Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଖନ୍ଦିବାହାଲ୍ ଗ୍ରାମବାସୀଙ୍କ ଚେତାବନୀ: ସମସ୍ୟାର ସମାଧାନ ନ ହେଲେ କରିବେ ଭୋଟ୍ ବର୍ଜନ
ଆଞ୍ଚଳିକ

ଖନ୍ଦିବାହାଲ୍ ଗ୍ରାମବାସୀଙ୍କ ଚେତାବନୀ: ସମସ୍ୟାର ସମାଧାନ ନ ହେଲେ କରିବେ ଭୋଟ୍ ବର୍ଜନ

March 6, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରେଢାଖୋଲ (କନ୍ଦର୍ପ ବେହେରା): ଦେଶ ସ୍ବାଧୀନତାର ୭୫ ବର୍ଷ ବିତି ଯାଇଥିଲେ ମଧ୍ୟ ଲୋକମାନେ ଏବେ ବି ମୌଳିକ ସୁବିଧାରୁ ବଂଚିତ ହେଉଛନ୍ତି। ସରକାର ଗ୍ରାମର ବିକାଶ ପାଇଁ ଡିଣ୍ଡିମ ପିଟୁଥିବା ବେଳେ ଅନେକରେ ଗାଁ ଚାଲିବା ପାଇଁ ଭଲ ରାସ୍ତାଟିଏ ମଧ୍ୟ ନାହିଁ।  ଯା’ଫଳରେ ଲୋକମାନେ ଦୁର୍ବିସହ ଜୀବନ ବିତାଉଛନ୍ତି।

ସେମିତି ଏକ ଗାଁ ହେଲା ନାକଟିଦେଉଳ ବ୍ଲକ୍ ଅନ୍ତର୍ଗତ କିସିଣ୍ଡା ପଞ୍ଚାୟତ ଖନ୍ଦିବାହାଲ ଗ୍ରାମ। ଗ୍ରାମବାସୀ ସରକାରୀ ବ୍ୟବସ୍ଥାକୁ ଘୋର ବିରୋଦ୍ଧ କରୁଛନ୍ତି। ଏହି ଗ୍ରାମରେ ଅବସ୍ଥାନ କରୁଥିବା ଗ୍ରାମବାସୀ ବ୍ରୁନ୍ଦ ସରକାରଙ୍କ ପାଖରେ ସେମାନଙ୍କର ଦାବୀକୁ ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କିସିଣ୍ଡା ଠାରୁ ଖନ୍ଦିବାହାଲ୍ ରାସ୍ତା ନିର୍ମିତ ହୋଇ ନଥିବାରୁ ଓ ଉକ୍ତ ଗ୍ରାମ ପ୍ରତି ବାରମ୍ବାର ଅବହେଳା କରାଯାଉଥିବା ଅଭିଯୋଗ କରି ଚଳିତ ସାଧାରଣ ନିର୍ବାଚନ ରେ ଭୋଟ୍ ବର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଆଜି ପର୍ଯ୍ୟନ୍ତ କିଛି ସମାଧାନ ହୋଇ ନଥିବାରୁ ଖନ୍ଦିବାହାଲ୍ ଗ୍ରାମବାସୀ ରାସ୍ତା ଉପରେ ଧାରଣା ଦେଇ ପ୍ରତିବାଦ କରିଛନ୍ତି।

ଏହି ଧାରଣା ପ୍ରତିବାଦ ସଭାରେ ଖନ୍ଦିବାହାଲ, ଭାଲୁଖୋଲ, ଉପରପଡା ଓ ମୁଖାକନୀ ଗ୍ରାମ ର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ସ୍ବାଧୀନତା ର ୭୫ ବର୍ଷ ଅତିବାହିତ ହୋଇଥିଲେ ମଧ୍ୟ କିସିଣ୍ଡା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖନ୍ଦିବାହାଲ ଗ୍ରାମକୁ ସବୁଦିନିଆ ରାସ୍ତା ଟିଏ ନାହିଁ।  ଏଥିପାଇଁ ସ୍ଥାନୀୟ ପ୍ରଶାସନ, ଜିଲ୍ଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠ ଓ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ବାରମ୍ବାର ଦ୍ରୁଷ୍ଟି ଆକର୍ଷଣ କରାଯାଇଥିଲା।

