ଟାଙ୍ଗୀ: ପାରିବାରିକ କଳହ ହେଲା କାଳ!, ରଶି ଲଗାଇ ଆତ୍ମହତ୍ୟା କଲେ ଯୁବକ

Published: Oct 28, 2023, 2:02 pm IST

ଟାଙ୍ଗୀ (ସୀତାରାମ ଅଗ୍ରୱାଲ): ଟାଙ୍ଗୀ ଥାନା ବଡ଼ପାରୀ ପାଇକ ସାହିରେ ଅଘଟଣ ଘଟିଯାଇଛି। ଜଣେ ଯୁବକ ରସି ଲଗାଇ ଘରେ ଆତ୍ମହତ୍ୟା କରିଛନ୍ତି। ମୃତ ଯୁବକଙ୍କ ନାମ ଜିତେନ୍ଦ୍ର ବିଶ୍ୱାଳ (୩୩) ବୋଲି ଜଣାପଡିଛି।

ଜିତେନ୍ଦ୍ର ଆଜି ସକାଳୁ ସକାଳୁ ଘରେ ରଶି ଦେଇ ଆତ୍ମହତ୍ୟା କରିଛନ୍ତି। ଖବର ପାଇ ଟାଙ୍ଗୀ ପୋଲିସ ଶବ ଜବତ କରି ତଦନ୍ତ କରୁଛି।

ସୂଚନା ଅନୁଯାୟୀ, ଜିତେନ୍ଦ୍ରଙ୍କ ସହ ଦୀର୍ଘ ଦିନ ହେଲା ତାଙ୍କ ପତ୍ନୀଙ୍କର ମନାନ୍ତର ରହିଥିଲା।  ତେଣୁ ତାଙ୍କ ପତ୍ନୀ ବଡ଼ପାରୀରେ ନ ରହି ନିଜ ବାପ ଘରେ ରହି ଆସୁଥିଲେ। ତେବେ ଗତ କାଲି ଜିତେନ୍ଦ୍ର ଶ୍ଵଶୁର ଘରକୁ ଯାଇ ସନ୍ଧ୍ୟାରେ ଫେରିଆସିଥିଲେ। ରାତିରେ ମା ଓ ଜିତେନ୍ଦ୍ର ଖାଇ ପିଇ ଶୋଇଥିଲେ।

ତାପରେ ସକାଳୁ ନିଜ ଘରେ ତାଙ୍କର ଝୁଲନ୍ତା ଶବକୁ ଲୋକେ ଦେଖିଥିଲେ। ଏ ନେଇ ଗାଁ ଲୋକେ ଟାଙ୍ଗୀ ପୋଲିସକୁ ଖବର ଦେବା ପରେ ପୋଲିସ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ତେବେ ତଦନ୍ତ ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି।

Related posts