ଚିଲିକା ବ୍ଲକରେ ଯୋଗ ଦେଲେ ନୂଆ ବିଡିଓ ହଳଧର ଶବର

Published: Mar 17, 2024, 7:32 pm IST

ଚିଲିକା( ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକରେ ନୂତନ ବିଡ଼ିଓ ଭାବେ ବରିଷ୍ଠ ଓଏଏସ ଅଧିକାରୀ ହଳଧର ଶବର କାର୍ଯ୍ୟରେ ଯୋଗ ଦେଇଛନ୍ତି। 2015 ବ୍ୟାଚ ଓଏଏସ ଅଧିକାରୀ ଶ୍ରୀ ଶବର ଏହା ପୂର୍ବରୁ ଗଜପତି ଜିଲ୍ଲା ମୋହନା ବ୍ଲକରେ ବିଡ଼ିଓ ଭାବେ କାର୍ଯ୍ୟରତ ଥିଲେ।

କାର୍ଯ୍ୟରେ ଯୋଗ ଦେବା ପରେ ସେ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ।ବ୍ଲକରେ ପୂର୍ବରୁ ବାକି ଥିବା ସମସ୍ତ କାର୍ଯ୍ୟ ସହିତ ପାନୀୟ ଜଳଯୋଗାଣ ଓ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ତେବେ ବର୍ତ୍ତମାନ ବ୍ଲକରେ ସାଧାରଣ ଓ ବିଧାନସଭା ନିର୍ବାଚନ କିପରି ଅବାଧ, ମୁକ୍ତ ଓ ନିରପେକ୍ଷ ଭାବେ କରାଯିବ ତାହା ପ୍ରଥମ ପ୍ରାଥମିକତା ରହିବ ବୋଲି କହିଛନ୍ତି ଶ୍ରୀ ଶବର।

ନୂତନ ବିଡ଼ିଓଙ୍କୁ ବ୍ଲକ ଅଧ୍ୟକ୍ଷା,ଉପାଧ୍ୟକ୍ଷ ଏବଂ ସମସ୍ତ କର୍ମଚାରୀ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ।ରାଜ୍ୟ ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗର ବଦଳି ନିର୍ଦ୍ଦେଶ ନାମା ଅନୁସାରେ ବିଦାୟୀ ବିଡ଼ିଓ ଜଗଦୀଶ ଷଡ଼ଙ୍ଗୀଙ୍କୁ କଟକ ଜିଲ୍ଲା ନିଆଳି ବ୍ଲକ ବିଡ଼ିଓ ଭାବେ ନିଯୁକ୍ତ ଦିଆଯାଇଛି।

Related posts