Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁରେ ଅଲିମ୍ପିୟାଡ଼ ଦୂତି ଚାନ୍ଦ, ମହିଳା ସମ୍ମେଳନରେ ଦେଲେ ଯୋଗ
ଆଞ୍ଚଳିକ

ବାଲୁଗାଁରେ ଅଲିମ୍ପିୟାଡ଼ ଦୂତି ଚାନ୍ଦ, ମହିଳା ସମ୍ମେଳନରେ ଦେଲେ ଯୋଗ

February 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାଲୁଗାଁରେ ଅଲିମ୍ପିୟାଡ଼ ଦୂତି ଚାନ୍ଦ, ମହିଳା ସମ୍ମେଳନରେ ଦେଲେ ଯୋଗ

ବାଲୁଗାଁ( ସୀତାରାମ ଅଗ୍ରୱାଲ): ଜାତୀୟ ମହିଳା ସମ୍ମେଳନ ଅବସରରେ ଓଡ଼ିଶା ଯୁବ ସାଂସ୍କୃତିକ ସଂସଦ ପକ୍ଷରୁ ମହିଳା ହିଂସା ବିଲୋପ ପାଇଁ ଆଜି ସନ୍ଧ୍ୟାରେ ଶ୍ରୀ ଶ୍ରୀ ଉମାମହେଶ୍ୱର ବଣିକ ସଙ୍ଘ ସଭାଗୃହରେ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଅପରାହ୍ଣରେ ଉତ୍ତରାୟଣୀ ମନ୍ଦିର ନିକଟରୁ ମହିଳାମାନଙ୍କର ଏକ ବିରାଟ ଶୋଭାଯାତ୍ରା ବଜାର ପରିକ୍ରମା କରି ଅଶୋକ ନଗର ବଣିକ ସଙ୍ଘ ପର୍ଯ୍ୟନ୍ତ ଆସିବା ପରେ ସମ୍ମେଳନ ଆରମ୍ଭ ହୋଇଥିଲା।

ଆୟୋଜିତ ସମ୍ମିଳନୀରେ ସଭାପତି ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସାମାଜିକ କର୍ମୀ ମାନସୀ ପ୍ରଧାନ ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେବା ସହ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ସମ୍ମାନିତ ଅତିଥିଭାବେ ଯୋଗ ଦେଇ ପ୍ରାଧ୍ୟାପିକା ସୁଜାତା ପ୍ରଧାନ କହିଲେ ଯେ ସାମ୍ପ୍ରତିକ ସମୟରେ ଭାରତରେ ନାରୀମାନଙ୍କ ଉପରେ ଅତ୍ୟାଚାର ବଢିଚାଲିଛି।

ନାରୀମାନଙ୍କ ଅଧିକାର ସମ୍ପର୍କରେ ସମାଜର ଅଧିକାଂଶ ବ୍ୟକ୍ତି ସଚେତନ ନୁହନ୍ତି। ତେଣୁ ପ୍ରତ୍ୟେକ ପୁରୁଷ ନାରୀମାନଙ୍କ ଅଧିକାର ସମ୍ପର୍କରେ ସଚେତନ ହେବା ଦରକାର। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଆଡ଼ଭୋକେଟ ଗୌରୀ ଶଙ୍କର ଷଡ଼ଙ୍ଗୀ ନାରୀମାନଙ୍କ ପାଇଁ ଥିବା ଆଇନ ଓ ଏହାର କାର୍ଯ୍ୟକାରିତା ସମ୍ପର୍କରେ ବିଭିନ୍ନ ଧାରା ଉଲ୍ଲେଖ କରିବା ସହ ଉଭୟ ମହିଳା ଓ ପୁରୁଷଙ୍କ ଦୃଷ୍ଟିଭଙ୍ଗୀ ପରିବର୍ତ୍ତନ ଉପରେ ଗୁରୁତ୍ୱ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ବାଲୁଗାଁ ମହାବିଦ୍ୟାଳୟର ଅଧ୍ୟକ୍ଷl ଡକ୍ଟର କଳ୍ପନା ଦାଶ ଓ ନାଟ୍ୟକାର ଭିକାରୀ ଚରଣ ପ୍ରଧାନ ନାରୀମାନଙ୍କ ସଶକ୍ତିକରଣ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

