Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଲଟଣ ପଡିଆରେ ଚଢାଉ କରି ଗଞ୍ଜେଇ ଜବତ କଲା ବାଣପୁର ପୋଲିସ, ଅଭିଯୁକ୍ତ ଗିରଫ
ଆଞ୍ଚଳିକ

ପଲଟଣ ପଡିଆରେ ଚଢାଉ କରି ଗଞ୍ଜେଇ ଜବତ କଲା ବାଣପୁର ପୋଲିସ, ଅଭିଯୁକ୍ତ ଗିରଫ

October 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ବାଣପୁର ପୋଲିସ ଏକାଧିକ ପଦକ୍ଷେପ ହାତକୁ ନେଇଛି। ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିଶା ବେପାରିଙ୍କୁ ଧରିବା ପାଇଁ ପଇଁତରା ମାରୁଥିବା ବେଳେ ଆଜି ବାଣପୁରର ଛାତି କୁହାଯାଉଥିବା ପଲଟନ ପଡିଆରୁ ପୋଲିସ ଗଞ୍ଜେଇ ଜବତ କରିଛି।

ପଲଟନ ପଡିଆରେ ଗଞ୍ଜେଇ କାରବାର ହେଉଥିବାର ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ବିଶ୍ୱନାଥ ବେହେରା (୪୫) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଜଣକ ଏକ ସ୍କୁଟି ଯୋଗେ ଉକ୍ତ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୩୫୬/୨୩ ରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନା ଥାଉକି ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ବାଣପୁର ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ମାମଲା ସାମ୍ନାକୁ ଆସିଛି ଏବଂ ଏହାକୁ ଗୁରୁତର ସହ ନେଇଛି ପୋଲିସ।  ଆଗକୁ ଯେପରି ପୁନଶ୍ଚ ଏପରି ମାମଲା ବାଣପୁରରେ ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି।

ଅଭିଯୁକ୍ତ ଗିରଫ ଗଞ୍ଜେଇ ଜବତ ପଲଟଣ ପଡିଆ ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁରରେ ମଣ୍ଡଳ ସ୍ତରୀୟ ଯୁବ ମହୋତ୍ସବ -୨୦୨୫ ଅନୁଷ୍ଠିତ

November 22, 2025

ବାଲୁଗାଁ ମହାବିଦ୍ୟାଳୟରେ ବିଶ୍ୱ ଦର୍ଶନ ଦିବସ ଓ ଜାତୀୟ ସମ୍ପାନ

November 21, 2025

ଅର୍ଜୁନ ସ୍ନାତକ ମହାବିଦ୍ୟାଳୟ କଦଳୀଗଡ଼ରେ ଆତ୍ମ ସୁରକ୍ଷା ତାଲିମ୍ ପ୍ରଶିକ୍ଷଣ ଶିବିର

November 19, 2025

ବିଧବା ମହିଳାକୁ ପ୍ରତାରଣା: ଅଭିଯୁକ୍ତ ଗିରଫ

November 19, 2025
Latest News

ଆଇଏଫଏଫଆଇ ଗୋଆରେ ପ୍ରଦର୍ଶିତ ହେଲା ଓଡ଼ିଆ ଚଳଚ୍ଚିତ୍ର ମାଳିପୁଟ ମେଲୋଡ଼ିଜ୍

November 23, 2025

ଜେ.ପି. ନଡ୍ଡାଙ୍କ ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସୌଜନ୍ୟମୂଳକ ସାକ୍ଷାତ, ସ୍ୱାସ୍ଥ୍ୟ ଉନ୍ନୟନ ଉପରେ ଆଲୋଚନା

November 23, 2025

ଆଜି ନଭେମ୍ବର ୨୩ ତାରିଖ ରବିବାର ଦିନ ସାତୋଟି ରାଶିର ବ୍ୟକ୍ତିମାନଙ୍କ ପାଇଁ ରହିଛି ଖୁସି ଖବର

November 23, 2025

ବାଲୁଗାଁରେ ଗୋଷ୍ଠୀ ସଂଘର୍ଷ, ୬ ଗିରଫ

November 22, 2025

ସାମାଜିକ ସୁରକ୍ଷା ସଂହିତା, ୨୦୨୦: ସାର୍ବଜନୀନ ଏବଂ ଅନ୍ତର୍ଭୁକ୍ତ ସାମାଜିକ ସୁରକ୍ଷା ଦୃଷ୍ଟିକୋଣ

November 22, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.