ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଦିବସ ପାଳିତ

Published: Nov 28, 2023, 2:26 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ବାଣପୁର ଗୋଦାବରୀଶ ମହାବିଦ୍ୟାଳୟ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ ଶାଖା ତରଫରୁ ଆଜି ଏନ୍ ସି ସି ଦିବସ ପାଳିତ ହୋଇଯାଇଛି। କ୍ୟାପଟେନ ଡ଼ ଗୁରୁକିଶୋର ନାୟକଙ୍କ ନେତୃତ୍ୱରେ ପରିଚାଳିତ ଏହି ଉତ୍ସବରେ ଯୋଗଦେଇ ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା ପତାକା ଉତ୍ତୋଳନ କରି କ୍ୟାଡେଟମାନଙ୍କୁ ଆଜି ଦିବସର ଗୁରୁତ୍ୱ ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ।

ପ୍ରଶାସନିକ ଅଧିକାରୀ ଡ଼ ଏସ୍ ପି ଏନ୍ ଏସ୍ ବର୍ମା, ଯୁକ୍ତ ଦୁଇର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀ ପ୍ରସାଦ ମିଶ୍ର, ଅଧ୍ୟାପକ ଆଦିତ୍ୟ ସାରଥୀ ବେଦମତ୍ତା ମଧ୍ୟ ନିଜ ନିଜର ଅଭିମତ ପ୍ରଦାନ କରିଥିଲେ। ଏଥିରେ ମହାବିଦ୍ୟାଳୟର କ୍ୟାଡେଟ ମାନଙ୍କ ଦ୍ଵାରା ପ୍ୟାରେଡ ପ୍ରଦର୍ଶନ କରାଯାଇଥିଲା। ଅନୁରୂପ ଭାବେ ଆଜି ବାଲୁଗାଁ କଲେଜ ପରିସରରେ ମଧ୍ୟ ଏନ୍ ସି ସି ଦିବସ ପାଳିତ ହୋଇଯାଇଛି।

Related posts