ବାଲୁଗାଁ ବରିଷ୍ଠ ନାଗରିକ ମଞ୍ଚର ଦ୍ବିତୀୟ ପ୍ରତିଷ୍ଠା ଦିବସ ପାଳିତ

Published: Nov 30, 2023, 12:29 am IST

ବାଲୁଗାଁ: ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବରିଷ୍ଠ ନାଗରିକ ମଞ୍ଚର ଦ୍ବିତୀୟ ପ୍ରତିଷ୍ଠ ଦିବସ ମହାଆଡମ୍ବର ସହକାରେ ପାଳିତ ହୋଇଯାଇଛି। ମଞ୍ଚର ସମସ୍ତ ସଦସ୍ୟଙ୍କ ଉପସ୍ଥିତିରେ ନିମିକ୍ଷେତା ପଞ୍ଚାୟତର ନିମାଁଇମଲ୍ଲ ଗ୍ରାମ ନିକଟରେ ଥିବା ଚଣ୍ଡି ମନ୍ଦିରରେ ଏହା ପାଳିତ ହୋଇଛି। ଏଥିରେ ଆୟୋଜିତ ଏକ ବୈଠକରେ ମଞ୍ଚର ଭବିଷ୍ୟତ କାର୍ଯ୍ୟପନ୍ଥା ଉପରେ ବହୁ ଯୋଜନା ପ୍ରସ୍ତୁତ କରାଯାଇଛି।

ପୂର୍ବରୁ ଏହି ମଞ୍ଚ ତରଫରୁ ବାଲୁଗାଁ ଅଞ୍ଚଳରେ ସ୍ବାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ, ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର, ରକ୍ତଦାନ ଶିବିର, ଚିଲିକା ପରିବେଷ ସୁରକ୍ଷା ସଚେତନତା ଅଭିଯାନ ଏବଂ ସାହିତ୍ୟ ସଭା ପ୍ରଭୃତି କାର୍ଯ୍ୟକ୍ରମର ଆୟୋଜନ କରିଆସୁଛି।

ସେହିପରି ମତ୍ସ୍ୟଜୀବୀଙ୍କୁ ବିଭିନ୍ନ ସମୟରେ ମଞ୍ଚ ତରଫରୁ ସହାୟତା ପ୍ରଦାନ ମଧ୍ୟ କରାଯାଉଛି। ଏହି କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ କରିବା ପାଇଁ ଆଜିର ଏହି ବୈଠକରେ ନିଷ୍ପତି ଗ୍ରହଣ କରାଯାଇଛି।

ଏହି ବୈଠକରେ ମଞ୍ଚର ବରିଷ୍ଠ ସଦସ୍ୟ ତଥା ଚିଲିକାର ପୂର୍ବତନ ବିଧାୟକ ରଘୁନାଥ ସାହୁ, ପ୍ରତିଷ୍ଠିତ ଡାକ୍ତର ଯୋଗେନ୍ଦ୍ରନାଥ ସେନାପତି, ମୁରଲୀଧର ସାମନ୍ତସିଂହାର, ପ୍ରଫୁଲ ଜାଲି, ପ୍ରଫୁଲ ମାନସିଂହ, ରବି ନାୟକ ଏବଂ ବୈଷ୍ଣବ ନାୟକ ପ୍ରମୁଖ ବହୁ ସଭ୍ୟ ଯୋଗ ଦେଇଥିଲେ।

Related posts