Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଚିଲିକା: ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବଣ୍ଟନ ବ୍ୟବସ୍ଥାକୁ ବିରୋଧ, ବ୍ୟାଗ ଜାଳି ନାରାବାଜି କଲା ବିଜେପି
ଆଞ୍ଚଳିକ

ଚିଲିକା: ରାଜ୍ୟ ସରକାରଙ୍କ ଖାଦ୍ୟ ସୁରକ୍ଷା ବଣ୍ଟନ ବ୍ୟବସ୍ଥାକୁ ବିରୋଧ, ବ୍ୟାଗ ଜାଳି ନାରାବାଜି କଲା ବିଜେପି

February 9, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଚିଲିକା (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ପକ୍ଷରୁ ଖାଦ୍ୟ ସୁରକ୍ଷା ହିତାଧିକାରୀ ପରିବାରକୁ ବଣ୍ଟନ କରିବାକୁ ଥିବା ବ୍ୟାଗକୁ ବିଜେପି ପକ୍ଷରୁ ବିରୋଧ କରାଯାଇଛି। ଏହିକ୍ରମରେ ଆଜି ଚିଲିକା ନିର୍ବାଚନ ମଣ୍ଡଳୀ ବାଲୁଗାଁ ଏନଏସି ଅନ୍ତର୍ଗତ ବିଦ୍ୟାଧରପୁର ଏବଂ ବାଣପୁର ବ୍ଲକ ଆୟତ୍ତପୁର ପଞ୍ଚାୟତସ୍ଥିତ ସ୍ଥିତ ଖାଉଟି ରାସନ ଦୋକାନ ସମ୍ମୁଖରେ ବିଜେପି ପକ୍ଷରୁ ବିରୋଧ କରିବା ସହ ବ୍ୟାଗ ଜାଳି ନାରାବାଜି କରିଥିବା ଦେଖିବାକୁ ମିଳିଛି।

ଖବର ମୁତାବକ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାକୁ ଭ୍ରମିତ କରି ବିଜେଡି ସରକାର କେବଳ ବ୍ୟାଗ ଧରେଇ ଯୋଜନାର ଶ୍ରେୟ ନେଵା ଏବଂ ଅପଚେଷ୍ଟା କରି ଆମ ଓଡିଶା ନବୀନ ଓଡିଶା ଲେଖାଥିବା ସହିତ ୫ଟି ଓ ଶଙ୍ଖ ଚି଼ହ୍ନ ଥିବା ବ୍ୟାଗକୁ ବଣ୍ଟନ କରି ରାଜନୈତିକ ପ୍ରଚାର କରୁଥିବା ରାଜ୍ୟ ବିଜେପି ବରିଷ୍ଠ ନେତା ପୃଥ୍ଵୀରାଜ ହରିଚନ୍ଦନ କହିଛନ୍ତି।ଏଥିସହିତ ଜନସାଧାରଣଙ୍କୁ କେନ୍ଦ୍ର ସରକାରଙ୍କ ଖାଦ୍ୟ ସୁରକ୍ଷା ଯୋଜନାରେ ସାରା ରାଜ୍ୟରେ ୩ କୋଟି ୨୬ ଲକ୍ଷ ହିତାଧିକାରୀଙ୍କୁ ଯୋଡ଼ି ଥିବାବେଳେ ରାଜ୍ୟ ସରକାର ମାତ୍ର ୮୯ ଲକ୍ଷ ହିତାଧିକାରୀଙ୍କୁ ରାସନ ସାମଗ୍ରୀ ଯୋଗାଇ କେନ୍ଦ୍ର ଯୋଜନାକୁ ଭ୍ରମିତ କରିବା ହାସ୍ୟାସ୍ପଦ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ନ୍ୟସ୍ତ ସ୍ୱାର୍ଥ ପାଇଁ ଏଭଳି ବିଭ୍ରାନ୍ତିକରକୁ ବରଦାସ୍ତ କରାଯିବ ନାହିଁ।ଯଦି ଆଗକୁ କୌଣସି ଡ଼ିଲର ପଏଣ୍ଟ ପକ୍ଷରୁ ଏଭଳି ବ୍ୟାଗ ବାଣ୍ଟିବା ପାଇଁ ଅପଚେଷ୍ଟା କରାଯାଏ ତେବେ ସମ୍ପୃକ୍ତ ଡ଼ିଲର ପଏଣ୍ଟକୁ ତାଲା ପକାଇ ଦେବାକୁ ବିଜେପି ଚେତାବନୀ ଦେଇଛି।

