Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»+୨କଳା ରେ ବ୍ଲକ୍ ଟପର୍ ବି ଦୀପିକାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା
ଆଞ୍ଚଳିକ

+୨କଳା ରେ ବ୍ଲକ୍ ଟପର୍ ବି ଦୀପିକାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

May 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଟାଙ୍ଗି (ସୀତାରାମ ଅଗ୍ରୱାଲ): ଗତ ୨୬ ତାରିଖରେ ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଛି। ଉକ୍ତ ପରୀକ୍ଷାରେ ଚଳିତ ବର୍ଷ ମଧ୍ୟ ଛାତ୍ରୀମାନେ ବାଜିମାତ କରିଛନ୍ତି। ତେବେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ୍ ରତନପୁର ଗ୍ରାମର ମାତା ବି ମଞ୍ଜୁଲା ନାଇଡୁ ଓ ପିତା ବି ମନୋଜ କୁମାର ନାଇଡୁ ଙ୍କ ଏକମାତ୍ର କନ୍ୟା ବି ଦୀପିକା ନାଇଡୁ। ଏଥର ସମସ୍ତଙ୍କୁ ପଛରେ ପକାଇ ବ୍ଲକ୍ ଟପର୍ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ବୀପିକାଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା ଶୁଅ ଛୁଟିବାର ଲାଗିଛି।

ଦୀପିକା ରାମଚନ୍ଦ୍ର କଳ୍ପନା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ଦୁଇ କଳାରେ ଅଧ୍ୟୟନ କରୁଥିଲେ। ତେବେ ଦୀପିକା ସମୁଦାୟ ୬୦୦ ନମ୍ବରରୁ ୫୦୯ ମାର୍କ (୮୪.୮୩%) ରଖି ଉକ୍ତ ପରୀକ୍ଷାରେ ଉତ୍ତିର୍ଣ୍ଣ ହୋଇଛନ୍ତି। ସେ ବିଦ୍ୟାଳୟର ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଟାଙ୍ଗି ବ୍ଲକ୍ ରେ ମଧ୍ଯ ପ୍ରଥମ ଅଧିକାର କରିଥିବାର ବିଦ୍ୟାଳୟ ସୂତ୍ରରୁ ପ୍ରକାଶ।

ସୂଚନା ଥାଉକି ସେ ଖୋର୍ଦ୍ଧା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ପୁରାତନ ଛାତ୍ରୀ ହୋଇଥିବା ବେଳେ ଦଶମ ଶ୍ରେଣୀରେ ମଧ୍ୟ ଶତକଡା ୯୧ ପ୍ରତିଶତ ମାର୍କ ରଖି ଉତ୍ତିର୍ଣ୍ଣ ହୋଇଥିଲେ।

ଦୀପିକା ରତନପୁରର ଟିଭି ସାମ୍ବାଦିକ ବି ମନୋଜ କୁମାର ନାଇଡୁ ଓ ମାତା ଶିକ୍ଷାବିତ୍ ମାଞ୍ଜୁଲା ନାଇଡୁଙ୍କ ଏକମାତ୍ର କନ୍ୟା ଅଟନ୍ତି। ତେବେ ସଂକୃତିଙ୍କ ସଫଳତା ପାଇଁ ସେ ପିତା ମାତା ସମେତ ତାଙ୍କ ଗୁରୁଜୀ ଶ୍ୟାସୁନ୍ଦର ପଟ୍ଟନାୟକ, କଲେଜ ର ସମସ୍ତ ଗୁରୁଜୀ ଗୁରୁମା ଓ ସହପାଠୀଙ୍କୁ ଶ୍ରେଉ ଦେଇଛନ୍ତି। ଏଥିପାଇଁ ରତନପୁରବାସୀ, କଲେଜ ର ସମସ୍ତ କର୍ମକର୍ତ୍ତା ଓ ନିରାକାରପୁରସ୍ଥିତ ଚାଣକ୍ୟ କୋଚିଙ୍ଗ ସେଣ୍ଟର୍ ଗର୍ବ ଅନୁଭବ କରିଥିବା ବେଳେ ତାଙ୍କର ଉତ୍ତୋରତର ଉନ୍ନତି କାମନା ସହ ଶୁଭେଚ୍ଛା ଜଣାଇଛନ୍ତି।

ଯୁକ୍ତ ଦୁଇ ପରୀକ୍ଷା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବିଶାଳ ଚକ୍ଷୁ ଚିକିତ୍ସା ଶିବିର

August 21, 2025

ବାଣପୁର ଏନଏସି ଇଓଙ୍କୁ ୫ ଲକ୍ଷର କ୍ଷତିପୂରଣ ନୋଟିସ ପଠାଇଲେ ଆଇନଜୀବୀ

August 18, 2025

ଗୋଦାବରୀଶ ମହାବିଦ୍ୟାଳୟରେ ପ୍ରତିଘରେ ତ୍ରିରଙ୍ଗା ଯାତ୍ରା କାର୍ଯ୍ୟକ୍ରମ

August 15, 2025

ଚିଲିକା ଅଞ୍ଚଳରୁ ୨୨୭ ଲିଟର ଦେଶୀମଦ ଜବତ,୩ ଗିରଫ

August 14, 2025
Latest News

ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ବିଶାଳ ଚକ୍ଷୁ ଚିକିତ୍ସା ଶିବିର

August 21, 2025

‘ସଂସଦ କାର୍ଯ୍ୟରେ ବାଧା ପାଇଁ କ୍ଷତିପୂରଣ ଦିଅନ୍ତୁ ସାଂସଦ: ଏହି ଲୋକସଭା ସଦସ୍ୟଙ୍କ ଦାବି

August 21, 2025

ଏସିଆ କପ୍ ପୂର୍ବରୁ ଭାରତ ସରକାରଙ୍କ ନୂଆ ନୀତି: ଭାରତ ପାକିସ୍ତାନ ସହିତ ଖେଳିବ ନାହିଁ, କିନ୍ତୁ…

August 21, 2025

ବାଲୁଗାଁ ଜାତୀୟ ରାଜପଥରେ ଓଲଟିଲା ଯାତ୍ରୀବାହୀ ଅଟୋ, ଜଣେ ମୃତ, ୪ ଗୁରୁତର

August 21, 2025

ସାହସୀ ବାୟୁ ସେନା ଏବଂ ସୈନିକମାନଙ୍କୁ ଭେଟିବା ପାଇଁ ଏଏଫଏସ ଆଦମପୁର ଗସ୍ତ କଲେ ପ୍ରଧାନମନ୍ତ୍ରୀ

August 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.