ବାଣପୁର ବୁଦ୍ଧିଜୀବୀ ନାଗରିକ ମଞ୍ଚ ପକ୍ଷରୁ ‘ମା’ ପାଇଁ ଗଛଟିଏ’ କାର୍ଯ୍ୟକ୍ରମ

Published: Jul 29, 2024, 11:04 pm IST

ବାଣପୁର (ସୀତାରାମ ଅଗ୍ରୱାଲ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ମା’ ପାଇଁ ଗଛଟିଏ ପୋତିବାକୁ ଆହ୍ୱାନ ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ଅନ୍ତର୍ଗତ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବାଣପୁର ବୁଦ୍ଧିଜୀବୀ ନାଗରିକ ମଞ୍ଚ ପକ୍ଷରୁ ବିଭିନ୍ନ କିସମର ବୃକ୍ଷରୋପଣ କରାଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ସମାଜସେବୀ ଦୁଷ୍ମନ୍ତ ହରିଚନ୍ଦନ, ରାଜକିଶୋର ପଣ୍ଡା, ସହଦେବ ନାୟକ, ଲୋକନାଥ ପ୍ରଧାନ, ବାମନ ଚରଣ ଦାସ, ନନ୍ଦକିଶୋର ମିଶ୍ର, ରମେଶ ଚନ୍ଦ୍ର ପ୍ରଧାନଙ୍କ ସହ ବହୁ ବୁଦ୍ଧିଜୀବି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପରିବେଶ ଅସନ୍ତୁଳନ ପାଇଁ ମୁଖ୍ୟତଃ ଲୋକମାନଙ୍କର ଜୀବନ ଚର୍ଯ୍ୟା ଦାୟୀ। ତେଣୁ ଏହାକୁ ରକ୍ଷା କରିବାକୁ ପ୍ରତ୍ୟେକ ବ୍ୟକ୍ତି ମା’ ଙ୍କ ନାମରେ ଗୋଟିଏ ଗଛ ଲଗାଇ ତାହାକୁ ବଡ କରିବାରେ ସହାୟତା କରିବାକୁ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ରକ୍ଷା କରିବାକୁ ଯାଇ ଆମ୍ଭର ଏହି ପ୍ରୟାସ ବୋଲି ଶ୍ରୀଯୁକ୍ତ ହରିଚନ୍ଦନ କହିଥିଲେ। ବିଦ୍ୟାପୀଠର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ ଏବଂ ଏକାଧିକ ମହିଳାମାନେ ବୃକ୍ଷରୋପଣରେ ସହଯୋଗ କରିଥିଲେ।

Related posts