Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିତେନ୍ଦ୍ର ମହାରଣାଙ୍କ ସ୍ମୃତିରେ ନୂଆଗାଁ ପ୍ରିମୀୟର ଲିଗ ଉଦଘାଟିତ
ଆଞ୍ଚଳିକ

ଜିତେନ୍ଦ୍ର ମହାରଣାଙ୍କ ସ୍ମୃତିରେ ନୂଆଗାଁ ପ୍ରିମୀୟର ଲିଗ ଉଦଘାଟିତ

January 27, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଖୋର୍ଦ୍ଧା ନିକଟସ୍ଥ ଉଇଲକିଶନ ନଗର ଗ୍ରାମର ମା ଅଁଳାଇ କ୍ରିକେଟ ଖେଳ ପଡିଆ ଠାରେ ୨ ଦିନିଆ ନୂଆଗାଁ ପ୍ରିମୀୟର ଲିଗ ଆଜି ଉଦଘାଟିତ ହୋଇଯାଇଛି। ଗ୍ରାମର ସମସ୍ତଙ୍କ ପ୍ରିୟ ତଥା କ୍ରୀଡ଼ାବିତ ଜିତେନ୍ଦ୍ର ମହାରଣା ମହାମାରୀ କୋଭିଡ ସମୟରେ ମୃତ୍ୟୁବରଣ କରିଥିବା ବେଳେ ତାଙ୍କର ସ୍ମୃତି କୁ ମନେ ପକାଇବା ଏକତାର ମନ ଭାବ ନେଇ ଦୁଇ ଦିନିଆ ଆରମ୍ଭ ହୋଇଥିବା ଏହି ଖେଳ ଆଜି ଉଦଘାଟିତ ହୋଇଯାଇଛି।

ଆଜି ଗ୍ରାମର ସଭାପତି ପୂର୍ଣଚନ୍ଦ୍ର ସାହୁ, ସମାଜସେବୀ ତୁଷାର କାନ୍ତ ବିଶ୍ୱାଳ, ସୁଦର୍ଶନ ବିଶ୍ୱାଳ, ହିମାଂଶୁ ବରାଳ, ଆକାଶ କୁମାର ବିଶ୍ୱାଳ, ଗୋପାଳକୃଷ୍ଣ ପ୍ରଧାନ ପ୍ରମୁଖ ଯୋଗ ଦେଇ ପିଲାଙ୍କୁ ଉତ୍ସାହିତ କରିବା ସହିତ ଏହି ଖେଳ ଦ୍ୱାରା ଗ୍ରାମରେ ଭାଇଚାରା ଓ ଭାତୃତ୍ୱ ଭାବ ସୃଷ୍ଟି ହେଉଛି ବୋଲି କହିଥିଲେ। ୪ ଟି ଦଳକୁ ନେଇ ଆୟୋଜିତ ଏହି ଖେଳ ରେ ପ୍ରଥମେ ବଜରଙ୍ଗୀ ଫାଇଟର ଓ ଅଁଳାଇ ୱାରିଅର ମଧ୍ୟରେ ହୋଇଥିଲା।ବଜରଙ୍ଗୀ ଫାଇଟର ୧୨ ଓଭର ଖେଳି ୭୨ ରନ କରିଥିବା ବେଳେ ଅଁଳାଇ ଦଳ ୧୦ ଓଭର ଖେଳି ୨ ଉଇକେଟ ରେ ୭୩ ରନ କରି ବିଜୟୀ ହୋଇଥିଲେ। ସେହିପରି ପରେ ସିଏସ କେ ୱାରିଅର ଓ ୟୌଙ୍ଗ ଫାଇଟର ମଧ୍ୟରେ ଖେଳ ହୋଇଥିଲା।

ଶେଷରେ ସିଏସକେ ୱାରିଅର ର ଜିତେନ୍ଦ୍ର ସାହାଣୀ,ୟୌଙ୍ଗ ଫାଇଟର ର ଦେବାଶିଷ ବିଶ୍ୱାଳ, ଅଁଳାଇ ୱାରିଅର ର ସାଗର ବଳିଆରସିଂ କୁ ମ୍ୟାନ ଅଫ ଦି ମ୍ୟାଚ ଅତିଥି ଙ୍କ ଦ୍ୱାରା ପ୍ରଦାନ କରାଯାଇଥିଲା।ସମସ୍ତ ଟିମ ର କ୍ୟାପଟେନ ଚନ୍ଦ୍ରକାନ୍ତ ବିଶ୍ୱାଳ, ଧର୍ମେନ୍ଦ୍ର ବିଶ୍ୱାଳ, ରାଜେଶ ବିଶ୍ୱାଳ, ମହେଶ ସ୍ୱାଇଁଙ୍କ ସହିତ ସତ୍ୟନାରାୟଣ ସୁନ୍ଦରାୟ,ଆଲୋକ ପ୍ରଧାନ, ଚିଣ୍ଟୁ ବିଶ୍ୱାଳ, ସନ୍ଦୀପ ପ୍ରଧାନ, ରାଜୀବ ବିଶ୍ୱାଳ, ବବୁଲ ପ୍ରଧାନ, ଦୀପକ କୁମାର ସୁନ୍ଦରାୟ, ରାଜେଶ ବାରିକ, କୃଷ୍ଣଚନ୍ଦ୍ର ସାହୁ, ରଶ୍ମିରଞ୍ଜନ ଦାସ, ଦିପେଶ ବେହେରା, ଉପେନ୍ଦ୍ର ସାହୁ, ସାଗର ବଳିଆରସିଂହଙ୍କ ସହିତ ଗ୍ରାମର ୧୦୦ ରୁ ଉର୍ଦ୍ଧ୍ବ ପିଲା ସହଯୋଗ କରିଥିଲେ। ଆଖ ପାଖର ଶତାଧିକ କ୍ରୀଡା ପ୍ରେମୀ ଯୋଗ ଦେଇଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026

ନାକଟିଦେଉଳରେ ଯୁବକଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ ଅଭିଯୋଗ; ୮ ଜଣ ଅଟକ, ଗୁରୁତର ଆହତଙ୍କୁ ବୁର୍ଲା ସ୍ଥାନାନ୍ତର

August 2, 2026
Latest News

ନାନ୍ଦେଡ଼ର ଗୁରୁଦ୍ୱାରା ମାତା ସାହିବ କୌରରେ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ

August 13, 2026

ଆରଜି କର ଦୁଷ୍କର୍ମ-ହତ୍ୟା ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ: ପୂର୍ବତନ ଟିଏମସି ବିଧାୟକ ଗିରଫ

August 13, 2026

ରକେଟ ଭଳି ଚଢିଲା ସୁନା ଓ ରୂପା ମୂଲ୍ୟ: ଜାଣନ୍ତୁ ଆଜିର ଦର

August 13, 2026

ବିଜେପି ମୁଖପାତ୍ର ଭାବରେ କାର୍ଯ୍ୟ କରୁଛି ଅକାଳୀ ଦଳ: ଇଡି ଚିଠି ଉପରେ ଆପ ର ଆକ୍ରମଣ

August 13, 2026

ଲୋକସଭା ଅନିଶ୍ଚିତକାଳ ପାଇଁ ମୁଲତବୀ

August 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.