Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଜିଲ୍ଲା ସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ

March 13, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

କନ୍ଦର୍ପ ବେହେରା
ରେଢାଖୋଲ: ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ର ସମ୍ବଲପୁର ପକ୍ଷରୁ ନାକଟିଦେଉଳ ସ୍ନାତକ ମହବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ପଡ଼ୋଶୀ ଯୁବ ସଂସଦ କାର୍ଯକ୍ରମ ଅନୁଷ୍ଠିତ ହୋଇ ଯାଇଛି। ନାକଟିଦେଉଳ ସ୍ନାତକ ମହବିଦ୍ୟାଳୟର ଅଧ୍ୟକ୍ଷ ସୁଧୀର କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯକ୍ରମରେ ପୂର୍ବତନ ପଂଚାୟତ ସମିତି ଅଧ୍ୟକ୍ଷ ସୁଦର୍ଶନ ସାହୁ ମୂଖ୍ୟ ଅତିଥି ଭାବରେ ଯୋଗଦେଇ ଯୁବ ଶକ୍ତି ଆମ ଦେଶର ସମ୍ବଳ ଅଟେ। ଏହାର ସୁବିନିଯୋଗ ପାଇଁ ଯୁବକ ଯୁବତୀ ମାନଙ୍କୁ ଆହ୍ବାନ ଦେଇଥିଲେ।

ନେହେରୁ ଯୁବ କେନ୍ଦ୍ର ସମ୍ବଲପୁର ର ଉପ ନିର୍ଦ୍ଦେଶକ ମାରିଆନୁସ୍ ବିଲୁଙ୍ଗ କାର୍ଯ୍ୟକ୍ରମ ର ଲକ୍ଷ୍ୟ ଉଦ୍ଦେଶ୍ୟ ଜ୍ଞାପନ କରିବା ସହ ସ୍ଵେଚ୍ଛାକୃତ ଭାବେ ସମାଜ ଗଠନ ଦିଗରେ ନିଜକୁ ସମର୍ପିତ କରିବା ପାଇଁ ଆହ୍ବାନ ଦେଇଥିଲେ। ନାକଟିଦେଉଳ ବ୍ଲକ ର ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବିଦ୍ୟାଧର ରାଉତରାୟ ସମୟ ଓ ସୁଯୋଗ କୁ ହାତ ଛଡା ନ କରି ନିଜକୁ ଦେଶ ସେବାରେ ନିୟୋଜିତ କରିବା ପାଇଁ ଆହ୍ବାନ ଦେଇଥିଲେ। ଅଧ୍ୟାପକ ବିନୋଦ ବିହାରୀ ପ୍ରଧାନ ସାଂପ୍ରତିକ ପରିସ୍ଥିତିରେ ଆମେ ସମସ୍ତେ ଏକାଠି ହୋଇ ସମାଜ ଗଠନ ଦିଗରେ ନିଜକୁ ସମର୍ପିତ କରିବା ପାଇଁ ଅନୁରୋଧ କରିଥିଲେ।

ସ୍ଵେଚ୍ଛାସବୀ ପ୍ରଦୀପ କୁମାର ବିଶ୍ଵାଳ ଯୁବ ଶକ୍ତି ସ୍ବାମୀ ବିବେକାନନ୍ଦ ଙ୍କ ଆଦର୍ଶ ରେ ଅନୁପ୍ରାଣିତ ହୋଇ କାର୍ଯ୍ୟ କରିବା ସହ ସ୍ଵେଚ୍ଛାକୃତ ଭାବେ ସମାଜ ସେବା ପାଇଁ ସମସ୍ତ ଙ୍କୁ ଆହ୍ବାନ ଦେଇଥିଲେ।

ଏହି ଅବସର ରେ ଆୟୋଜିତ ବତ୍କୃତା ପ୍ରତିଯୋଗିତା ରେ ତେଜସ୍ମିତା ସାହୁ, ଅଙ୍କିତ ଅଗ୍ରୱାଲ ଓ ଅର୍ଚ୍ଚନା ମାଝୀ ପ୍ରମୁଖ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିଲେ। କୃତୀ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କାର ପ୍ରଦାନ କରିଥଲେ।

ଜିଲ୍ଲା ସ୍ତରୀୟ ଭାରତ ସରକାର
Share. Facebook Twitter LinkedIn Email WhatsApp Copy Link

Related Posts

ଦକ୍ଷିଣପୁର କ୍ଲଷ୍ଟର ସ୍ତରୀୟ ପ୍ରଥମ ମାସିକ ବୈଠକ

July 4, 2026

ରଣପୁର ଶିକ୍ଷା ବ୍ଲକରେ ପ୍ରଥମ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ସଫଳତାର ସହ ଅନୁଷ୍ଠିତ

July 4, 2026

ବାଣପୁର: ଅଧ୍ୟାପକ ସଂଗ୍ରାମ ସାହୁଙ୍କ ବିୟୋଗରେ ଶୋକସଭା

July 4, 2026

ଗମ୍ଭାରୀମୁଣ୍ଡା ବଜାର କମିଟିର ପୂର୍ବତନ ଉପ-ସଭାପତିଙ୍କ ବିୟୋଗ

July 4, 2026
Latest News

ବାଇକ୍‌ରେ ପତ୍ନୀଙ୍କ ମୃତଦେହ ବୋହିଲେ ସ୍ୱାମୀ; ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ନେଇ ଉଠିଲା ପ୍ରଶ୍ନ

July 5, 2026

ଲଘୁଚାପ ପ୍ରଭାବ: ସାରା ରାଜ୍ୟରେ ଲଗାଣ ବର୍ଷା, ୮ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ

July 5, 2026

ଉଦ୍‌ଘାଟନ ପୂର୍ବରୁ ଧସିଲା ୭ କୋଟିର ସେତୁ ଆପ୍ରୋଚ୍ ରାସ୍ତା : ବିପଦରେ ପୁରୀ – ଡେଲାଙ୍ଗ ଡାକପଡା ଲୁଣା ନଦୀ ବ୍ରିଜ

July 5, 2026

ପଦ୍ମ ବିଭୂଷଣ ତୀଜନ ବାଇଙ୍କ ପରଲୋକ

July 5, 2026

ମାଛ ଚାଷରେ ୮୦% ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି ସରକାର; ଜାଣନ୍ତୁ କିଏ ପାଇବେ ଲାଭ ଓ କିପରି କରିବେ ଆବେଦନ

July 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.