Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଟାଙ୍ଗୀ ବିଦ୍ୟାଳୟ ପରିସରରେ ଓଡିଶା ପୋଲିସର ସାଇବର କ୍ରାଇମ ସଚେତନତା ଶିବିର
ଆଞ୍ଚଳିକ

ଟାଙ୍ଗୀ ବିଦ୍ୟାଳୟ ପରିସରରେ ଓଡିଶା ପୋଲିସର ସାଇବର କ୍ରାଇମ ସଚେତନତା ଶିବିର

October 11, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link
cyber
ଟାଙ୍ଗୀ ବିଦ୍ୟାଳୟ ପରିସରରେ ଓଡିଶା ପୋଲିସର ସାଇବର କ୍ରାଇମ ସଚେତନତା ଶିବିର

ଟାଙ୍ଗୀ: ଆଜି ଟାଙ୍ଗୀ ଦୂର୍ଗାଚରଣ ଚିଲିକା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଓଡିଶା ପୋଲିସ ଦ୍ବାରା ସାଇବର ଅପରାଧ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଚଳିତ ମାସ ପହିଲା ଠାରୁ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ସାଇବର ଅପରାଧ ସଂପର୍କରେ ସଚେତନତା ଶିବିର ହେଉଥିବା ବେଳେ ଆଜି ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଛି।

ଏଥିରେ ମୂଖ୍ୟ ଅତିଥି ଭାବେ ପୋଲିସ ମୂଖ୍ୟ କାର୍ଯ୍ୟାଳୟ ଡିଏସପି ଜୌସ୍ନା କାଉରି,ବାଲୁଗାଁ ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର,ଟାଂଗୀ ଆଇଆଇସି ସୁଶାନ୍ତ କୁମାର ବେହେରା, ଟାଂଗୀ ଦୂର୍ଗାଚରଣ ଚିଲିକା ଉଚ ମାଧ୍ୟମିକ ବିଦ୍ୟାଳୟ ର ଅଧ୍ୟକ୍ଷ ସିତାଶୁଂ ଭୁଷଣ ନନ୍ଦ ପ୍ରମୂଖ ଅତିଥି ଭାବେ ଯୋଗଦେଇ ସାଇବର ଅପରାଧ କିପରି ରୋକାଯାଇପାରିବ ଓ ପ୍ରତ୍ୟେକ କିପରି ଏହି ଅପରାଧ ରେ ଛନ୍ଦି ନହେବେ ଏପରିକି କେହି ଯଦି ସାଇବର ଅପରାଧ ରେ ପଡିଯାଇଛି କିପରି ନିଜକୁ ରକ୍ଷା କରିପାରିବେ ସେ ସଂପର୍କରେ ସଚେତନ କରିଥିଲେ।

ଇନଫରମେସନ ଟେକ୍ନୋଲୋଜି ପ୍ରଫେସନାଲ କେ ଦିନେସ ଯୋଗଦେଇ ସାଇବର ଅପରାଧ ରେ ଗୁରୁତର ଭାବେ ଠକାମିର ର ଶିକାର ହେଉଥିବା ଓ ଅନଲାଇନ ମାଧ୍ୟମରେ ଇଲେକ୍ଟୋନିକ ସାଇବର ଠକେଇ ରୁ ନିଜକୁ କିପରି ରକ୍ଷା କରାଯାଇପାରିବ ସେ ସଂପର୍କରେ ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ସତର୍କ କରାଇଥିଲେ।ସାଇବର ଠକେଇ ର ଶିକାର ହେଲେ ଏକ ଘଣ୍ଟା ମଧ୍ୟରେ ସ୍ଥାନିୟ ପୋଲିସ କୁ ଜଣାଇପାରିଲେ ୨୪ ଘଣ୍ଟା୍ ମଧ୍ୟରେ ଠକେଇ ର ପର୍ଦାଫାସ ହୋଇପାରିବ ବୋଲି ସୂଚନା ଦିଆଯାଇଥିଲା।

୧୯୩୦ ଟୋଲ ଫ୍ରି ନମ୍ବର ରେ ସାଇବର ଠକେଇ ସଂପର୍କରେ ଜଣାଇବା ପାଇଁ ସମସ୍ତଙ୍କୁ ଅବଗତ କରାଯାଇଥିଲା। ଇଭେଣ୍ଟ କୋଅଡିନେଟର ରତ୍ନେସ ଜଗଦଲା ସଚେତନତା କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଭିନ୍ନ ମନୋରଞ୍ଜନ କାର୍ଯ୍ୟକ୍ରମ କରାଯାଇଥିଲା।

ଟାଙ୍ଗୀ
Share. Facebook Twitter LinkedIn Email WhatsApp Copy Link

Related Posts

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ’ ର ସିଦ୍ଧେଶ୍ୱରୀ ମଣ୍ଡଳ ପ୍ରଶିକ୍ଷଣ ବର୍ଗ ଉଦଘାଟିତ

April 1, 2026

ବାଣପୁରରେ ଖୋଲିଲା ଯୋଗ ଶିକ୍ଷା କେନ୍ଦ୍ର: କ୍ୟାରିଅର ଗଢିବା ପାଇଁ ପାଠ୍ୟକ୍ରମ ବ୍ୟବସ୍ଥା

March 31, 2026

ଚିଲିକାରାଣୀ ଇଂରାଜୀ ମାଧ୍ୟମିକ ବିଦ୍ୟାଳୟର ୪୪ ତମ ବାର୍ଷିକ ଉତ୍ସବ

March 30, 2026

ଶ୍ରୀ ସତ୍ୟସାଇ ବିଦ୍ୟାମନ୍ଦିରର ରଜତ ଜୟନ୍ତୀ ଉତ୍ସବ

March 30, 2026
Latest News

ଛେଣ୍ଡିପଦା-ଅନୁଗୋଳ ରାଜ୍ୟ ରାଜପଥ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ କେନ୍ଦ୍ରମନ୍ତ୍ରୀ

April 2, 2026

‘ସୁନା ଚେନ୍’ ମାମଲା: ଏହି କ୍ରିକେଟରଙ୍କ ଅଭିଯୋଗ ପରେ ଅଭିନେତ୍ରୀଙ୍କୁ ଗିରଫ କଲା ପୋଲିସ 

April 2, 2026

ତାମିଲନାଡୁ ନିର୍ବାଚନ: ଏଆଇଏଡିଏମକେ-ବିଜେପିର ଚିନ୍ତା ବଢାଇଲା ପ୍ରାକ୍-ନିର୍ବାଚନ ସର୍ଭେ

April 2, 2026

ଆଇପିଏଲ-୨୦୨୬: ସରିଲା ସମସ୍ତ ଦଳର ମ୍ୟାଚ, ଦିଲ୍ଲୀ କ୍ୟାପିଟାଲ୍ସର ବିଜୟ ପରେ ବଦଳିଲା ପଏଣ୍ଟ ଟେବୁଲ

April 2, 2026

କଟକରେ ପ୍ରଥମ ଥର ଆୟୋଜିତ ହେବ ସର୍ବଭାରତୀୟ ଇଣ୍ଡୋର ରୋଇଂ ଚାମ୍ପିଅନସିପ୍’ 

April 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.