ସାବିତ୍ରୀ ବ୍ରତ ପାଳିଲେ ମହିଳା, ମନ୍ଦିରରେ ଲାଗିଲା ଲମ୍ବା ଧାଡି

Published: Jun 6, 2024, 6:19 pm IST

ରଣପୁର: ଆଜି ସବୁଆଡେ ପାଳନ ହୋଇଛି ସାବିତ୍ରୀ ବ୍ରତ। ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ମହିଳା ମାନେ ଆଜି ପାଳନ କରିଛନ୍ତି ସାବିତ୍ରୀ ବ୍ରତ। ଓଡିଆ ପରମ୍ପରା ଅନୁଯାୟୀ ସଧବା ମହିଳାମାନେ ବ୍ରତ ପାଳନ କରିଛନ୍ତି। ଏଥିପାଇଁ ବିଭିନ୍ନ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଭିଡ ପରିଲକ୍ଷିତ ହୋଇଛି।

ଶଙ୍ଖା, ସିନ୍ଦୂର, ଫଳ, ବିଭିନ୍ନ ପୂଜା ସାମଗ୍ରୀ ନେଇ ମନ୍ଦିରରେ ପୂଜା କରି ସାବିତ୍ରୀ ଓଷା ପାଳିଛନ୍ତି ମହିଳାମାନେ। ଦିନ ତମାମ ଉପବାସ ରହି ବ୍ରତ ପାଳନର ନିୟମ ରହିଛି। ସଧବା ମହିଳା ମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପୂଜାର୍ଚ୍ଚନା କରିଛନ୍ତି।

Related posts