Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଓ ଏନସିସି ପଦକ ସମାରୋହ
ଆଞ୍ଚଳିକ

ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ ଓ ଏନସିସି ପଦକ ସମାରୋହ

July 6, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୬ ତମ ଶ୍ରାଦ୍ଧ ଦିବସରେ ବାଲୁଗାଁ ମହାବିଦ୍ୟାଳୟ ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀ ପକ୍ଷରୁ ଏନସିସି ପଦକ ସମାରୋହ ଅଧ୍ୟକ୍ଷା ଡକ୍ଟର କଳ୍ପନା ଦାଶଙ୍କ ଦିଗଦର୍ଶନରେ ଆୟୋଜିତ ହୋଇଯାଇଛି।  ପ୍ରାରମ୍ଭରେ କ୍ୟାଡେଟମାନଙ୍କ ଗହଣରେ ଅତିଥିମାନେ ମହାବିଦ୍ୟାଳୟ ପରିସରରେ ଥିବା ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହ ସ୍ମୃତିଚାରଣ କରିଥିଲେ।  ଏହାପରେ ଅଧ୍ୟାପକ ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଏନସିସିର ରା୍ଙ୍କ ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଥିଲା।

ସମାରୋହରେ ଅଧ୍ୟାପକ ମୃଡ଼ାଣି ଶଙ୍କର ପ୍ରସାଦ ମିଶ୍ର ଓ ବିଦ୍ୟାଧର ଜୁଝାରସିଂହ ଏନସିସି କ୍ୟାଡେଟ ମାନଙ୍କୁ ଉଦବୋଧନ ଦେବାପରେ ସଭାପତି ଡକ୍ଟର କୈଳାସ ଚନ୍ଦ୍ର ମହାରଣା ରାଷ୍ଟ୍ରୀୟ ସମର ଶିକ୍ଷାର୍ଥୀ ବାହିନୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେବା ସହ କ୍ୟାଡେଟମାନେ ଏକତା ଓ ଅନୁଶାସନ ମାଧ୍ୟମରେ ରାଷ୍ଟ୍ର ଗଠନ,,ରାଷ୍ଟ୍ର ସୁରକ୍ଷା ଓ ରାଷ୍ଟ୍ର ପ୍ରଗତି କରିପାରିବେ ବୋଲି ମତବ୍ୟକ୍ତ କରିଥିଲେ।

ଏହି ଅବସରରେ ଏନସିସି କ୍ୟାଡେଟ ଆଶୁତୋଷ ସାହୁ -ସିନିଅର ଅଣ୍ଡର ଅଫିସର, ଶିବରାମ ବେହେରା- ଜୁନିଅର ଅଣ୍ଡର ଅଫିସର (୧),ମୋନାଲିସା ସାହୁ -ଜୁନିଅର ଅଣ୍ଡର ଅଫିସର (୨), ଧରିତ୍ରୀ ବିଶୋଇ -କ୍ୱାର୍ଟର ମାଷ୍ଟର, ପ୍ରଦୀପ କୁମାର ପ୍ରଧାନ -ସର୍ଜେଣ୍ଟ, ଚିନ୍ମୟ ଜାଲି- କର୍ପୋରେଲ, ଓ କ୍ରିଷ୍ଣା ଅନନ୍ୟା ନାୟକ -ଲାନ୍ସ କର୍ପୋରେଲ ରାଙ୍କ (ରାଙ୍କ ) ଡକ୍ଟର କୈଳାସ ଚନ୍ଦ୍ର ମହାରଣାଙ୍କ ଠାରୁ ଗ୍ରହଣ କରିଥିଲେ।

ଏହାପରେ ଭାରପ୍ରାପ୍ତ ଏନସିସି ଅଧିକାରୀ ଅଧ୍ୟାପକ ଚନ୍ଦନ ନାୟକ ଏନସିସି ସଂକଳ୍ପ ପାଠ କରିବା ପରେ ସମସ୍ତ କ୍ୟାଡେଟ ଏନସିସି ଓ ରାଷ୍ଟ୍ର ପାଇଁ ସଂକଳ୍ପ କରିଥିଲେ। କ୍ୟାଡେଟ ମାନେ ଜାତୀୟ ସଂଗୀତ ଓ ଏନସିସି ସଂଗୀତ ଗାନ କରିବା ପରେ ପ୍ୟାରେଡ କରିଥିଲେ।

ଉତ୍କଳମଣି ଗୋପବନ୍ଧୁ ଦାସ ଶ୍ରାଦ୍ଧ ଦିବସ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର ତାଲୁକ ଆଇନ ସେବା ସମିତି ପକ୍ଷରୁ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ

March 10, 2026

ଡାଲିର ଗୁଣ ଜ୍ଞାନ ଓ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ

March 9, 2026

ସଡ଼କ ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

March 5, 2026

ମହତପଲ୍ଲାରେ ବାର୍ଷିକ ଉତ୍ସବ: ନାଟକ, କବିତା ଓ ନୃତ୍ୟରେ ମନମୁଗ୍ଧ ଦର୍ଶକ

March 3, 2026
Latest News

ଫିନଟେକ୍ ପ୍ରକଳ୍ପକୁ ଟୋକିଓ ବୈଶ୍ବିକ ବିତ୍ତ ଫୋରମ୍ ରେ ପ୍ରଦର୍ଶିତ କଲେ ଓଡ଼ିଶାର ଛାତ୍ରଛାତ୍ରୀ

March 11, 2026

SIR ଉପରେ ନିର୍ବାଚନ ଅଧିକାରୀମାନଙ୍କ ପାଇଁ ଚାରିଦିନିଆ ରାଜ୍ୟ ସ୍ତରୀୟ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ

March 11, 2026

ନବନିଯୁକ୍ତ ସହକାରୀ ଶ୍ରମ ଅଧିକାରୀଙ୍କ ତାଲିମ୍ କାର୍ଯ୍ୟକ୍ରମ ଉଦ୍ଘାଟିତ

March 11, 2026

ମାଲ ପରିବହନ କ୍ଷମତା ବଢ଼ାଇବାକୁ ରଣନୈତିକ ରେଳ କରିଡରରେ ୩୧୮ କୋଟିର ପ୍ରକଳ୍ପ

March 11, 2026

ସ୍କୁଲ–କଲେଜରେ ଏଭିଜିସି କଣ୍ଟେଣ୍ଟ କ୍ରିଏଟର୍ ଲ୍ୟାବ୍ ପାଇଁ ରୋଡମ୍ୟାପ୍ ଉପରେ ଆଲୋଚନା

March 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.