Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର-ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ହେଲ୍ପରଙ୍କ ମୃତ୍ୟୁ
ଆଞ୍ଚଳିକ

ବାଣପୁର-ବାଲୁଗାଁ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଟ୍ରକ ହେଲ୍ପରଙ୍କ ମୃତ୍ୟୁ

November 24, 2023No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ବେଲପଡା ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ଆସାମ ରାଜ୍ୟ ବରପେଟା ଥାନା ବିହାପରା ଗ୍ରାମର ମୋମିନୁଲ ଖାନ (୨୫)।

ସୂଚନା ମୁତାବକ ଆସାମରୁ ଏକ କାର୍ବନ ବୋଝେଇ ଟ୍ରକ ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ଆଜି ବଡ଼ି ଭୋରରେ ବେଲପଡା ଛକଠାରେ ବିଶ୍ରାମ ପାଇଁ ଅଟକିଥିଲା। ଉକ୍ତ ସମୟରେ ହେଲ୍ପର ମୃତ ମୋମିନୁଲ ଟ୍ରକ ଚକା ନିକଟରେ କିଛି ଯାନ୍ତ୍ରିକ ମରାମତି କାର୍ଯ୍ୟ ଜାରି ରଖିଥିଲେ।

ତେବେ ସେହି ସମୟରେ କେଉଁଝର ଯୋଡ଼ାରୁ ବ୍ରହ୍ମପୁର ଅଭିମୁଖେ ଦୃତଗତିରେ ଯାଉଥିବା ଏକ କୋଇଲା ବୋଝେଇ ହାଇୱା ପୁର୍ବରୁ ଛିଡା ହୋଇଥିବା କାର୍ବନ ବୋଝେଇ ଟ୍ରକକୁ ପଛପଟୁ ଶକ୍ତ ଧକ୍କା ଦେଇଥିଲା। ଫଳରେ ଟ୍ରକଟି ଆଗକୁ ଗାଡିଯାଇ ଆଉ ଏକ ଟ୍ରକକୁ ଧକ୍କା ଦେଇଥିଲା ଏବଂ ଟ୍ରକ ଚକା ନିକଟରେ କାର୍ଯ୍ୟ କରୁଥିବା ମୋମିନୁଲଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ମୋମିନୁଲଙ୍କ ମୃତ୍ୟୁ ହୋଇଥିବାବେଳେ ଦୁର୍ଘଟଣା ଘଟାଇଥିବା କୋଇଲା ବୋଝେଇ ହାଇୱା ଚାଳକ ଫେରାର ହୋଇଯାଇଛନ୍ତି।

ଖବର ପାଇ ବାଣପୁର ପୋଲିସ ଏସଆଈ ରବୀନ୍ଦ୍ରନାଥ ଗୌଡ଼, ଗାୟତ୍ରୀ ଗୋଛାୟତ, ଏଏସଆଈ ଅନିଲ କୁମାର ନାୟକ ଏବଂ ଟିମ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଗ୍ନିଶମ ବାହିନୀର ସହାୟତାରେ ମୃତକଙ୍କୁ ଉଦ୍ଧାର କରିବା ସହ ଶବ ଜବତ କରି ତଦନ୍ତ ଜାରି ରଖିଛି।

ଜାତୀୟ ରାଜପଥ ବାଣପୁର ଥାନା ମର୍ମନ୍ତୁଦ ସଡକ ଦୁର୍ଘଟଣା
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.