Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା
ଆଞ୍ଚଳିକ

ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

February 28, 2026No Comments1 Min Read
Share Facebook Twitter LinkedIn Email WhatsApp Copy Link
ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା
ଗୋଦାବରୀଶ ମହାବିଦ୍ୟାଳୟରେ ବିଜ୍ଞାନ ଦିବସ ଉପଲକ୍ଷେ ସଭା

ବାଣପୁର: ଆଜି ଦିବା ୧୧ ଘଟିକା ସମୟରେ ଅଡିଟରୀୟମ ଗୃହରେ ଅଧ୍ୟକ୍ଷ ଡଃ ଶୁରପ୍ରତାପ ନରେନ୍ଦ୍ର ସିଂ ବର୍ମାଙ୍କ ସଭାପତିତ୍ୱରେ ଅନୁଷ୍ଠାନର ବିଜ୍ଞାନ ସମାଜ ତରଫରୁ ବିଜ୍ଞାନ ଦିବସ ଉପଲକ୍ଷେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ମୁଖ୍ୟ ଅତିଥି ଡେପୁଟି ସଚିବ ତଥା ମହାବିଦ୍ୟାଳୟ ଉନ୍ନୟନ ଓ ଛାତ୍ର ଛାତ୍ରୀ ମଙ୍ଗଳ ପରିଷଦ ସଦସ୍ୟ, ଓଡିଶା ସରକାର ଡଃ ରଜତ କୁମାର ମାନସିଂହ ଯୋଗଦେଇ ବିଜ୍ଞାନ ଓ ବିଜ୍ଞାନ ଶିକ୍ଷା ର ଆବଶ୍ୟକତା ଓ ଉତ୍ପାଦିତ ବୈଷୟିକ ଯନ୍ତ୍ରପାତି ଗୁଡିକର ଦୁରୁପଯୋଗ ବନ୍ଦ କରିବାକୁ ବକ୍ତବ୍ୟ ରଖିଥିଲେ। ବିଜ୍ଞାନ ସମାଜର ଉପଦେଷ୍ଠା ଅଧ୍ୟାପକ ଶ୍ରୀଯୁକ୍ତ ସପିନ କୁମାର ପୃଷ୍ଟି ଅତିଥିଙ୍କ ପରିଚୟ ସହିତ ସ୍ବାଗତ ଭାଷଣ ପ୍ରଦାନ କରିଥିଲେ।

ଅନ୍ୟତମ ଉପଦେଷ୍ଠା ସ୍ୱରୂପାରାଣୀ ବେହେରା ବାର୍ଷିକ ବିବରଣୀ ପାଠ କରିଥିଲେ। ପ୍ରଶାସନିକ ଅଧିକାରୀ ଶ୍ରୀଯୁକ୍ତ ଆଦିତ୍ୟ ସାରଥୀ ବେଦମତ୍ତା ନୈତିକ ଶିକ୍ଷା ଓ ବିଜ୍ଞାନ ବିଷୟରେ ଆଲୋକପାତ କରିଥିଲେ। ପରିଶେଷ ରେ ବିଜ୍ଞାନ ସମାଜ ଦ୍ୱାରା ପରିଚାଳିତ ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅଧ୍ୟାପକ ଅଭିଜିତ ସାହୁ, ଉତ୍କଳିକା ଦେଓ, ମନୋଜ ନାୟକଙ୍କ ସହାୟତାରେ ପୁରସ୍କୃତ କରାଯାଇଥିଲା ଏବଂ ଅଧ୍ୟକ୍ଷ ମୁଖ୍ୟ ଅତିଥିଙ୍କୁ ଏକ ମାନପତ୍ର ପ୍ରଦାନ କରିଥିଲେ।

ଅଧ୍ୟାପିକା ଉର୍ବଶୀ ସ୍ୱାଇଁ ଧନ୍ୟବାଦ ଅର୍ପଣ କରିବାପରେ ସଭା ସାଙ୍ଗ ହୋଇଥିଲା।

ଅଡିଟରୀୟମ ଗୃହ ଗୋଦାବରୀଶ ମହାବିଦ୍ୟାଳୟ ଡଃ ଶୁରପ୍ରତାପ ନରେନ୍ଦ୍ର ସିଂ ବର୍ମା ବାଣପୁର ବିଜ୍ଞାନ ସମାଜ
Share. Facebook Twitter LinkedIn Email WhatsApp Copy Link

Related Posts

ପ୍ରବଳ ବର୍ଷାରେ ବାଣପୁର ଜଳବନ୍ଦୀ

September 26, 2026

ବାଲୁଗାଁ ମହାବିଦ୍ୟାଳୟରେ ଏନଏସଏସ ଦିବସ ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

September 25, 2026

ଗୋଦାବରୀଶ ମହାବିଦ୍ୟାଳୟରେ ଜାତୀୟ ସାମାଜିକ ସେବା (ଏନଏସଏସ) ଦିବସ

September 24, 2026

ତାଳପଦା ସମୁଦ୍ର କୂଳରୁ ମୃତ ଡଲଫିନ୍‌ ଉଦ୍ଧାର

September 23, 2026
Latest News

ଆଜି ସେପ୍ଟମ୍ବର ୨୭ ତାରିଖରେ ପାଞ୍ଚଟି ରାଶିର ବୁଲିଲା ଭାଗ୍ୟ ଚକ୍ର

September 27, 2026

ବିଶ୍ୱ ଫାର୍ମାସିଷ୍ଟସ ଦିବସ ପରିପ୍ରେକ୍ଷୀରେ ସମ୍ମମ ପକ୍ଷରୁ ‘ଫାର୍ମାଭାନ୍‌ଟେଜ୍ ୨୦୨୬’ ଆୟୋଜିତ

September 26, 2026

ବଢ଼ିଲା ଅଙ୍ଗନବାଡ଼ି କର୍ମୀଙ୍କ ଶାଢ଼ି ଭତ୍ତା, ଶୁଭାରମ୍ଭ ହେଲା “ଦୀପ୍ତି” ପୋର୍ଟାଲ୍

September 26, 2026

କଟକ ରେଳ ଷ୍ଟେସନରେ ପୁନଃବିକାଶ କାର୍ଯ୍ୟର ସମୀକ୍ଷା କଲେ ପୂର୍ବତଟ ରେଳପଥ ମହାପ୍ରବନ୍ଧକ

September 26, 2026

ନିଆଳି ପନିର ଅପମିଶ୍ରଣ ଅଭିଯୋଗ: ବଦଳିଲେ କଟକ ଖାଦ୍ୟ ସୁରକ୍ଷା ଅଧିକାରୀ

September 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.