ସ୍ଥାନୀୟ ବିଧାୟକ ମଧ୍ୟ ପୁର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ୫-ଟି ଅଧ୍ୟକ୍ଷ କାର୍ତିକେୟନ୍ ପାଣ୍ଡିଆନ୍ ଙ୍କୁ ମଧ୍ୟ ଗ୍ରାମବାସୀ ଲିଖିତାକାରରେ ଦ୍ରୁଷ୍ଟି ଆକର୍ଷଣ କରାଇଥିଲେ ମଧ୍ୟ କିଛି ସମାଧାନ ହୋଇପାରିନାହିଁ। ଖନ୍ଦିବାହାଲ୍ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ରୁ ୫ମ ଶ୍ରେଣୀ ଥିଲେ ମଧ୍ୟ ଗୋଟିଏ ଶ୍ରେଣୀ ଗ୍ରୁହ ରହିଛି। ଏଥିପାଇଁ ଶିକ୍ଷାଦାନରେ ବ୍ୟାଘାତ ସ୍ରୁଷ୍ଟି ହେଉଛି। ବିଦ୍ୟାଳୟର ପାଚେରୀ ଜରାଜୀର୍ଣ୍ଣ ଅବସ୍ଥାରେ ଅଛି।

ଖନ୍ଦିବାହାଲ ଗ୍ରାମର ଯଜ୍ଞ ମଣ୍ଡପଟି ଖରାପ ଅବସ୍ଥାରେ ରହିଛି। ଏତଦ୍ ବ୍ୟତୀତ ମାଳତୀ ଜୋର ଠାରେ ସମସ୍ତଙ୍କ ପାଇଁ ଗାଧୁଆ ଘର ଏବଂ ପାହାଚ ନିର୍ମାଣ ପାଇଁ ଗ୍ରାମବାସୀ ଦାବୀ କରିଛନ୍ତି।

ଏହି ସବୁ ସବୁ ସମସ୍ୟାର ସମାଧାନ ସରକାର ନ କଲେ ଆଗାମୀ ଦିନରେ ହେବାକୁ ଥିବା ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Share. Facebook Twitter LinkedIn Email WhatsApp Copy Link

Related Posts

ବାଲୁଗାଁ ହାଇସ୍କୁଲର ଆଦର୍ଶ ଶିକ୍ଷକ ଓ ସୁନାମଧନ୍ୟ ସାହିତ୍ୟିକ ଜିତେନ୍ଦ୍ର ନାଥ ବରାଳଙ୍କ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭା

June 16, 2026

ବାଣପୁର: ତୋରସିଂ ଗ୍ରାମରେ ପାରମ୍ପରିକ କ୍ରୀଡା ପ୍ରତିଯୋଗିତା

June 15, 2026

ବଡ଼କୁଳ ଓଟିଡିସି ପାନ୍ଥନିବାସ ଠାରେ ଗଣପର୍ବ ରଜ ଉତ୍ସବ ପାଳିତ

June 14, 2026

ସଲପଡିହ ବିଦ୍ୟାଳୟରେ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ

June 7, 2026
Latest News

ଖୋର୍ଦ୍ଧା: ସାମ୍ବାଦିକ ଓ ସାମାଜିକ ଗଣମାଧ୍ୟମ ପ୍ରବାହକ ସମ୍ମିଳନୀ ଅନୁଷ୍ଠିତ

June 18, 2026

ଖୋର୍ଦ୍ଧା ସରକାରୀ କର୍ମଚାରୀ ସାଂସ୍କୃତିକ ପରିଷଦର ବାର୍ଷିକ ଉତ୍ସବ

June 18, 2026

ସାଇବର ଅପରାଧ ହେଲ୍ପଲାଇନ୍ ୧୯୩୦ର ସମୀକ୍ଷା କଲେ ଅମିତ ଶାହ

June 18, 2026

ତ୍ରୁଟି ସଂଶୋଧନ କରି ପିଲାମାନଙ୍କୁ ନିର୍ଭୁଲ ପାଠ୍ୟପୁସ୍ତକ ତୁରନ୍ତ ଯୋଗାଇ ଦିଆଯାଉ: ଓଷ୍ଟା

June 18, 2026

ଆଜିଠାରୁ ୨୨ ପର୍ଯ୍ୟନ୍ତ ମଧ୍ୟପ୍ରଦେଶ ଏବଂ ଓଡ଼ିଶା ଗସ୍ତ କରିବେ ରାଷ୍ଟ୍ରପତି

June 18, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.