ମହିଳା ଓ ବାଳିକା ହିଂସା ଦୁରିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

Published: Dec 6, 2023, 8:14 am IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ରଣଝାଲି ଗ୍ରାମ ସ୍ଥିତ ରାଜୀବଗାନ୍ଧୀ ନବନିର୍ମାଣ ସେବା ସଂଘ କୋଠା ରେ ଜିଲ୍ଲା ପ୍ରଶାସନ, ବ୍ରହ୍ମପୁର ୱନ୍ ଷ୍ଟପ୍ ସେଣ୍ଟର୍ (ସକ୍ଷୀ କେନ୍ଦ୍ର) ଓ ନୁଆଁ ଦିଲ୍ଲୀ ସ୍ଥିତ ‘ସମା’ ଅନୁଷ୍ଠାନ ପକ୍ଷରୁ ମହିଳା ଓ ବାଳିକା ହିଂସା ଦୁରିକରଣ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖଲିକୋଟ ବିଧାୟିକା ସୁର୍ଯ୍ୟମଣି ବୈଦ୍ୟ ଓ ସମ୍ମାନିତ ଅତିଥି ଭାବେ ଜିଲ୍ଲା ମହିଳା ସୁରକ୍ଷା ଅଧିକାରୀ ସଙ୍ଗୀତା ପାତ୍ର, ଶିଶୁ ଉନ୍ନୟନ ପ୍ରକଳ୍ପ ଅଧିକାରୀ ସବିତା ଚ୍ୟାଉପଟନାୟକ ପ୍ରମୁଖ ଯୋଗ ଦେଇ ଆଜିର ସମାଜରେ ନାରୀର ସୁରକ୍ଷା ପାଇଁ ସମ୍ମିଳିତ ଉଦ୍ୟମର ଆବଶ୍ୟକତା ରହିଛି ଓ ଆବାଳ ବୃଦ୍ଧ ବନିତା ସଚେତନ ରହିଲେ ମହିଳା ଓ ବାଳିକା ହିଂସା ଦୁରିକରଣ ନିଶ୍ଚିତ ଭାବରେ ସଫଳ ହେବ।

ଆୟୋଜିତ କାର୍ଯ୍ୟକ୍ରମ ରେ ସକ୍ଷୀ କେନ୍ଦ୍ର ର ପ୍ରଶାସିକା ମହେଶ୍ୱତା ପାଢୀ ଓ ‘ସମା’ ନୁଅଁ ଦିଲ୍ଲୀରୁ ପ୍ରତିନିଧିତ୍ବ କରିଥିବା ସୁଶ୍ରୀ ସୁଭାଙ୍ଗୀ ସିଂ ଉପସ୍ଥିତ ମହିଳା ମାନଙ୍କୁ ବିଭିନ୍ନ ଉଦାହରଣ ସହ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମର ସରପଞ୍ଚ ମାମାଲି ଦାସ ଙ୍କ ସମେତ ଅଞ୍ଚଳ ର ବହୁ ବୁଦ୍ଧିଜୀବୀ ଓ ସମାଜସେବୀ ଯୋଗ ଦେଇଥିଲେ।

Related posts