Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅଖଣ୍ଡ ଜ୍ୟୋତି ଓ ସତ୍ ସାହିତ୍ୟ ପାଠକ ସମ୍ମିଳନୀ ଅନୁଷ୍ଠିତ
ଆଞ୍ଚଳିକ

ଅଖଣ୍ଡ ଜ୍ୟୋତି ଓ ସତ୍ ସାହିତ୍ୟ ପାଠକ ସମ୍ମିଳନୀ ଅନୁଷ୍ଠିତ

October 29, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ରଣପୁର: ପହିଲି କାର୍ତ୍ତିକ ଅବସରରେ ନୟାଗଡ଼ ଜିଲ୍ଲା ଗାୟତ୍ରୀ ପ୍ରଗ୍ୟାମଣ୍ଡଳ ବୃନ୍ଦାବନପୁର ଠାରେ ସନାତନ ଧର୍ମର ପ୍ରଚାର ପାଇଁ ଯୁଗ ନିର୍ମାଣ ଯୋଜନା, ବିଚାର କ୍ରାନ୍ତି ଅଭିଯାନ ଶାନ୍ତି କୁଞ୍ଜ ହରିଦ୍ଵାର ତରଫରୁ ଅଖଣ୍ଡ ଜ୍ୟୋତି ଓ ସତ୍ ସାହିତ୍ୟ ପାଠକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ମୂଖ୍ୟ ଉଦ୍ୟୋକ୍ତା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଉପେନ୍ଦ୍ର ଚନ୍ଦ୍ର ରଥ ସମ୍ମୀଳନୀର ଆୟୋଜନ କରିଥିଲେ।

ଶାନ୍ତି କୁଞ୍ଜ ପ୍ରତିନିଧି ଭାବେ ରମ୍ଭା ଗାୟତ୍ରୀ ଶକ୍ତି ପୀଠ ବରିଷ୍ଠ କାର୍ଯ୍ୟ କର୍ତ୍ତା ଗୋକୁଳ ଚନ୍ଦ୍ର ନାହାକ, ଯୁଗ ଶକ୍ତି ଗାୟତ୍ରୀ ଭବନ ଭୁବନେଶ୍ୱର ଭାରତୀୟ ସଂସ୍କୃତି ଗ୍ୟାନ ପରୀକ୍ଷା ରାଜ୍ୟ ସ°ଯୋଜକ ପ୍ରଫୁଲ୍ଲ ଚନ୍ଦ୍ର ଦାସ, ସକ୍ରୀୟ କର୍ମକର୍ତ୍ତା ରାଜେନ୍ଦ୍ର ପ୍ରସାଦ ମହାପାତ୍ର, ବରିଷ୍ଠ ଅଧିବକ୍ତା ସୂର୍ଯ୍ୟକାନ୍ତ ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ମନୁଷ୍ୟ ଅନ୍ତଃକରଣରେ ଦେବତ୍ୱର ଉଦୟ ଓ ଧରା ପୃଷ୍ଠରେ ସ୍ୱର୍ଗର ଅବତରଣ ଉପରେ ଆଲୋଚନା ହୋଇଥିଲା। ସମସ୍ତ ବକ୍ତାମାନେ ପଥଭ୍ରଷ୍ଟ ଯୁବ ସମାଜକୁ ଫେରାଇବା ପାଇଁ ମତବ୍ୟକ୍ତ କରିଥିଲେ। ଶତାଧିକ ଗାୟତ୍ରୀ ପରିବାର ସମ୍ମିଳନୀରେ ଯୋଗଦାନ କରିଥିଲେ।

ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରସନ୍ନ କୁମାର ରଥ ସମ୍ମିଳନୀ ପରିଚାଳନା କରିଥିଲେ। ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବିରଞ୍ଚି ନାରାୟଣ ରଣା, ଦୁର୍ଗା ପ୍ରସାଦ ରାୟଙ୍କ ସମେତ ବୃନ୍ଦାବନପୁର ଗାୟତ୍ରୀ ପରିବାର ସହଯୋଗ କରିଥିଲେ।

ନୟାଗଡ଼ ଜିଲ୍ଲା ସନାତନ ଧର୍ମ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ମା’ ତାରିଣୀଙ୍କ ପୀଠରେ ବିଶ୍ୱଶାନ୍ତି ଗୀତା ମହାଯଜ୍ଞ ଓ ଅଷ୍ଟ ଶମ୍ଭୁ ମିଳନ

April 17, 2026

ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ଜାତପଦ୍ମାଙ୍କ ସଫଳତା: ସିବିଏସଇ ପରୀକ୍ଷାରେ ରଖିଲେ ୯୮% ନମ୍ବର

April 17, 2026

ଉମାମହେଶ୍ବର ଦେବଙ୍କ ପୀଠରେ ଅଷ୍ଟଶମ୍ଭୁ ମିଳନ ମହୋତ୍ସବ

April 15, 2026

ହନୁମାନ ଜୟନ୍ତୀ ଉପଲକ୍ଷେ ବାଇକ ଶୋଭାଯାତ୍ରା

April 14, 2026
Latest News

ଅନିଶ୍ଚିତତାରେ ଇରାନ- ଆମେରିକା ଶାନ୍ତି ଆଲୋଚନା

April 22, 2026

ନୀତି ଓ ଜନସାଧାରଣଙ୍କ ମଧ୍ୟରେ ସଂଯୋଗର ସେତୁ ସାଜିଛି କମ୍ୟୁନିଟି ରେଡିଓ

April 22, 2026

ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ଦ୍ୱାରା ନିର୍ମଳ ମୁଣ୍ଡା ପରିବେଶ ପଥ, ଜନଜାତି ସଂଗ୍ରହାଳୟ ଏବଂ ସମନ୍ୱିତ ନିର୍ଦ୍ଦେଶ ଓ ନିୟନ୍ତ୍ରଣ କେନ୍ଦ୍ର ଉଦଘାଟିତ

April 22, 2026

ଓଡ଼ିଆ ସାମ୍ବାଦିକତାରେ ପିଜି ଡିପ୍ଲୋମା ପାଇଁ ଆଇଆଇଏମ୍ସି ଢେଙ୍କାନାଳରେ ଆବେଦନ ଆରମ୍ଭ

April 21, 2026

ପଶ୍ଚିମ ଏସିଆର ପରିସ୍ଥିତିକୁ ସାମ୍ବାଦିକ ସମ୍ମିଳନୀ

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.