Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଗସ୍ତରେ ନୂତନ ଜିଲ୍ଲାପାଳ: ମା’ ଭଗବତୀ ମନ୍ଦିର ସମେତ ଅନେକ ଉନ୍ନୟନ ପ୍ରକଳ୍ପର କଲେ ସମୀକ୍ଷା
ଆଞ୍ଚଳିକ

ବାଣପୁର ଗସ୍ତରେ ନୂତନ ଜିଲ୍ଲାପାଳ: ମା’ ଭଗବତୀ ମନ୍ଦିର ସମେତ ଅନେକ ଉନ୍ନୟନ ପ୍ରକଳ୍ପର କଲେ ସମୀକ୍ଷା

February 5, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ଆଜି ଅପରାହ୍ନରେ ବାଣପୁର ଗସ୍ତରେ ଆସି ପ୍ରଥମେ ମା’ ଭଗବତୀ ମନ୍ଦିର ଦର୍ଶନ କରିଛନ୍ତି। ମା’ ଙ୍କ ଆଶୀର୍ବାଦ କାମନା କରିବା ସହ ମନ୍ଦିର ଉନ୍ନୟନ ପ୍ରକଳ୍ପ ବିଷୟରେ ସ୍ଥାନୀୟ ତହସିଲଦାର ଏବଂ ବିଡ଼ିଓଙ୍କ ଠାରୁ ପଚାରି ବୁଝିଛନ୍ତି। ଏହାପରେ ଜିଲ୍ଲାପାଳ ଏନଏସି ସ୍ଥିତ ସରକାରୀ ୫-ଟି ହାଇସ୍କୁଲ ପରିଦର୍ଶନ କରିଛନ୍ତି ଏବଂ ଛାତ୍ରଛାତ୍ରୀଙ୍କୁ ମିଳୁଥିବା ସମସ୍ତ ସୁବିଧା ପରଖିଛନ୍ତି।

ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ବାଣପୁର ବ୍ଲକ କାର୍ଯ୍ୟାଳୟ ପରିଦର୍ଶନ କରିଛନ୍ତି। ଏହି ସମୟରେ ବିଧାୟକ ପାଣ୍ଠି କାର୍ଯ୍ୟାଦେଶ ପାଇବା ଦାବିରେ ପୁର୍ବରୁ ଧାରଣାରେ ବସିଥିବା ଏକାଧିକ ସଂଗଠନର କର୍ମକର୍ତ୍ତା ମାନେ ଜିଲ୍ଲାପାଳଙ୍କୁ ଭେଟି ତାଙ୍କ ଅଭିଯୋଗ ଜଣାଇଛନ୍ତି।  ଆସନ୍ତା ଦୁଇ ଦିନ ମଧ୍ୟରେ ଉକ୍ତ ଅଭିଯୋଗର ଅଗ୍ରଗତି ବିଷୟରେ ସେମାନଙ୍କୁ ସୂଚନା ଦିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ଏହାପରେ ଜିଲ୍ଲାପାଳ ଶ୍ରୀ ରାଣା ଆଙ୍କୁଲାପଦର ସ୍ଥିତ ନିର୍ମାଣଧୀନ ନୂତନ ମେଡିକାଲ ପରିଦର୍ଶନ କରିଛନ୍ତି ଏବଂ ଏହାର ଅଗ୍ରଗତି ବିଷୟରେ ସମୀକ୍ଷା କରିଛନ୍ତି।

ତେବେ ଜିଲ୍ଲାପାଳଙ୍କ ଗସ୍ତ ସମୟରେ ସ୍ଥାନୀୟ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଶିବସେନା (ୟୁବିଟି)ରେ ଫାଟ, ଓୱେସିଙ୍କ କଟାକ୍ଷ – ‘ଶିକାରୀ ନୂଆ, ଜାଲ ପୁରୁଣା’

June 18, 2026

ପୂର୍ବ ଶତ୍ରୁତାର କରୁଣ ପରିଣତି: ଭୁଜାଲି ଆକ୍ରମଣରେ ୱାର୍ଡ ସଭ୍ୟ ମୃତ, ଜଣେ ଗୁରୁତର

June 18, 2026

ଆମେରିକା-ଇରାନ ମଧ୍ୟରେ ୧୪-ସୂତ୍ରୀ ଚୁକ୍ତି; ହର୍ମୁଜ୍ ପ୍ରଣାଳୀ ପୁନଃ ଖୋଲିବାକୁ ସମ୍ମତି

June 18, 2026

ଅନୁଗୁଳରେ ଡବଲ ଏନକାଉଣ୍ଟର

June 18, 2026

ବ୍ୟାଙ୍କ କାହିଁକି ବଢ଼ାଉଛି କ୍ରେଡିଟ୍ ଲିମିଟ୍, ଗ୍ରହଣ କରିବା ପୂର୍ବରୁ ଜାଣନ୍ତୁ ସମ୍ପୂର୍ଣ୍ଣ ସତ୍ୟ

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.