Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବ୍ଲକ ସମ୍ମୁଖରେ ଆନ୍ଦୋଳନ କଲେ ଶତାଧିକ ଆଦିବାସୀ
ଆଞ୍ଚଳିକ

ବାଣପୁର: ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବ୍ଲକ ସମ୍ମୁଖରେ ଆନ୍ଦୋଳନ କଲେ ଶତାଧିକ ଆଦିବାସୀ

February 15, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଚାଷୀମୁଲିଆ ସଙ୍ଘ, ଓଡିଶା ଅଲ ଇଣ୍ଡିଆ କ୍ଷେତ ମଜଦୁର କିଷାନ ସଭା ତରଫରୁ ଦାମିଆ ବରବରା ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଆଞ୍ଚଳିକ କମିଟି ପକ୍ଷରୁ ରାଜ୍ୟ ସଂଯୋଜକ ନୀଳାମ୍ବର ନାୟକ, ନିରଞ୍ଜନ ଶବର ପ୍ରମୁଖଙ୍କ ନେତୃତ୍ୱରେ ଶତାଧିକ ଆଦିବାସୀ ପୁରୁଷ ଓ ମହିଳା ପାରମ୍ପରିକ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇ ବ୍ଲକ ସମ୍ମୁଖରେ ରାସ୍ତା ନିର୍ମାଣ ଦାବିରେ ଆନ୍ଦୋଳନ କରିଥିଲେ। ନୀଳାଦ୍ରି ପ୍ରସାଦ ପଞ୍ଚାୟତ ଏକ ଆଦିବାସୀ ବହୁଳ ଅଞ୍ଚଳ ଭାବେ ପରିଚିତ ଥିବାବେଳେ ସ୍ୱାଧୀନତାର ଦୀର୍ଘ ୭୬ବର୍ଷ ପରେ ମଧ୍ୟ ପଞ୍ଚାୟତର ବହୁ ଗ୍ରାମକୁ ପକ୍କା ରାସ୍ତା ଖଣ୍ଡିଏ ନଥିବାରୁ ପଞ୍ଚାୟତର ୬ ଓ ୭ନମ୍ବର ୱାର୍ଡର ମଶାଣି ସାହି, ବରକୋଳି, ଚନ୍ଦ୍ରମା, କରଞ୍ଜ ପଲ୍ଲୀ, କଳାପାଟ ସମେତ ୧୦ଖଣ୍ଡ ଗ୍ରାମର ଆଦିବାସୀ ଧାରଣା ସ୍ଥଳରେ ଲାଲ ସଲାମ ସ୍ଲୋଗନ ଦେବା ସହ ଆନ୍ଦୋଳନକାରି ମାନେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିଥିଲେ।

ସେମାନଙ୍କ ଦାବୀ ମୁତାବକ ସରକାର ଆଦିବାସୀ ମାନଙ୍କ ପାଇଁ ବିଭିନ୍ନ କରୁଥିବା ଯୋଜନା ଦ୍ୱାରା କେବଳ ପୁଞ୍ଜିପତି ମାନେ ଉପକୃତ ହେଉଛନ୍ତି। ରାଜ୍ୟର ବିକାଶ ହୋଇଛି ବୋଲି ସରକାର କହୁଥିବା ବେଳେ ଆଦିବାସୀ ମାନଙ୍କ ଜୀବନ ଧାରଣ ପାଇଁ ରାସ୍ତା ଭଳି ମୌଳିକ ସମସ୍ୟା ଆଜି ପର୍ଯ୍ୟନ୍ତ ଦୂର ହୋଇପାରିଲା ନାହିଁ। ଯାହାଫଳରେ ଆମ ଦଶ ଖଣ୍ଡ ଗ୍ରାମର ଗର୍ଭବତୀ ମହିଳା ଓ ରୋଗୀମାନଙ୍କୁ ଡାକ୍ତରଖାନା ନେବା ପାଇଁ ଆମ୍ବୁଲାନ୍ସ ପହଂଚି ପାରୁ ନାହିଁ। ଛାତ୍ରଛାତ୍ରୀ ମାନେ ସ୍କୁଲ ଯିବାକୁ ଅସୁବିଧା ହେଉଛି।

