Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ନନ୍ଦପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଚି଼ହ୍ନଟ ଉପରେ ଗୁରୁତ୍ୱ
ଆଞ୍ଚଳିକ

ନନ୍ଦପୁର ପଞ୍ଚାୟତରେ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ: ବାଦ ପଡ଼ିଥିବା ହିତାଧିକାରୀଙ୍କୁ ଚି଼ହ୍ନଟ ଉପରେ ଗୁରୁତ୍ୱ

February 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ରାଜ୍ୟ ସରକାରଙ୍କ ସଫଳତା ଓ ଯୋଜନା ଗୁଡିକୁ ପ୍ରଚାର ଓ ପ୍ରସାର କରିବାକୁ ଆଜି ମା’ ମେଘାମ୍ବରୀଙ୍କ ପୀଠରେ ନନ୍ଦପୁର ଗ୍ରାମ ପଞ୍ଚାୟତର ନୂଆ ଓ ଜରିଆରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସରପଞ୍ଚ ପୁଷ୍ପମିତ୍ର ଖୁଣ୍ଟିଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ନୃସିଂହଚରଣ ଜେନା, ପ୍ରକାଶ ଚନ୍ଦ୍ର ପାଢ଼ୀ, ମହିଳା ସଭାନେତ୍ରୀ ସରୋଜିନୀ ପାଳ, ବ୍ଲକ ଏପିଓ ଶୁଭଲକ୍ଷ୍ମୀ ଜେନା ପ୍ରମୁଖ ଯୋଗ ଦେଇ ସରକାରଙ୍କ ସଫଳ ଯୋଜନା ଗୁଡିକୁ ଲୋକଙ୍କ ପାଖରେ ପହଞ୍ଚିବା ସହ ପଞ୍ଚାୟତର ବିକାଶ ମୂଳକ କାର୍ଯ୍ୟକୁ ବର୍ଣ୍ଣନା କରିଥିଲେ।

ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ରାଜ୍ୟ ସରକାର ଗରିବଙ୍କ ନିମିତ୍ତ ଯେଉଁ ଯୋଜନା ପ୍ରସ୍ତୁତ କରିଛନ୍ତି ଅତିଥି ମାନେ ବର୍ଣ୍ଣନା କରିଥିଲେ। ସରକାରୀ ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀ ମାନଙ୍କୁ ଚିହ୍ନଟ କରିବାକୁ ସମସ୍ତ ସିଆରପି, ଅଙ୍ଗନବାଡି କର୍ମୀ ଏବଂ ସରକାରୀ କର୍ମଚାରୀ ମାନଙ୍କୁ ଉପାଧ୍ୟକ୍ଷ ନିବେଦନ କରି ଲୋକମାନଙ୍କ ନିକଟତର ହେବାକୁ ପରାମର୍ଶ ଦେଇଥିଲେ।

ସରକାରଙ୍କ ଯୋଜନା ଗୁଡିକୁ ଯେପରି ହିତାଧିକାରୀମାନଙ୍କୁ ସୁବିଧାରେ ଉପଲବ୍ଧ ହୋଇପାରିବ ତାହା ଉପରେ ସରପଞ୍ଚ ଶ୍ରୀଯୁକ୍ତ ଖୁଣ୍ଟିଆ ଗୁରୁତ୍ୱାରୋପ କରିଥିଲେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଉପସ୍ଥିତ ମହିଳା ଓ ପୁରୁଷ ମାନଙ୍କୁ ସରକାରଙ୍କ ଯୋଜନା ସମ୍ପର୍କରେ ଅବଗତ କରାଯାଇଥିଲା।

ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା ବୈଠକ: ଇନ୍ଧନ ଯୋଗାଣକୁ ସୁନିଶ୍ଚିତ କରିବା ଉପରେ ଗୁରୁତ୍ଵ

March 26, 2026

ସତରେ କ’ଣ ଖୁବ୍ ଶୀଘ୍ର ଆସିବ ଲକଡାଉନ୍?: ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପରେ ବଢିଲା ଚର୍ଚ୍ଚା

March 26, 2026

ଆଜି ପ୍ରଭୃ ଲିଙ୍ଗରାଜଙ୍କ ରଥଯାତ୍ରା: ଜାଣନ୍ତୁ କେଉଁ ସମୟରେ ଆରମ୍ଭ ହେବ ରଥଟଣା?

March 26, 2026

ସେହି ପାଞ୍ଚ “ବନ୍ଧୁ” ଦେଶ କିଏ?: ଯାହାଙ୍କ ପାଇଁ ଖୋଲାଅଛି ହରମୁଜ୍

March 26, 2026

ସେକ୍ସ ରାକେଟ ଠାବ: ୫ ଯୁବକ ଓ ଯୁବତୀ ଅଟକ

March 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.