ହଂସତୁଳିରେ ଅଗ୍ନିବିପନ୍ନ ପରିବାରଙ୍କୁ ସହାୟତା ପ୍ରଦାନ କଲେ ବିଜେପି ନେତା ପ୍ରତାପ ନାୟକ

Published: Jan 28, 2024, 7:07 am IST

ବେଗୁନିଆପଡା: (ଟୁକୁନା ପ୍ରଧାନ) ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ ଅନ୍ତର୍ଗତ ତାଳସର ପଞ୍ଚାୟତର ହଂସତୁଳି ଗ୍ରାମରେ ଗତକାଲି ରାତିରେ କୌଣସି କାରଣରୁ ଭୟାଭୟ ଅଗ୍ନିକାଣ୍ଡ ଘଟି ଛକ ସାହିର ଛବିତା ଡାକୁଆ, ରଙ୍କ ଡାକୁଆ, ନାରାୟଣ ଡାକୁଆ, ଅଜୟ ନାୟକ, ପ୍ରଭାକର ନାୟକଙ୍କ ଘର ସଂପୂର୍ଣ୍ଣ ଜଳି ପୋଡ଼ି ନଷ୍ଟ ହୋଇଥିବା ବେଳେ ନିଆଁ ଲିଭାଇବା ବେଳେ ଏବଂ ଅଗ୍ନିକାଣ୍ଡ ର ପ୍ରଭାବରେ ତ୍ରିନାଥ ପାତ୍ରଙ୍କ ଆଜବେଷ୍ଟ ଘରଟି ମଧ୍ୟ ନଷ୍ଟ ହୋଇ ଯାଇଅଛି। ଏହି ସବୁ ପରିବାର ଗୁଡିକ ଦିନ ମଜୁରିଆ ଶ୍ରେଣୀର ହୋଇ ଥିବା ବେଳେ ସେମାନଙ୍କୁ ସରକାରୀ ସ୍ତରରୁ ହେଉ କିମ୍ବା ଯେ କୌଣସି ବଦାନ୍ୟ ବ୍ୟକ୍ତିବିଶେଷ ମାନେ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀ ମାନେ ଅନୁରୋଧ କରିଥିଲେ।

ଏହି ଦୁଃଖଦ ଖବର ପାଇ କବିସୂର୍ଯ୍ୟନଗର ନିର୍ବାଚନମଣ୍ଡଳୀର ବରିଷ୍ଠ ବିଜେପି ନେତା ପ୍ରତାପ ନାୟକ ଅଗ୍ନିବିପନ୍ନ ପରିବାରଙ୍କୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ରାଶି ଏବଂ ଖାଦ୍ୟ ସାମଗ୍ରୀ, ଲୁଗାପଟା ଆଦି ପ୍ରଦାନ କରିଛନ୍ତି। ଏଥିରେ ବିଜେପି ନେତା ନାରାୟଣ ସୁମନ୍ତରାୟ, ଶ୍ରୀକାନ୍ତ ପଣ୍ଡା, ସୂରିଆସୁଂ ବେହେରା, ପଙ୍କଜ ନାୟକ, ପ୍ରଭାତ ସ୍ଵାଇଁ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ। ଏହି ସମୟରେ ହଂସତୁଳି ଗ୍ରାମର ଶତାଧିକ ଗ୍ରାମବାସୀ ସମେତ ଆନନ୍ଦ ସ୍ଵାଇଁ, ଛଇଲ ସ୍ଵାଇଁ ପ୍ରମୁଖ ଉପସ୍ଥିତ ଥିଲେ।

Related posts