Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି ରେ ଡେଙ୍ଗୁ ରୋଗ ବୃଦ୍ଧି ପାଇବା ଆଶଙ୍କା: ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ
ଆଞ୍ଚଳିକ

ବାଣପୁର ଏନଏସି ରେ ଡେଙ୍ଗୁ ରୋଗ ବୃଦ୍ଧି ପାଇବା ଆଶଙ୍କା: ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ

August 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ବଢ଼ିବାରେ ଲାଗିଛି। ସହରରେ ଏନଏସି ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ସହରରେ ଡ୍ରେନେଜ ବ୍ୟବସ୍ଥା ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନଥିବାରୁ ଅନେକ ସ୍ଥାନରେ ବର୍ଷା ଜଳ ଜମିରହୁଛି। ଫଳରେ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହୁଛି।

ଅପରପକ୍ଷରେ ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଥିବା ବେଳେ ବାଣପୁର ଏନଏସିରେ ସର୍ବନିମ୍ନ ପଦକ୍ଷେପ ମଧ୍ୟ ନିଆଯାଉନାହିଁ। ଜଳମଗ୍ନ ସ୍ଥାନରେ ବ୍ଲିଚିଙ୍ଗ ପକାଇବା, ଫିନାଇଲ ପକାଇବା, ମଶା ତେଲ ଏବଂ ମଶା ଧୂଆଁ ଇତ୍ୟାଦି ବାଣପୁର ଏନଏସି ରେ ଦେଖିବାକୁ ମିଳୁନାହିଁ। ଫଳରେ ସହରବାସୀ ଭବିଷ୍ୟତରେ ଡେଙ୍ଗୁ ରୋଗର ଶିକାର ଯେ ନହେବେ ତାହା କିଏ କହିବ?

ସହରର ମୁଖ୍ୟ ରାସ୍ତା ଯେପରି ମେଡିକାଲ ଛକ, ଥାନା ସମ୍ମୁଖ, ଗାଲୁଆ ଛକ, ଏନଏସି ଅଫିସ ସମ୍ମୁଖ, ବିଧାରପୁର ଛକ, ଚିଆଁକ ସାହି ଛକ ଆଦି ଅଞ୍ଚଳ ବର୍ଷତମାମ ଜଳବନ୍ଦୀ ହୋଇ ରହୁଥିବା ବେଳେ ଉକ୍ତ ସ୍ଥାନ ଗୁଡିକରେ ଏନଏସି ପକ୍ଷରୁ ବିଶୋଧନ କରାଯାଉନାହିଁ।

ଅନୁରୂପ ଭାବେ ମା’ ଭଗବତୀ ମନ୍ଦିର ସମ୍ମୁଖ ଏବଂ ଚତୁଃପାର୍ଶ୍ୱ , ଦାଶରଥିପୁର, ଶ୍ରୀନିବାସପୁର, ଅଚ୍ୟୁତରାଜପୁର ଆଦି ଅଞ୍ଚଳରେ ମଧ୍ୟ ଜନଗହଳି ଲାଗି ରହୁଥିବା ବେଳେ ଏନଏସି ପକ୍ଷରୁ ବିଶୋଧନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବର୍ଷା ଦିନ ଥିବାରୁ ଜନସାଧାରଣ ମାନେ ଡେଙ୍ଗୁ ରୋଗର ଶିକାର ହୋଇପାରନ୍ତି ଯାହାକି ସହଜରେ ଅନୁମେୟ।

ତେବେ ଆଶ୍ଚର୍ଯ୍ୟର ବିଷୟ ଦୀର୍ଘ ୫୧ ବର୍ଷର ବାଣପୁର ଏନଏସି ରେ ମଶା ତେଲ ଏବଂ ମଶା ଧୂଆଁ ବ୍ୟବସ୍ଥା ଅଦ୍ୟାବଧି ହେଉନାହିଁ ଯାହାକି ସହରବାସୀଙ୍କୁ ମର୍ମାହତ କରିଛି। ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ଡେଙ୍ଗୁ ରୋଗ ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ଚକ୍ଷୁରେ ଲୁହ, ହୃଦୟରେ ଗର୍ବ: ଚାରି ଶିକ୍ଷକଙ୍କୁ ଅବସର ଓ ବିଦାୟ ସମ୍ବର୍ଦ୍ଧନା

December 20, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରର ଏକବିଂଶ ତମ ବାର୍ଷିକ ଉତ୍ସବ

December 18, 2025

ବାଲୁଗାଁ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ମେଜର ବି.କେ. ନରେନ୍ଦ୍ରଙ୍କ ବିୟୋଗରେ ସ୍ମୃତି ଚ଼ାରଣ ସଭା

December 18, 2025

ଗୋଦାବରୀଶ ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

December 16, 2025
Latest News

‘ଟାଟା ପାୱାର ଓଡିଶା ଛାଡ’ ନାରା ନେଇ ସାରା ରାଜ୍ୟରେ ବିକ୍ଷୋଭ କରିବ ରାଜ୍ୟ କଂଗ୍ରେସ

December 21, 2025

ଭୁବନେଶ୍ବରରେ ପୁଣି ଗଣଦୁଷ୍କର୍ମ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ନବୀନ, କହିଲେ…

December 21, 2025

ଆମୋନିଆ-ୟୁରିଆ ସାର ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ

December 21, 2025

ମହାରାଷ୍ଟ୍ର ପୌର ନିର୍ବାଚନରେ ​​ମହାୟୁତି ମେଣ୍ଟର ବିପୁଳ ବିଜୟ: କଂଗ୍ରେସ ମେଣ୍ଟକୁ ବଡ ଝଟକା

December 21, 2025

ତୃତୀୟ ଆଶେସ୍ ଟେଷ୍ଟ ପରେ ବହୁତ ବଦଳିଲା WTC ପଏଣ୍ଟ ଟେବୁଲ: ବିପଦପୂର୍ଣ୍ଣ ସ୍ଥିତିରେ ଟିମ୍ ଇଣ୍ଡିଆ

December 21, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.