Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ପଲଟଣ ପଡିଆରେ ଚଢାଉ କରି ଗଞ୍ଜେଇ ଜବତ କଲା ବାଣପୁର ପୋଲିସ, ଅଭିଯୁକ୍ତ ଗିରଫ
ଆଞ୍ଚଳିକ

ପଲଟଣ ପଡିଆରେ ଚଢାଉ କରି ଗଞ୍ଜେଇ ଜବତ କଲା ବାଣପୁର ପୋଲିସ, ଅଭିଯୁକ୍ତ ଗିରଫ

October 1, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ବେଆଇନ ନିଶା କାରବାର ଉପରେ ରୋକ ଲଗାଇବା ପାଇଁ ବାଣପୁର ପୋଲିସ ଏକାଧିକ ପଦକ୍ଷେପ ହାତକୁ ନେଇଛି। ଆଇଆଇସି ରମେଶ ଚନ୍ଦ୍ର ଦେବତାଙ୍କ ନିର୍ଦ୍ଦେଶକ୍ରମେ ପୋଲିସ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ନିଶା ବେପାରିଙ୍କୁ ଧରିବା ପାଇଁ ପଇଁତରା ମାରୁଥିବା ବେଳେ ଆଜି ବାଣପୁରର ଛାତି କୁହାଯାଉଥିବା ପଲଟନ ପଡିଆରୁ ପୋଲିସ ଗଞ୍ଜେଇ ଜବତ କରିଛି।

ପଲଟନ ପଡିଆରେ ଗଞ୍ଜେଇ କାରବାର ହେଉଥିବାର ଖବର ପାଇ ପୋଲିସ ସଙ୍ଗେସଙ୍ଗେ ଉକ୍ତ ସ୍ଥାନରେ ଚଢ଼ାଉ କରି ଅଭିଯୁକ୍ତ ବିଶ୍ୱନାଥ ବେହେରା (୪୫) ଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୨ କେଜି ଗଞ୍ଜେଇ ଜବତ କରିଛି। ଅଭିଯୁକ୍ତ ଜଣକ ଏକ ସ୍କୁଟି ଯୋଗେ ଉକ୍ତ ଗଞ୍ଜେଇ ଚାଲାଣ କରୁଥିବା ବେଳେ ପୋଲିସ ତାଙ୍କୁ ଗିରଫ କରିଥିଲା।

ଗିରଫ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡ଼ିପିଏସ ଅଧିନିୟମ ଅନୁଯାୟୀ କେସ ନମ୍ବର ୩୫୬/୨୩ ରେ ଏକ ମାମଲା ରୁଜୁ କରାଯାଇଛି।

ସୂଚନା ଥାଉକି ବହୁ ବର୍ଷ ପରେ ପ୍ରଥମ ଥର ପାଇଁ ବାଣପୁର ଥାନା ଅଞ୍ଚଳରେ ଗଞ୍ଜେଇ ଚୋରାଚାଲାଣ ମାମଲା ସାମ୍ନାକୁ ଆସିଛି ଏବଂ ଏହାକୁ ଗୁରୁତର ସହ ନେଇଛି ପୋଲିସ।  ଆଗକୁ ଯେପରି ପୁନଶ୍ଚ ଏପରି ମାମଲା ବାଣପୁରରେ ନହୁଏ, ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ବୋଲି ଆଇଆଇସି ଶ୍ରୀ ଦେବତା କହିଛନ୍ତି।

ଅଭିଯୁକ୍ତ ଗିରଫ ଗଞ୍ଜେଇ ଜବତ ପଲଟଣ ପଡିଆ ବାଣପୁର ପୋଲିସ
Share. Facebook Twitter LinkedIn Email WhatsApp Copy Link

Related Posts

ଗୋଦାବରୀଶ ମହାବିଦ୍ୟାଳୟର ୬୩ ତମ ପ୍ରତିଷ୍ଠାର ଉଦଯାପନ ଦିବସ

July 28, 2026

ବାଲୁଗାଁ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ

July 23, 2026

ବାଣପୁର: ଉତ୍ତରାୟଣୀ ପୀଠରେ ଭାଜପାର ବନ୍ଧୁ ମିଳନ କାର୍ଯ୍ୟକ୍ରମ

July 20, 2026

ବାଣପୁର-ବାଲୁଗାଁ ରୋଟାରୀ କ୍ଲବର ଗଠନମୂଳକ ସଭା

July 20, 2026
Latest News

Odisha CM Meets Amit Shah: ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

July 31, 2026

ରେଳ ଯାତ୍ରୀଙ୍କ ପାଇଁ ସହଜ ହେବ ଯାତ୍ରା: ଗୋଟିଏ ଆପ୍ ରେ ପାଇବେ ସବୁ ପ୍ରକାର ସୁବିଧା

July 31, 2026

SCO ଶିଖର ସମ୍ମିଳନୀ ପାଇଁ ପାକିସ୍ତାନ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ମୋଦି?: ଇସଲାମାବାଦ କରୁଛି ପ୍ରସ୍ତୁତି!

July 31, 2026

CJP ପ୍ରତିବାଦ ସମୟରେ ହିଂସା ମାମଲା: ଦୁଃଖ ବଖାଣିଲେ ଆହତ ପୋଲିସ ଅଧିକାରୀଙ୍କ ପରିବାର

July 31, 2026

CWG 2026: ଆଜି ସେମିଫାଇନାଲରେ ଖେଳିବେ ୧୦ ଭାରତୀୟ ବକ୍ସର, ଜାଣନ୍ତୁ କାର୍ଯ୍ୟସୂଚୀ

July 31, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.