Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ତହସିଲର ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଲେ ଟି. ପଦ୍ମନାଭ ଦୋରା
ଆଞ୍ଚଳିକ

ବାଣପୁର ତହସିଲର ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗ ଦେଲେ ଟି. ପଦ୍ମନାଭ ଦୋରା

October 26, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ତହସିଲରେ ଆଜି ନୂତନ ତହସିଲଦାର ଭାବେ କାର୍ଯ୍ୟରେ ଯୋଗଦେଇଛନ୍ତି ବରିଷ୍ଠ ପ୍ରଶାସକ ଟି. ପଦ୍ମନାଭ ଦୋରା। ଶ୍ରୀ ଦୋରା ୨୦୧୫ ଓଏଏସ ଅଧିକାରୀ ହୋଇଥିବା ବେଳେ ନିକଟରେ ବରିଷ୍ଠ ପାହ୍ୟାକୁ ପଦୋନ୍ନତି ପାଇଛନ୍ତି।

ଏହା ପୁର୍ବରୁ ସେ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ତହସିଲଦାର ଭାବେ ଦୀର୍ଘ ୪ ବର୍ଷରୁ ଉର୍ଦ୍ଧ୍ଵ ସମୟ କାର୍ଯ୍ୟରତ ଥିଲେ। ଜଣେ ସଫଳ ପ୍ରଶାସକ ଏବଂ ଜନପ୍ରିୟ ଅଧିକାରୀ ଭାବେ ବେଶ ଜଣାଶୁଣା ଶ୍ରୀ ଦୋରା। ସ୍ୱାଭିମାନ ଅଞ୍ଚଳ ଅନ୍ତର୍ଗତ ଚିତ୍ରକୋଣ୍ଡା ପରି ମାଓବାଦୀ ଅଞ୍ଚଳରେ ବେଶ ଦକ୍ଷତାର ସହ ନିଜ କାର୍ଯ୍ୟ ନିର୍ବାହ କରି ଜନପ୍ରିୟ ହୋଇପାରିଛନ୍ତି ଶ୍ରୀ ଦୋରା।

ଏହା ପୁର୍ବରୁ ସେ ଦୀର୍ଘ ୩ ବର୍ଷ ଧରି ରାୟଗଡା ଜିଲ୍ଲା ପଦ୍ମପୁର ତହସିଲଦାର ଏବଂ ବହୁ ବର୍ଷ ଧରି ବାଲେଶ୍ୱର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଡେପୁଟି ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଥାଇ ଜରୁରୀକାଳୀନ ଓ ନିର୍ବାଚନ ପରି ଗୁରୁତ୍ୱପୂର୍ଣ୍ଣ ବିଭାଗର ମଙ୍ଗ ଧରିଥିଲେ। ବାଲେଶ୍ୱର ଜିଲ୍ଲାରେ ବାତ୍ୟା ଫାଇଲିନ ଏବଂ ସାଧାରଣ ନିର୍ବାଚନକୁ ବେଶ ସଫଳତାର ସହକାରେ ପରିଚାଳନା କରିପାରିଥିଲେ ଶ୍ରୀ ଦୋରା।

ବାଣପୁର ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ଓ ବ୍ୟସ୍ତବହୁଳ ତହସିଲ ହୋଇଥିବା ବେଳେ ଜନସାଧାରଣଙ୍କ ଅଭିଯୋଗର ତ୍ୱରିତ ସମାଧାନ ଏବଂ ସରକାରଙ୍କ ୫-ଟି ଉପକ୍ରମରେ ବିଭିନ୍ନ ଲୋକାଭିମୁଖୀ ଯୋଜନାର ସଠିକ ରୂପାୟନକୁ ଗୁରୁତ୍ୱ ଦେବେ ବୋଲି ଆମ ପ୍ରତିନିଧିଙ୍କୁ କହିଛନ୍ତି ନୂତନ ତହସିଲଦାର ଶ୍ରୀ ଦୋରା।

ନୂତନ ତହସିଲଦାର ବାଣପୁର ତହସିଲ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

ବର୍ଷାଦିନରେ କ୍ଷୀର ପିଇବା ସ୍ୱାସ୍ଥ୍ୟ ପାଇଁ ବିଷ କାହିଁକି?: ହୋଇପାରେ ପେଟ ସହିତ ଜଡିତ ଏହି ରୋଗ

June 24, 2026

ଓଡିଶାରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱଲେ, ମୁଖ୍ୟମନ୍ତ୍ରୀଙ୍କୁ କଲେ ସାକ୍ଷାତ

June 24, 2026

ଭୁବନେଶ୍ୱରରେ ୧୪ତମ ମଲ୍ଟି ଏଜେନ୍ସି ମାରିଟାଇମ୍ ସିକ୍ୟୁରିଟି ଗ୍ରୁପ୍ ବୈଠକ ଉଦ୍‌ଘାଟିତ

June 24, 2026

ରାଫେଲ ମାମଲାରେ ପାକିସ୍ତାନର ପର୍ଦ୍ଦାଫାସ ପରେ ରାହୁଲ ଗାନ୍ଧୀଙ୍କୁ ଆକ୍ରମଣ କଲା ବିଜେପି

June 24, 2026

ପାକିସ୍ତାନକୁ ପୁଣି ଧୁଳି ଚଟାଇଲା ଭାରତ: ୪-୩ ଗୋଲରେ ଟିମ୍ ଇଣ୍ଡିଆର ଦମଦାର ବିଜୟ

June 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.