କ୍ରାନ୍ତି ଓଡ଼ିଶା ପକ୍ଷରୁ ସ୍ତନ କର୍କଟ ରୋଗର ନିରାକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Oct 22, 2023, 3:34 pm IST

ବ୍ରହ୍ମପୁର (କୈଳାଶ କନ୍ଦର ଚୌଧୁରୀ): ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ କ୍ରାନ୍ତି ଓଡ଼ିଶା ପକ୍ଷରୁ ବ୍ରହ୍ମପୁର ଶଶିଭୂଷଣ ରଥ ସ୍ବୟଂ ଶାସିତ ମହିଳା ମହାବିଦ୍ୟାଳୟ ଯୁବ ରେଡକ୍ରସ୍ ୟୁନିଟ ସହଯୋଗ ରେ ସ୍ତନ କର୍କଟ ରୋଗର ନିରାକରଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଅନୁଷ୍ଠାନର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡଃ ଦେବାନନ୍ଦ ଦାସ ପୌରହିତ୍ୟ କରି ସେ ନିଜେ କର୍କଟ ରୋଗରେ ଆକ୍ରାନ୍ତ ହୋଇ କେମିତି ମୁକ୍ତ ହୋଇ ଆଜି ସମାଜ ର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ଉଲ୍ଲେଖ କରିଥିଲେ।

ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡ଼ଃ କାହ୍ନୁ ଚରଣ ପାଢୀ ଉପସ୍ଥିତ ଛାତ୍ରୀଙ୍କୁ କର୍କଟ ରୋଗର ବିଷୟରେ ସମ୍ୟକ୍ ସୁଚନା ପ୍ରଦାନ କରିଥିଲେ। ନାରୀ ହସ୍ପିଟାଲ୍ ର ସ୍ତ୍ରୀ ରୋଗ ବିଶେଷଜ୍ଞ ଡଃ ନୀଲାଙ୍ଗିନି ଗୋଖଲେ ପାଢ଼ୀ ଏକ କଣ୍ଢେଇ କୁ ମାଁ ରୁପରେ ସଜାଇ ରୋଗ ସଚେତନତା ବାର୍ତ୍ତା ବାଣ୍ଟିବା ସହ ମହାରାଜା କ୍ରୁଷ୍ଣ ଚନ୍ଦ୍ର ମେଡିକାଲ କଲେଜର କର୍କଟ ରୋଗ ବିଶେଷଜ୍ଞ ଡଃ ସରୋଜ କୁମାର ଦାସ ରୋଗର କାରଣ ଓ ନିରାକରଣ ବିଷୟରେ ଅବଗତ କରାଇଥିଲେ। କର୍କଟ ରୋଗରୁ ମୁକ୍ତି ପାଇଥିବା ଶିକ୍ଷୟିତ୍ରୀ ତପସ୍ଵିନୀ ମିଶ୍ର ନିଜର ଅନୁଭୁତି ପ୍ରକାଶ କରିଥିଲେ।

ଏତଦବ୍ୟତୀତ ସମାଜସେବୀ ସୀମା ଚୌଧୁରୀ ଅଙ୍ଗ ଦାନ ବିଷୟରେ ଅବଗତ କରାଇଥିଲେ।
କ୍ରାନ୍ତି ଅନୁଷ୍ଠାନ ପକ୍ଷରୁ ଅନୀଲ କୁମାର ସେଠୀ, ନିର୍ମଳା ଦାସ ଓ ମହାବିଦ୍ୟାଳୟ ଜାତୀୟ ସମାଜ ସେବା ଓ ଯୁବ ରେଡକ୍ରସ୍ ୟୁନିଟ ସଂଯୋଜକ ଡଃ ମନୀଷା ମିଶ୍ର, ଡଃ ସୁମନ ବିନ୍ଦୁ, ଡଃ ପ୍ରମିଳା ବିଜ୍, ଡଃ ସ୍ମ୍ରୁତି ଗନ୍ତାୟତ, ଡଃ ଅନୀତା ଦୁବେ, ଡଃ ମନସ୍ବିନୀ ପାଢ଼ୀ ଓ ଡଃ ମଧୁସ୍ମିତା ମିଶ୍ର ପ୍ରମୁଖ ସହଯୋଗ କରିଥିଲେ।

Related posts