ବାଲୁଗାଁ ଚାଷଙ୍ଗରାରେ ଶେଷ ହେଲା ଅଷ୍ଟପ୍ରହରୀ ନାମଯଜ୍ଞ, ବହୁ ଭକ୍ତଙ୍କ ସମାଗମ

Published: Nov 28, 2023, 1:22 pm IST

ବାଲୁଗାଁ: ବାଲୁଗାଁ ନିକଟସ୍ଥ ଚାଷଙ୍ଗରା ଗ୍ରାମରେ ଚାଲିଥିବା ଅଷ୍ଟପ୍ରହରୀ ନାମଯଜ୍ଞ ଆଜି ଶେଷ ହୋଇଛି। ଆଜି ଭୋରରୁ ନାମଜପ ଶେଷ ହେବା ପରେ ନଗର କୀର୍ତ୍ତନ ପରିବେଷଣ କରାଯାଇଥିଲା। ଏଥିରେ କୁନି କଳାକାରମାନେ ବିଭିନ୍ନ ବେଶ ହୋଇ ନଗର ପରିକ୍ରମା କରିଥିଲେ। ଏହାପରେ କଳସ ବିସର୍ଜନ କରାଯାଇଥିଲା। ଏହି ଉପଲକ୍ଷେ ଚାଷଙ୍ଗରା ଗ୍ରାମ ତରଫରୁ ହଜାର ହଜାର ଭକ୍ତଙ୍କୁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଥିଲା।

ଗତ ଶୁକ୍ରବାରଠାରୁ ଏହି ଅଷ୍ଟପ୍ରହରୀ ନାମ ଯଜ୍ଞ ଆରମ୍ଭ କରାଯାଇଥିଲା। ସେଦିନ ଅଧିବାସ କରାଯାଇ ଭୋରରୁ ନାମ ଧରାଯାଇଥିଲା। ଏଥିରେ ଚାଷଙ୍ଗରା ଗ୍ରାମରୁ ଦୁଇଟି ଦଳ ସହିତ ମୋଟ ଆଠଟି ଦଳ ନାମ ସଂକୀର୍ତ୍ତିନ ପରିବେଷଣ କରିଥିଲେ। ଚାଷଙ୍ଗରା ଗ୍ରାମରେ ଦୀର୍ଘ ବର୍ଷ ଧରି ଏହି ଅଷ୍ଟପ୍ରହରୀ ନାମଯଜ୍ଞ କରାଯାଇ ଆସୁଛି।

Related posts