ବାଣପୁର: ସୁନାବେଶରେ ଝଟକିଲେ ରଙ୍କନାଥ ଓ ଚକାଦେବ

Published: Jul 17, 2024, 10:47 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ଚଳିତ ବର୍ଷ ବାଣପୁର ଆରାଧ୍ୟ ଦେବତା ପ୍ରଭୁ ରଙ୍କନାଥ ଦେବଙ୍କର ରଥଯାତ୍ରା ବହୁ ଧୂମଧାମରେ ପାଳିତ ହୋଇଥିବା ବେଳେ ଆଜି ସୁନାବେଶରେ ଶ୍ରଦ୍ଧାଳୁ ମାନଙ୍କୁ ମହାପ୍ରଭୁ ଦର୍ଶନ ଦେଇଛନ୍ତି। ସୋମବାର ବିଷର ପାଟଣା ଠାରେ ଥିବା ଗୁଣ୍ଡିଚା ମନ୍ଦିରରୁ ବାହୁଡ଼ି ରଥରେ ବିରାଜମାନ କରିଥିଲେ ମହାପ୍ରଭୁ। ମଙ୍ଗଳବାର ଦଶମୀ ତିଥି ଥିବାରୁ ଆଜି ଏକାଦଶୀ ତିଥିରେ ପ୍ରଭୁଙ୍କର ସୁନାବେଶ ହୋଇଥିଲା। ରଥରେ ସମସ୍ତ ନୀତିକାନ୍ତି ସମ୍ପାଦନ କରାଯାଇ ରଥାରୁଢ଼ ବିଗ୍ରହ ମାନଙ୍କର ଅପରାହ୍ନରେ ସୁନା ଅଳଙ୍କାରରେ ମଣ୍ଡିତ କରାଯାଇଥିଲା।

ସନ୍ଧ୍ୟାରେ ବାଣପୁର ଅଂଚଳର ହଜାର ହଜାର ଶ୍ରଦ୍ଧାଳୁ ରଙ୍କନାଥଙ୍କ ସୁନାବେଶ ଦେଖିବାକୁ ଭିଡ଼ ଜମାଇଥିଲେ।

ଏହି ପରିପ୍ରେକ୍ଷୀରେ ମନ୍ଦିର କମିଟି ତରଫରୁ ଶୃଙ୍ଖଳିତ ଦର୍ଶନ ନିମିତ୍ତ ସୁବନ୍ଦୋବ୍ୟସ୍ତ କରାଯାଇଥିଲା। ପୋଲିସ ମଧ୍ୟ ସମ୍ପୂର୍ଣ୍ଣ ସହଯୋଗ କରି ଶ୍ରଦ୍ଧାଳୁ ମାନେ କିପରି ଧାଡିରେ ଠାକୁରଙ୍କୁ ଦର୍ଶନ କରିବେ ତାହା ପରିଚାଳନା କରିଥିଲା।

ଅନୁରୂପ ଭାବେ ପଲଟନ ଠାରେ ଚକାଦେବଙ୍କର ସୁନାବେଶ ଅନୁଷ୍ଠିତ ହୋଇଯାଇଛି।

Related posts