Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»କୁଜଙ୍ଗରେ ସ୍ୱଚ୍ଛ ଭାରତ ମିଶନ ବାଟବଣା, ଯୁଆଡେ ଦେଖିବ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା
ଆଞ୍ଚଳିକ

କୁଜଙ୍ଗରେ ସ୍ୱଚ୍ଛ ଭାରତ ମିଶନ ବାଟବଣା, ଯୁଆଡେ ଦେଖିବ କୁଢ଼ କୁଢ଼ ଅଳିଆ ଆବର୍ଜ୍ଜନା

July 23, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୁଜଙ୍ଗ: କେନ୍ଦ୍ର ଓ ରାଜ୍ୟ ସରକାର ସ୍ଵଚ୍ଛତା କୁ ସର୍ବାଗ୍ରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବା ସହ ଗ୍ରାମାଞ୍ଚଳରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରୁଛନ୍ତି। କିନ୍ତୁ କୁଜଙ୍ଗ ବ୍ଲକ୍ ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି।କହିବାକୁ ଗଲେ ସ୍ୱଚ୍ଛ ଭାରତ ମିଶନ ଯୋଜନା କୁଜଙ୍ଗରେ ଏକ ପ୍ରକାର ବାଟବଣା ହୋଇଯାଇଛି। ଫଳରେ ବ୍ଲକ୍ ର ବିଭିନ୍ନ ଅଞ୍ଚଳ ଅସୁସ୍ଥ ଓ ଆବର୍ଜନାମୟ ହୋଇ ପଡ଼ିଛି।

ତେବେ ସୁବ୍ୟବସ୍ଥିତ ସଫେଇ କରାଯିବା ପାଇଁ ବିଭିନ୍ନ ମହଲରୁ ଦାବି ହୋଇ ଆସୁଥିଲେ ମଧ୍ୟ କୁଜଙ୍ଗ ବ୍ଲକ୍ ପ୍ରଶାସନ କିମ୍ବା ନିୟନ୍ତ୍ରିତ ବଜାର କମିଟି ରାହାମା ଏ ଦିଗରେ ଯଥେଷ୍ଟ ଧ୍ୟାନ ଦେଉନଥିବା ବେଳେ ଯେମିତି ସ୍ଵଚ୍ଛତା କୁ ଭୁଲି ଯାଇଥିବା ଅଭିଯୋଗ ହେଉଛି।

ସୂଚନା ଅନୁସାରେ, କୁଜଙ୍ଗ ବଜାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏଠାରେ ବ୍ଲକ, କୋର୍ଟ, ତହସିଲ,ରାଷ୍ଟ୍ରାୟତ ବ୍ୟାଙ୍କ୍, କଲେଜ୍, ସ୍କୁଲ୍ ଭଳି ବିଭିନ୍ନ ବିଭାଗୀୟ କାର୍ଯ୍ୟଳୟ ରହିଛି। ଏଠାକୁ ଦୈନନ୍ଦିନ ବିଭିନ୍ନ କାର୍ଯ୍ୟ ପାଇଁ ହଜାର ହଜାର ସଂଖ୍ୟାରେ ଲୋକ ମାନେ ଆସିଥାନ୍ତି। ମାତ୍ର ବଜାରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜ୍ଜନା ଭର୍ତ୍ତି ହୋଇଥିବା କାରଣରୁ ଲୋକେ ଯାତାୟାତ କରିବାକୁ ନାନାଦି ଅସୁବିଧା ଭୋଗ କରୁଛନ୍ତି। ବିଶେଷ କରି କୁଜଙ୍ଗ ମେଡ଼ିକାଲ ରାସ୍ତା, ମହିଳା ଶିଶୁ ସମନ୍ୱୟ ବିକାଶ କାର୍ଯ୍ୟଳୟ, କେନାଲ ରାସ୍ତା,ପୁରୁଣା ବସ୍ ଷ୍ଟାଣ୍ଡ ଓ ବଜାର ରେ ଅଳିଆ ଆବର୍ଜ୍ଜନା ସଫେଇ କରାନଯିବା କାରଣରୁ ଲୋକେ ପ୍ରଦୂଷିତ ପରିବେଶରେ ଜୀବନଯାପନ କରିବାକୁ ବାଧ୍ୟ ହେଉଛନ୍ତି।

