Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ
ଆଞ୍ଚଳିକ

ଚିଲିକା ବୋଇତ ବନ୍ଦାଣ ମହୋତ୍ସବ ଉଦଯାପିତ

November 28, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଚିଲିକା ବୋଇତ ବନ୍ଦାଣ ମହୋତ୍ସବ କମିଟି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ମିଳିତ ଆନୁକୂଲ୍ୟରେ ବାଲୁଗାଁ ମହାବିଦ୍ୟାଳୟ ପରିସରରେ ଦୁଇ ଦିନ ବ୍ୟାପି ବୋଇତ ବନ୍ଦାଣ ମହୋତ୍ସବ ଆୟୋଜିତ ହୋଇଥିବା ବେଳେ ବହୁ ଆଡମ୍ବରରେ ଉଦଯାପିତ ହୋଇଯାଇଛି। ପ୍ରାତଃ ସମୟରେ କାଳିଜାଇ ମୋଟର ବୋଟ ଆସୋସିଏସନ ଦ୍ଵାରା ଆତସବାଜି ପ୍ରଦର୍ଶନ କରି ପ୍ରଜାପିତା ବ୍ରହ୍ମକୁମାରୀ ଇଶ୍ଵରୀୟ ବିଶ୍ଵବିଦ୍ୟାଳୟର ସତସଙ୍ଗୀ ଭାଇଭଉଣୀମାନଙ୍କ ସହଯୋଗରେ ପାରମ୍ପରୀକ ବୋଇତ ବନ୍ଦାଣ କରାଯାଇଥିଲା।

ଅପରାହ୍ନରେ ବାଲୁଗାଁ-ବାଣପୁର ଚିଲିକା ସାହିତ୍ୟ ସମାଜ ପକ୍ଷରୁ ଚିଲିକା ଗୀତ ଉତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏଥିସହିତ ସ୍ଥାନୀୟ ବିଦ୍ୟାଳୟ ଓ ସାଂସ୍କୃତିକ ଅନୁଷ୍ଠାନର କଳାକାରମାନଙ୍କ ଦ୍ୱାରା ନୃତ୍ୟ ପରିବେଷଣ କରାଯାଇଥିଲା। ସାନ୍ଧ୍ୟ ଅଧିବେଶନରେ ପ୍ରାଚୀନ ନୌବାଣିଜ୍ୟ ପରମ୍ପରା, ଐତିହ୍ୟ, ବୈଭବ ଓ ମରାଳ ମାଳିନୀ ନିଳାମ୍ବୁ ଚିଲିକାର ସମୃଦ୍ଧିଶାଳୀ ସାଂସ୍କୃତିକ ଚେତନାକୁ ପ୍ରତିଟି ବୀର ଓଡ଼ିଆଙ୍କ ହୃଦୟରେ ଉଦ୍ବିଜୀବିତ କରିବା ଉଦ୍ବେଶରେ ମହୋତ୍ସବ କମିଟିର ସଭାପତି ତଥା ଏନଏସି ଅଧ୍ୟକ୍ଷା ସୁକାନ୍ତି ପାଇକରାୟଙ୍କ ସଭାପତିତ୍ବରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।

ଡ଼.କୈଳାସ ଚନ୍ଦ୍ର ମହାରଣା ଅତିଥି ପରିଚୟ ପ୍ରଦାନ କରିବାସହ ଉଦଯାପନୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥିଭାବେ ବାଲୁଗାଁ ମହାବିଦ୍ୟାଳୟ ଅଧ୍ୟକ୍ଷା ଡ଼ କଳ୍ପନା ଦାଶ, ସମ୍ମାନିତ ଅତିଥି ଭାବେ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠା, ଉପାଧ୍ୟକ୍ଷ ଭଗବାନ ପ୍ରଧାନ, ବିଧାୟକ ପ୍ରତିନିଧି ଜୟନ୍ତ କୁମାର ସ୍ବାଇଁ, ଏନଏସି ଅଧ୍ୟକ୍ଷା ପ୍ରତିନିଧି ସନ୍ତୋଷ କୁମାର ପାଇକରାୟ, ନିଖିଳ ଓଡିଶା ସଂଘର ସଭାପତି ସଂଯୁକ୍ତା ସ୍ୱାଇଁ, ମା ମଙ୍ଗଳା ଠିକାଦାର ସଙ୍ଘ ସଭାପତି ପ୍ରକାଶ ପାଢ଼ୀଙ୍କ ସମେତ ୱାର୍ଡ କାଉନସିଲରମାନେ ଯୋଗଦେଇ ପ୍ରାଚୀନ ସଂସ୍କୃତିକୁ ସଦାସର୍ବଦା ଉଦଯିବିତ କରି ପ୍ରତିଟି ଓଡ଼ିଆଙ୍କ ପାଇଁ ଗର୍ବ ଓ ଗୌରବ ବୋଲି କହିଥିଲେ।

ଏଥିସହିତ ଚିଲିକାର ଖ୍ୟାତି ଓ ସୌନ୍ଦର୍ଯ୍ୟକୁ ସାରା ବିଶ୍ଵରେ ଲୋକାଭିମୁଖୀ କରିବାକୁ ମତ ପୋଷଣ କରିଥିଲେ। ସାନ୍ଧ୍ୟ ଅଧିବେସନରେ ରାଜ୍ୟସ୍ତରୀୟ କଳାକାରମାନଙ୍କ ଦ୍ଵାରା ବିଭିନ୍ନ ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଆଶାନୂପାତ ଦର୍ଶକଙ୍କ ଉପସ୍ଥିତିକୁ ନଜରରେ ରଖି ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଥିବାବେଳେ ବାଲୁଗାଁ ମହାବିଦ୍ୟାଳୟର ଏନସିସି କ୍ୟାଡେଟ୍ ଏବଂ ମହୋତ୍ସବ କମିଟି ସଭ୍ୟମାନେ ପୂର୍ଣ୍ଣ ସହଯୋଗ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

ଜିମ୍‌ରେ ଝାଳ, ହୃଦୟରେ ବିପଦ? ICMR ଅଧ୍ୟୟନରେ ଖୋଲିଲା ବିପଦର ରହସ୍ୟ

September 4, 2026

ତୀର୍ଥରୁ ସମୁଦ୍ରତଟ, ସଂସ୍କୃତିରୁ ଆଧ୍ୟାତ୍ମିକତା: ରେଳପଥରେ ଦକ୍ଷିଣ ଭାରତ ଯାତ୍ରା

September 4, 2026

ଓଡ଼ିଶାରେ ବୃଦ୍ଧି ପାଇବ ପୁଞ୍ଜିନିବେଶ: ୩୭ଟି ପ୍ରକଳ୍ପକୁ ମିଳିଲା ଇଡ୍‌କୋର ଜମି ମଞ୍ଜୁରୀ

September 4, 2026

ଆଘାତ ନଥାଇ ହଠାତ୍ ଗୋଡ଼ରେ ଯନ୍ତ୍ରଣା ହେଉଛି କି ! ଶରୀରର ଏହି ‘ସିଗନାଲ୍‌’କୁ ବୁଝନ୍ତୁ

September 4, 2026

ଆଇନ ଛାତ୍ରଙ୍କ ଆଚରଣ ନିୟନ୍ତ୍ରଣ କରିବା କ୍ଷମତା BCIର ନାହିଁ: ସୁପ୍ରିମକୋର୍ଟ

September 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.