ଉକ୍ତ କାର୍ଯ୍ୟକ୍ରମରେ ବାଲୁଗାଁ ନଗର ମଣ୍ଡଳ ସଭାପତି ନିରଞ୍ଜନ ସେଠି ଓ ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ରାମଚନ୍ଦ୍ର ପଲାଇ,ଚିଲିକା ବ୍ଲକ ଉପାଧ୍ୟକ୍ଷ ଅରୁଣ ପଟ୍ଟନାୟକ,ମହିଳା ସଭାନେତ୍ରୀ ସ୍ୱପ୍ନା ବଡ଼ଜେନା, ଭେଟେଶ୍ୱର ପଞ୍ଚାୟତ ସରପଞ୍ଚ ସାବିତ୍ରୀ ଭୋଳ, ଆୟତ୍ତପୁର ପଞ୍ଚାୟତ ସରପଞ୍ଚ ନର୍ମଦା ପ୍ରଧାନ, ଦେଓଗାଁ ସରପଞ୍ଚ, ବରିଷ୍ଠ ସଂଗଠକ ଜିତେନ୍ଦ୍ର ଭୋଳଙ୍କ ସମେତ ବହୁ ବରିଷ୍ଠ ଵିଜେପି ନେତା ଓ କାର୍ଯ୍ୟକର୍ତ୍ତା ଯୋଗଦେଇଥିଲେ।

banpur BJP chilika
Share. Facebook Twitter LinkedIn Email WhatsApp Copy Link

Related Posts

ଆସିଲା ରାଜ୍ୟସଭା ନିର୍ବାଚନ ଫଳାଫଳ: ଚତୁର୍ଥ ଆସନରେ ଦିଲ୍ଲୀପ ରାୟଙ୍କ ବାଜିମାତ୍

March 16, 2026

ରାଜ୍ୟସଭା ନିର୍ବାଚନ: ଓଡ଼ିଶା, ବିହାର ଏବଂ ହରିୟାଣାରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା, ଜାଣନ୍ତୁ ସଂଖ୍ୟା ଖେଳ

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026

ରାଜ୍ୟସଭା ନିର୍ବାଚନରେ ​​କ୍ରସ୍ ଭୋଟିଂ ଭୟ: ୮ ବିଧାୟକଙ୍କୁ କର୍ଣ୍ଣାଟକ ପଠାଇଲା ଓଡ଼ିଶା କଂଗ୍ରେସ 

March 13, 2026
Latest News

ଆଜି ମାର୍ଚ୍ଚ ୨୦ ତାରିଖ ଶୁକ୍ରବାର ଖୋଲିବ ଏହି ରାଶିଗୁଡିକର ଭାଗ୍ୟ

March 20, 2026

ଫ୍ରାନ୍ସ ରାଷ୍ଟ୍ରପତିଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ଏକ ଦଶନ୍ଧିରେ ଟ୍ରେନ ଦୁର୍ଘଟଣାରେ ୬୦% ଓ ମୃତ୍ୟୁ ୧୭% ହ୍ରାସ: ଅଶ୍ଵିନୀ ବୈଷ୍ଣବ

March 19, 2026

ଓମାନର ସୁଲତାନଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

March 19, 2026

ପୂର୍ବତଟ ରେଳପଥ ମହାପ୍ରବନ୍ଧକଙ୍କ ଦ୍ୱାରା ରାୟଗଡା ଡିଭିଜନ ନିରୀକ୍ଷଣ

March 19, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.