ଅଖଣ୍ଡ ଜ୍ୟୋତି ଓ ସତ୍ ସାହିତ୍ୟ ପାଠକ ସମ୍ମିଳନୀ ଅନୁଷ୍ଠିତ

Published: Oct 29, 2023, 5:59 pm IST

ରଣପୁର: ପହିଲି କାର୍ତ୍ତିକ ଅବସରରେ ନୟାଗଡ଼ ଜିଲ୍ଲା ଗାୟତ୍ରୀ ପ୍ରଗ୍ୟାମଣ୍ଡଳ ବୃନ୍ଦାବନପୁର ଠାରେ ସନାତନ ଧର୍ମର ପ୍ରଚାର ପାଇଁ ଯୁଗ ନିର୍ମାଣ ଯୋଜନା, ବିଚାର କ୍ରାନ୍ତି ଅଭିଯାନ ଶାନ୍ତି କୁଞ୍ଜ ହରିଦ୍ଵାର ତରଫରୁ ଅଖଣ୍ଡ ଜ୍ୟୋତି ଓ ସତ୍ ସାହିତ୍ୟ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଉଦ୍ୟୋକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଚନ୍ଦ୍ର ରଥ ସମ୍ମୀଳନୀର ଆୟୋଜନ କରିଥିଲେ।

ଶାନ୍ତି କୁଞ୍ଜ ପ୍ରତିନିଧି ଭାବେ ରମ୍ଭା ଗାୟତ୍ରୀ ଶକ୍ତି ପୀଠ ବରିଷ୍ଠ କାର୍ଯ୍ୟ କର୍ତ୍ତା ଗୋକୁଳ ଚନ୍ଦ୍ର ନାହାକ, ଯୁଗ ଶକ୍ତି ଗାୟତ୍ରୀ ଭବନ ଭୁବନେଶ୍ୱର ଭାରତୀୟ ସଂସ୍କୃତି ଗ୍ୟାନ ପରୀକ୍ଷା ରାଜ୍ୟ ସ°ଯୋଜକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସକ୍ରୀୟ କର୍ମକର୍ତ୍ତା ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ବରିଷ୍ଠ ଅଧିବକ୍ତା ସୂର୍ଯ୍ୟକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ମନୁଷ୍ୟ ଅନ୍ତଃକରଣରେ ଦେବତ୍ୱର ଉଦୟ ଓ ଧରା ପୃଷ୍ଠରେ ସ୍ୱର୍ଗର ଅବତରଣ ଉପରେ ଆଲୋଚନା ହୋଇଥିଲା। ସମସ୍ତ ବକ୍ତାମାନେ ପଥଭ୍ରଷ୍ଟ ଯୁବ ସମାଜକୁ ଫେରାଇବା ପାଇଁ ମତବ୍ୟକ୍ତ କରିଥିଲେ। ଶତାଧିକ ଗାୟତ୍ରୀ ପରିବାର ସମ୍ମିଳନୀରେ ଯୋଗଦାନ କରିଥିଲେ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ରଥ ସମ୍ମିଳନୀ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ରଣା, ଦୁର୍ଗା ପ୍ରସାଦ ରାୟଙ୍କ ସମେତ ବୃନ୍ଦାବନପୁର ଗାୟତ୍ରୀ ପରିବାର ସହଯୋଗ କରିଥିଲେ।

Related posts