ଉକ୍ତ ଘଟଣାକୁ ଆଜି ଆମେ ଦାବିପତ୍ର ମାଧ୍ୟମରେ ତୁରନ୍ତ ସମାଧାନ କରିବାକୁ ନିବେଦନ କରୁଛୁ। ଯଦି ଏହାର ସମାଧାନ କରାନଯାଏ ଆଗାମୀ ଦିନରେ ହଜାର ହଜାର ସଂଖ୍ୟାରେ ଆଦିବାସୀ ରାଜରାସ୍ତାକୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି। ସଙ୍ଘ ତରଫରୁ ଦିଆଯାଇଥିବା ଦାବିପତ୍ରକୁ ବିଡ଼ିଓଙ୍କ ଅନୁପସ୍ଥିତରେ ମୁଖ୍ୟ କିରାଣୀ ପ୍ରଦୀପ କୁମାର ସର୍ଦାର ଗ୍ରହଣ କରି ଉପରିସ୍ଥ ଅଧିକାରୀଙ୍କୁ ତୁରନ୍ତ ଅବଗତ କରାଯିବ ବୋଲି କହିଛନ୍ତି।

ଆଦିବାସୀ ନୀଳାଦ୍ରି ପ୍ରସାଦ ବାଣପୁର
Share. Facebook Twitter LinkedIn Email WhatsApp Copy Link

Related Posts

ଚିତ୍ରାଚାର୍ଯ୍ୟ ପଦ୍ମଶ୍ରୀ ଉପେନ୍ଦ୍ର ମହାରଥିଙ୍କ ରାଜ୍ୟସ୍ତରୀୟ ଶ୍ରାଦ୍ଧୋତ୍ସବ: ଜନ୍ମମାଟିରେ ପ୍ରତିମୂର୍ତ୍ତି ଉନ୍ମୋଚିତ

February 25, 2026

ନାକଟିଦେଉଳରେ ବନାଞ୍ଚଳ ସ୍ତରୀୟ ଜଙ୍ଗଲ ନିଆଁ ନିରାକରଣ ସଚେତନତା ସଭା

February 24, 2026

ରଣପୁର ବ୍ଲକ ପରିସରରେ ଜିଲ୍ଲାପାଳଙ୍କ ଜନଶୁଣାଣୀ କାର୍ଯ୍ୟକ୍ରମ

February 23, 2026

ଗାଲୁଆ ଗ୍ରାମ ପଂଚାୟତରେ ‘ପଲ୍ଲୀରେ ପ୍ରଶାସନ’ ଜନଶୁଣାଣି

February 23, 2026
Latest News

ରାଜ୍ୟରେ ଶିଳ୍ପାୟନ ପ୍ରକ୍ରିୟାକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଅଣ୍ଟା ଭିଡ଼ିଲା ଶିଳ୍ପ ବିଭାଗ

February 26, 2026

ବଳଦେବ ଜୀଉଙ୍କ ନୂତନ ବ୍ରହ୍ମ ତାଳଧ୍ୱଜ ରଥର ନିର୍ମାଣ ପାଇଁ ଏକ କୋଟିର ସ୍ୱତନ୍ତ୍ର ଅନୁଦାନ

February 26, 2026

ଯୌତୁକ ପାଇଁ ନବବିବାହିତାଙ୍କୁ ହତ୍ୟା ଅଭିଯୋଗ: ସ୍ୱାମୀ ଓ ଶ୍ୱଶୁର ଘର ଲୋକଙ୍କ ବିରୋଧରେ ମାମଲା ରୁଜୁ

February 26, 2026

ଶେଗାଓଁରେ ଜାତୀୟ ଆରୋଗ୍ୟ ମେଳା-୨୦୨୬ର ଉଦଘାଟନ କଲେ ରାଷ୍ଟ୍ରପତି

February 26, 2026

“PMFME ଯୋଜନା” ର କାର୍ଯ୍ୟକାରିତା ସଂପର୍କିତ ଅନୁମୋଦନ କମିଟି ବୈଠକ

February 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.