ବାଲୁଗାଁ: ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ, ଚାରି ଗିରଫ

Published: Apr 6, 2024, 8:13 pm IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଚାରି ଗୋଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ କରିବା ସହ ଚାରି ଅଭିଯୁକ୍ତଙ୍କୁ ଗିରଫ କରିଛି।

ସୂଚନା ମୁତାବକ ବାଲୁଗାଁ ଆଇଆଇସି ଜୟପ୍ରକାଶ ପରିଡ଼ାଙ୍କ ନେତୃତ୍ୱରେ ଗତକାଲି ରାତ୍ରିକାଳୀନ ପାଟ୍ରୋଲିଂ ଜାରି ରହିଥିବା ବେଳେ ବଡ଼କୁଳ ଓ ଆଙ୍କୁଲା ଅଞ୍ଚଳରୁ ଉକ୍ତ ଚାରି ଗୋଟି ବେଆଇନ ମାଙ୍କଡା ପଥର ବୋଝେଇ ଟ୍ରକ ଜବତ ହୋଇଛି। ଚାରି ଜଣ ଟ୍ରକ ଡ୍ରାଇଭର ଯଥାକ୍ରମେ ପୁରୀ ଜିଲ୍ଲା କଣାସ ଥାନାର ଅଜୟ ସାମନ୍ତରାୟ (୩୩), ଟାଙ୍ଗୀ ଥାନା ପାରିଓରଡ଼ ଗ୍ରାମର ଅନିଲ ପ୍ରଧାନ (୨୮), ନାଚୁଣୀ ଥାନା ସଲପଡିହ ଗ୍ରାମର ପାଣୁ ପ୍ରଧାନ (୬୦) ଏବଂ ଟାଙ୍ଗୀ ଥାନା ତାରିମି ଗ୍ରାମର କବିରାଜ ବେହେରା (୩୮) ଙ୍କୁ ଆଜି ପୋଲିସ କୋର୍ଟଚାଲାଣ କରିଛି।

ଏହି ପରିପ୍ରେକ୍ଷୀରେ ବାଲୁଗାଁ ଥାନାରେ କେସ ନମ୍ବର ୧୨୮, ୧୨୯, ୧୩୦ ଏବଂ ୧୩୧ ରେ ଚାରିଗୋଟି ମାମଲା ରୁଜୁ କରାଯାଇଛି।

Related posts