Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ସେଣ୍ଟ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ମହୋତ୍ସବ
ଆଞ୍ଚଳିକ

ସେଣ୍ଟ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲରେ ବାର୍ଷିକ କ୍ରୀଡ଼ା ମହୋତ୍ସବ

December 11, 2023No Comments2 Mins Read
Share Facebook Twitter LinkedIn Email WhatsApp Copy Link
ସେଣ୍ଟ ଜାଭିୟର ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ୍‌ରେ ବାର୍ଷିକ କ୍ରୀଡ଼ା ମହୋତ୍ସବ

ଭୁବନେଶ୍ୱର: ସେଣ୍ଟଜାଭିୟର ଇଣ୍ଟନ୍ୟାସ୍‌ନାଲ୍ ସ୍କୁଲ୍‌ ସମୁହର ୧୪ତମ ବାର୍ଷିକ କ୍ରୀଡ଼ା ମହୋତ୍ସବ ଡିସେମ୍ବର ୯ ତାରିଖ ଦିନ ଭୁବନେଶ୍ୱରର ରେଲ୍‌ୱେ ଷ୍ଟାଡ଼ିୟମ୍ ଠାରେ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଅଛି।

ଏହି ଉତ୍ସବରେ ଅତିଥି ଭାବେ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ଼ର ପୁର୍ବତନ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର, ପୁର୍ବତନ ପୁଲିସ୍‌ ଅତିରିକ୍ତ ମହାନର୍ଦ୍ଦେଶକ ଅରୁଣ କୁମାର ଉପାଧ୍ୟାୟ, ଭୁବନେଶ୍ୱର ମଧ୍ୟର ବିଧାୟକ ଅନନ୍ତ ନାରାୟଣ ଜେନା, ଏମ୍‌.ବି.ସି. ଟିଭିର ଏଡ଼ିଟର୍ ଅଶୋକ ପଣ୍ଡା, ବିଦ୍ୟାଳୟ ପରିଚାଳନା କମିଟିର ଚେୟାରମ୍ୟାନ ଡ଼ଃ. ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ବିଦ୍ୟାଳୟର ପରିଚାଳନା ନିର୍ଦ୍ଦେଶକ ଡ଼ଃ. ଶୁସାନ୍ତ ଦାସ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗି ମାନଙ୍କୁ ଉତ୍ସାହିତ କରିଥିଲେ।

ଛାତ୍ର ଜୀବନରେ କ୍ରୀଡ଼ାର ଆବଶ୍ୟକତା ଉପରେ ଆଲୋକପାତ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ କ୍ରିଡ଼ାର
ସାମଞ୍ଜସ୍ୟ ଉପରେ ଗୁରୁତ୍ୱ ଆରୋପ କରିଥିଲେ। ବିଦ୍ୟାଳୟର ଚେୟାର୍‌ମ୍ୟାନ୍ ଡଃ. ବି.ଏନ୍‌. ପଟ୍ଟନାୟକ, ଭାଇସ୍ ଚେୟାର୍‌ମ୍ୟାନ୍ ଡ଼ଃ. ନିବେଦିତା ପଚ୍ଚନାୟକ, ବିଦ୍ୟାଳୟର ମୁଖ୍ୟ ପରିଚାଳନା ନିର୍ଦ୍ଦେଶିକା ଡ଼ଃ. ଗାୟତ୍ରୀ ମିଶ୍ର ଉପସ୍ଥିତ ଥିଲେ।

କୁଶଳୀ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ଚିତାକର୍ଷକ ପିରାମିଡ଼, ଯୋଗ, ରଙ୍ଗାରଙ୍ଗ ଏରୋବିକ୍‌ସ୍‌, ସୁର୍ଯ୍ୟ ନମସ୍କାର, ଡ୍ରିଲ୍ ଆଦି ପ୍ରଦର୍ଶିନ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା କୃତି ପ୍ରତିଯୋଗମାନଙ୍କୁ ପ୍ରମାଣ ପତ୍ର ଓ ସ୍ମ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ପଟିଆ ଶାଖାର ଅଧ୍ୟକ୍ଷା ଜୟଶ୍ରୀ ମହାପାତ୍ର, ସତ୍ୟନଗର ଶାଖାର ଅଧ୍ୟକ୍ଷା ଗୀତାଞ୍ଜଳୀ ପଣ୍ଡା, ସତ୍ୟବିହାର ଶାଖାର ଅଧ୍ୟକ୍ଷା ଶୁଭସ୍ମିତା ମହାନ୍ତି, ଗଙ୍ଗପଡ଼ା ଶାଖାର ଅଧ୍ୟକ୍ଷା ରାଜଲକ୍ଷ୍ମୀ ପ…ନାୟକ, ମଳିପଡ଼ା ଶାଖାର ଅଧ୍ୟକ୍ଷା ସୁଦିପ୍ତା ପଟ୍ଟନାୟକ ଏବଂ ଖେଳଶିକ୍ଷକ ଓ ଅନ୍ୟାନ୍ୟ ସମସ୍ତ ସହକାରୀ ଶିକ୍ଷକ, ଶିକ୍ଷୟତ୍ରୀମାନେ ଏହି ପ୍ରତିଯୋଗିତାକୁ ଅତି ଶୃଙ୍ଖଳିତ ଭାବରେ ସମ୍ପନ୍ନ କରିଥିଲେ।

ସମସ୍ତ ଶାଖାର ପ୍ରାୟ ୨୦୦୦ରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ, କୃତି ପ୍ରତିଯୋଗି ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। ଏହି କ୍ରିଡ଼ାପ୍ରତିଯୋଗିତାରେ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ସହିତ ସ୧ିଳନୀଟିକୁ ସାଫଲ୍ୟ ମଣ୍ଡିତ କରିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

କାହିଁକି ବିଜେପିରେ ଯୋଗଦେଲେ ହରଭଜନ ସିଂହ?: କହିଲେ କାରଣ

August 13, 2026

ସୁଖବୀର ବାଦଲଙ୍କୁ ଆକ୍ରମଣ ପରେ ହରସିମରତ କୌର ବାଦଲଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

August 13, 2026

“ଗଞ୍ଜେଇ କାଣ୍ଡ” ପରେ ବଡ଼ ନିଷ୍ପତ୍ତି: ଏୟାର ଇଣ୍ଡିଆର ସମସ୍ତ ପାଇଲଟଙ୍କ ହେବା ଡ୍ରଗ୍ସ ପରୀକ୍ଷା

August 13, 2026

Hindalco’s Baphlimali Mine: ହିଣ୍ଡାଲ୍‌କୋ ଖଣିକୁ ମିଳିଲା ପ୍ରଥମ ଏଏସ୍‌ଆଇ ମାନ୍ୟତା 

August 13, 2026

ଓଡିଶା ଡିଜିପି ନିଯୁକ୍ତିରେ ପାଞ୍ଚଦିନ ପାଇଁ ରୋକ ଲଗାଇଲେ ସୁପ୍ରିମ କୋର୍ଟ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.