ବାଣପୁରରେ ୧୯ ହଜାର ହିତାଧିକାରୀ ପାଇଲେ ପିଏମ କିଷାନ ସମ୍ମାନ ନିଧି ଯୋଜନାର ୧୭ ତମ କିସ୍ତି

Published: Jun 18, 2024, 10:58 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଶର କୃଷକ ମାନଙ୍କୁ ପିଏମ କିଷାନ ସାମ୍ମନ ନିଧି ଯୋଜନାର ୧୭ ତମ କିସ୍ତି ଟଙ୍କା ସେମାନଙ୍କ ବ୍ୟାଙ୍କ ଖାତାକୁ ହସ୍ତାନ୍ତର କରିଛନ୍ତି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକର ୧୯ହଜାର ହିତାଧିକାରୀ ଉକ୍ତ ଯୋଜନାରେ କିସ୍ତି ଟଙ୍କା ପାଇଛନ୍ତି। ହିତାଧିକାରୀମାନଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବା ଏବଂ ସେମାନଙ୍କୁ ଉତ୍ସାହିତ କରିବା ଲକ୍ଷରେ ବ୍ଲକ ସଭା ଗୃହରେ ଅଧ୍ୟକ୍ଷ ଅମରେନ୍ଦ୍ର ରାଣସିଂହଙ୍କ ଅଧକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।

ଉକ୍ତ ବୈଠକରେ ବିଡ଼ିଓ ଶୀତଲ ଅଗ୍ରୱାଲ, ସହକାରୀ କୃଷି ଅଧିକାରୀ ବିଶ୍ୱଜିତ ରଣା, କୃଷକ ସାଥି, ସହକାରୀ ଉଦ୍ୟାନ ଅଧିକାରୀ, ଗ୍ରାମ ସେବକଙ୍କ ସମେତ ବହୁ ହିତାଧିକାରୀ ଯୋଗ ଦେଇଥିଲେ। ସଭା ଗୃହରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ ଏଲଇଡ଼ି ମାଧ୍ୟମରେ ଉକ୍ତ ଯୋଜନାର ସଫଳତାକୁ ଉପସ୍ଥିତ ଲୋକମାନେ ଦେଖିଥିଲେ। ଯେଉଁ ହିତାଧିକାରୀ ଏଥିରୁ ବଂଚିତ ହୋଇଛନ୍ତି ଆଗାମୀ ଦିନରେ ସେମାନଙ୍କୁ ଏଥିରେ ସାମିଲ କରାଯିବାକୁ ପ୍ରତିଶୃତି ଦେବା ସହ ପିଏମ କିଷାନ ଯୋଜନାରେ ଲାଭର୍ଥୀ ମାନଙ୍କୁ ଅଭିନନ୍ଦନ କରିଥିଲେ।

ଏହା ଏକ ଯୋଜନା ନୁହେଁ ପ୍ରଧାନମନ୍ତ୍ରୀଙ୍କର କୃଷକ ମାନଙ୍କୁ ଏହା ହେଉଛି ସମ୍ମାନ ବୋଲି ବିଡ଼ିଓ ଶୀତଲ ଅଗ୍ରୱାଲ ମତବ୍ୟକ୍ତ କରିଥିଲେ।

ଉକ୍ତ କାର୍ଯ୍ୟକ୍ରମକୁ ଶିବରାମ ଜାଲି, କୃଷି ବିଭାଗ କର୍ମଚାରୀ ରୂପକେତନ ସ୍ୱାଇଁ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts