ବାଣପୁର: ଶାଳିଆ ନଦୀରେ ବୁଡି ଯୁବକଙ୍କ ପ୍ରାଣହାନୀ

Published: Nov 28, 2023, 4:16 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ନଦୀରେ ବୁଡ଼ି ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣକ ପ୍ରତାପ ଗ୍ରାମର ଭିକାରି ଚରଣ ବେହେରାଙ୍କ ପୁତ୍ର ନାରାୟଣ ବେହେରା (୩୮) ବୋଲି ଜଣାପଡିଛି।

ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ନାରାୟଣ ଶାଳିଆ ନଦୀ ଅତିକ୍ରମ କରି ନିଜ ବିଲକୁ ଯାଉଥିବା ବେଳେ ନଦୀରେ ତାଙ୍କ ଗୋଡ଼ ଖସିଯାଇଥିଲା ଏବଂ ସେ ବୁଡ଼ି ଯାଇଥିଲେ। ଏ ନେଇ ସ୍ଥାନୀୟବାସି ଦେଖିବା ପରେ ତାଙ୍କୁ ନଦୀରୁ ଉଦ୍ଧାର କରି ଏକ ବାଇକ ଯୋଗେ ବାଣପୁର ମେଡିକାଲରେ ଭର୍ତ୍ତି କରିଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିତିହଲେ।

ଏ ନେଇ ବାଣପୁର ପୋଲିସ କେସ ନମ୍ବର ୨୨/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଦେଇଛି।

Related posts