ଅନ୍ୟ ପକ୍ଷରେ ପରିମଳ ବ୍ୟବସ୍ଥା ଦାୟିତ୍ବ ବ୍ଲକ ଓ ପଞ୍ଚାୟତ ହାତରେ। ସ୍ଵଚ୍ଛତା ବ୍ୟବସ୍ଥାରେ ସୁଧାର ଆଣିବାକୁ ବ୍ଲକ୍ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଫଳରେ ବଜାରରେ ଥିବା ବିଭିନ୍ନ ଡ୍ରେନ ରେ ଲୋକ ମାନେ ଅଳିଆ ଆବର୍ଜ୍ଜନା ପକାଉଛନ୍ତି। ଏବେ ବର୍ଷା ଦିନ ଆସିଲାଣି।

ତେବେ ଏହି ଆବର୍ଜ୍ଜନା ଭର୍ତ୍ତି ଡ୍ରେନ୍ ସଫେଇ ହେଉନଥିବାରୁ ବର୍ଷା ପାଣି ଜମି ରହୁଛି।ଫଳରେ ପରିବେଶ ଦୂର୍ଗନ୍ଧମୟ ହେବା ସହ ଉକ୍ତ ରାସ୍ତାରେ ଲୋକ ମାନେ ଅପ୍ରୀତିକର ସ୍ଥିତିରେ ଯିବାଆସିବା କରୁଛନ୍ତି। ତଥାପି ପ୍ରଶାସନ ଏଦିଗରେ କୌଣସି ପଦକ୍ଷେପ ନେବା ବଦଳରେ ଚୁପ୍ ହୋଇ ରହିବା କେତେ ଦୂର ଯୁକ୍ତିଯୁକ୍ତ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

କୁଜଙ୍ଗ ସ୍ୱଚ୍ଛ ଭାରତ ମିଶନ
Share. Facebook Twitter LinkedIn Email WhatsApp Copy Link

Related Posts

ମହାଭାରତ ବେଳେ ଦୁଇ ଗୋଷ୍ଠୀ ମୁହାଁମୁହିଁ

May 28, 2026

ଆଜି ୧୨ ଘଣ୍ଟିଆ ଜୟପୁର ବନ୍ଦ

May 28, 2026

ବାଣପୁର ବ୍ଲକ ପରିସରରେ ଆଇନ ସଚେତନତା ଶିବିର

May 27, 2026

ଗୋଦାବାରୀଶ ଉଚ୍ଚ ବିଦ୍ୟାଳୟର ଯୁକ୍ତ ଦୁଇ ପରୀକ୍ଷା ଫଳାଫଳ

May 25, 2026
Latest News

ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ ନାଁରେ ମାମଲା ରୁଜୁ

June 2, 2026

ଆଜି ଶପଥ ଗ୍ରହଣ କରିବେ ସୁପ୍ରିମକୋର୍ଟର ୫ ନୂତନ ବିଚାରପତି

June 2, 2026

ଆସନ୍ତା ୧୯ରେ ରାଷ୍ଟ୍ରପତି, ୨୦ରେ ଆସିବେ ପ୍ରଧାନମନ୍ତ୍ରୀ

June 2, 2026

ରକ୍ଷକ ନା ଭକ୍ଷକ? ଓଡ଼ିଶା ପୋଲିସକୁ ନେଇ ବଢ଼ୁଛି ପ୍ରଶ୍ନ ?

June 2, 2026

କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କ ସହିତ ମୁଖ୍ୟମନ୍ତ୍ରୀ କଣ କଲେ ଆଲୋଚନା, ଜାଣନ୍ତୁ ପୁରା ଖବର

June 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.