରୁ ପରିଗଣନା ଫର୍ମ ଗ୍ରହଣ କଲେ ପଞ୍ଚାୟତିରାଜ ମନ୍ତ୍ରୀ

June 11, 2026

ଅହମ୍ମଦାବାଦ ବିମାନବନ୍ଦରକୁ ମେଟ୍ରୋ ସଂଯୋଗ ପାଇଁ ପର୍ଯ୍ୟାୟ-୨ଏ ପ୍ରକଳ୍ପକୁ କ୍ୟାବିନେଟ୍‌ର ମଞ୍ଜୁରୀ

June 11, 2026

ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦୀଙ୍କ କାର୍ଯ୍ୟକାଳ: ଜାଣନ୍ତୁ ସରକାରର ଐତିହାସିକ ନିଷ୍ପତ୍ତି

June 11, 2026

ନାକଟିଦେଉଳରେ ବ୍ଲକ୍ ସ୍ତରୀୟ ଲକ୍ଷପତି ଦିଦି କର୍ମଶାଳା

June 11, 2026

ଆଜି ଜୁନ ୧୧ ତାରିଖ ଗୁରୁବାରରେ ଏହି ପାଞ୍ଚୋଟି ରାଶିର ଦୂର ହେବ ସମସ୍ତ ଦୁଃଖ

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.