ମୁଖ୍ୟ ଅତିଥିଭାବେ ଯୋଗଦେଇ ଅନ୍ତର୍ଜାତୀୟ ଅଲିମ୍ପିୟାଡ଼ ଦୂତି ଚାନ୍ଦ ନିଜ ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିବା ସହ ନିଜର ଆତ୍ମବିଶ୍ୱାସ ଓ ଅଧ୍ୟବସାୟ ବଳରେ କିପରି ସଫଳତା ତଥା ସମ୍ମାନ ପାଇଛନ୍ତି ତାହା ଉପସ୍ଥାପିତ କରିଥିଲେ। ସଭାପତି ମାନସୀ ପ୍ରଧାନ ଏହି ଅବସରରେ ପାରିବାରିକ ହିଂସାର ବିଲୋପ ବନ୍ଦ କରିବାକୁ ଆହ୍ୱାନ ଦେଇଥିଲେ।

ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ଦୂତି ଚାନ୍ଦଙ୍କୁ ଇଣ୍ଟରନ୍ୟାସନାଲ ୟୁଥ ଆଇକନ ଭାବେ ସମ୍ମାନିତ କରାଯାଇଥିଲା। ଏଥି ସହ ବାଲୁଗାଁ କଲେଜର ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କୁ ଦୂତି ଚାନ୍ଦ ଜାତୀୟ ସେବା ଯୋଜନା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ଦୂତି ଚାନ୍ଦ ସମ୍ବର୍ଦ୍ଧିତ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଅନ୍ତର୍ଜାତୀୟ ଓଡିଶୀ ନୃତ୍ୟଗୁରୁ ସୁଜାତା ମହାପାତ୍ର, ସମାଜସେବୀ ଚାରୁଲତା ମହାନ୍ତି, ଶ୍ରେଷ୍ଠ ଏନସିସି କ୍ୟାଡେଟ ଗଙ୍ଗୋତ୍ରୀ ପ୍ରଧାନ,ନୃତ୍ୟଶିଳ୍ପୀ ତଥା ପ୍ରତିଭାମୟୀ ଛାତ୍ରୀ ବୈଶାଳୀ ମହାନ୍ତିଙ୍କୁ ଦୂତି ଚାନ୍ଦ ସମ୍ବର୍ଦ୍ଧିତ କରିଥିଲେ। କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଅଶୋକ ପଟ୍ଟନାୟକ। ଏହାପରେ ନୃତ୍ୟଗୁରୁ ସୁଜାତା ମହାପାତ୍ର ଓ ତାଙ୍କର ଗ୍ରୁପ ଓଡିଶୀ ନୃତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ଦୂତି ଚାନ୍ଦ ମାନସୀ ପ୍ରଧାନ
Share. Facebook Twitter LinkedIn Email WhatsApp Copy Link

Related Posts

ରଣପୁର ବ୍ଲକରେ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଣପୁର ଓ ବାଲୁଗାଁରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ଶ୍ରୀ ମହିଳା ସଂଘ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 21, 2026

ବାଲୁଗାଁ ମହାବିଦ୍ୟାଳୟ ପରିସରରେ ସ୍ୱଚ୍ଛତା ଅଭିଯାନ ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ

June 20, 2026
Latest News

OTAS ଅଧିକାରୀ ଭୀମସେନ ଟୁଡୁଙ୍କୁ ଚାକିରୀରୁ ବହିଷ୍କୃତ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କାରଣ

June 27, 2026

ସ୍ଥଗିତ ହେଲା ପରୀକ୍ଷା: TET ପେପର ଲିକ୍ ପରେ ଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି

June 27, 2026

ନୂତନ ପାସନ ମଡେଲ ଲଞ୍ଚ କଲା ହିରୋ: ୧ ଲିଟରରେ ଚାଲିବ ୭୧ କିମି, ଜାଣନ୍ତୁ ବୈଶିଷ୍ଟ୍ୟ

June 27, 2026

ଜନନାୟକାନ ପ୍ରଯୋଜକଙ୍କୁ ଦିଲ୍ଲୀରେ ନିଯୁକ୍ତ କଲେ ଥଲାପତି ବିଜୟ: ବିରୋଧ କଲେ ବିଜେପି-ଡିଏମକେ

June 27, 2026

ମହାନଦୀ ଜଳ ବିବାଦ: ଆଜି ଟ୍ରିବ୍ୟୁନାଲରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି

June 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.