ଛତ୍ରପୁର ଡାକ ବିଭାଗ ପକ୍ଷରୁ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Nov 28, 2023, 1:12 pm IST

ଛତ୍ରପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଆଜି ଛତ୍ରପୁର ମୁଖ୍ୟ ଡାକଘର ପକ୍ଷରୁ ସ୍ଵଚ୍ଛ ଭାରତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୁର୍ବାହ୍ନରେ ପ୍ରଭାତ ଫେରୀ କାର୍ଯ୍ୟକ୍ରମ ସହ ସ୍ବଚ୍ଛ ସର୍ବେକ୍ଷଣ ଓ ଜାଗରଣ ଅଭିଯାନ କାର୍ଯ୍ୟକ୍ରମ ଆଜି ଛତ୍ରପୁର ମୁଖ୍ୟ ଡାକଘର ପକ୍ଷରୁ ସ୍ୱଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ସହକାରୀ ଡାକ ଅଧ୍ୟକ୍ଷ ସଂଜୟ କୁମାର ଦୋରା, ପଷ୍ଟ ମାଷ୍ଟର ଲଳିତ ଚନ୍ଦ୍ର ବେହେରା, ସହକାରୀ ପୋଷ୍ଟ ମାଷ୍ଟର ରାମ ଚନ୍ଦ୍ର ପ୍ରଧାନ, କୋଷାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ସ୍ବାଇଁ, ବଜାର ସବ୍ ପୋଷ୍ଟ ମାଷ୍ଟର ସନ୍ତୋଷ କୁମାର ପାତ୍ର, ପଷ୍ଟମେନ୍ ଏନ୍ ଲିଙ୍ଗରାଜ ସେଠୀ, ହେଡ୍ ପଷ୍ଟ ମେନ୍ ରାମ ଚନ୍ଦ୍ର ପଟ୍ଟନାୟକ ସମେତ ସମସ୍ତ ଡକ କର୍ମଚାରୀ ଯଗୋ ଦେଇଥିଲେ। ବିଭାଗୀୟ କର୍ମଚାରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts