
ରେଢାଖୋଲ (କନ୍ଦର୍ପ ବେହେରା): ରେଢାଖୋଲ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପରେ ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି।
ଏହି ଦିବସରେ ବିଜେପି ନେତା ଦେବେନ୍ଦ୍ର ମହାପାତ୍ର ଯୋଗଦେଇ ଯୁବ ପିଢୀ ନିଜର ମୁଲ୍ୟବାନ ମତଦାନକୁ କିପରି ସଠିକ୍ ଭାବରେ ସାବ୍ୟସ୍ତ କରିବେ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରମୋଦ ସାହୁ , ନେତ୍ରାନନ୍ଦ ରାଉଳ ପ୍ରମୁଖ ମତଦାନ ସଂପର୍କରେ ନୂତନ ଭୋଟର ମାନଙ୍କୁ ଆଲୋଚନା ମାଧ୍ୟମରେ ବାର୍ତ୍ତା ଦେଇଥିଲେ।
କାର୍ଯ୍ୟକ୍ରମକୁ ରାମାନୂଜ ମହାପାତ୍ର ସଂଯୋଜନା କରିଥିଲେ। ନାକଟିଦେଉଳ ଓ ରେଢାଖୋଲ ବ୍ଲକ୍ ର ବହୁ ଯୁବ ଭୋଟର ଭାଇମାନେ ଯୋଗ ଦେଇ ନିଜର ମତାମତ ରଖିଥିଲେ।