Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ଏନଏସି ରେ ଡେଙ୍ଗୁ ରୋଗ ବୃଦ୍ଧି ପାଇବା ଆଶଙ୍କା: ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ
ଆଞ୍ଚଳିକ

ବାଣପୁର ଏନଏସି ରେ ଡେଙ୍ଗୁ ରୋଗ ବୃଦ୍ଧି ପାଇବା ଆଶଙ୍କା: ପ୍ରଶାସନ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ

August 1, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଏନଏସି ରେ ଡେଙ୍ଗୁ ରୋଗ ବ୍ୟାପିବାର ଆଶଙ୍କା ବଢ଼ିବାରେ ଲାଗିଛି। ସହରରେ ଏନଏସି ପକ୍ଷରୁ ଡେଙ୍ଗୁ ନିୟନ୍ତ୍ରଣ ପାଇଁ କୌଣସି ପଦକ୍ଷେପ ନିଆଯାଉନଥିବା ଅଭିଯୋଗ ହେଉଛି। ସହରରେ ଡ୍ରେନେଜ ବ୍ୟବସ୍ଥା ଅଦ୍ୟାବଧି ସମ୍ପୂର୍ଣ୍ଣ ହୋଇନଥିବାରୁ ଅନେକ ସ୍ଥାନରେ ବର୍ଷା ଜଳ ଜମିରହୁଛି। ଫଳରେ ଡେଙ୍ଗୁ ବ୍ୟାପିବାର ଯଥେଷ୍ଟ ସମ୍ଭାବନା ରହୁଛି।

ଅପରପକ୍ଷରେ ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ଏକାଧିକ ପଦକ୍ଷେପ ନେଉଥିବା ବେଳେ ବାଣପୁର ଏନଏସିରେ ସର୍ବନିମ୍ନ ପଦକ୍ଷେପ ମଧ୍ୟ ନିଆଯାଉନାହିଁ। ଜଳମଗ୍ନ ସ୍ଥାନରେ ବ୍ଲିଚିଙ୍ଗ ପକାଇବା, ଫିନାଇଲ ପକାଇବା, ମଶା ତେଲ ଏବଂ ମଶା ଧୂଆଁ ଇତ୍ୟାଦି ବାଣପୁର ଏନଏସି ରେ ଦେଖିବାକୁ ମିଳୁନାହିଁ। ଫଳରେ ସହରବାସୀ ଭବିଷ୍ୟତରେ ଡେଙ୍ଗୁ ରୋଗର ଶିକାର ଯେ ନହେବେ ତାହା କିଏ କହିବ?

ସହରର ମୁଖ୍ୟ ରାସ୍ତା ଯେପରି ମେଡିକାଲ ଛକ, ଥାନା ସମ୍ମୁଖ, ଗାଲୁଆ ଛକ, ଏନଏସି ଅଫିସ ସମ୍ମୁଖ, ବିଧାରପୁର ଛକ, ଚିଆଁକ ସାହି ଛକ ଆଦି ଅଞ୍ଚଳ ବର୍ଷତମାମ ଜଳବନ୍ଦୀ ହୋଇ ରହୁଥିବା ବେଳେ ଉକ୍ତ ସ୍ଥାନ ଗୁଡିକରେ ଏନଏସି ପକ୍ଷରୁ ବିଶୋଧନ କରାଯାଉନାହିଁ।

ଅନୁରୂପ ଭାବେ ମା’ ଭଗବତୀ ମନ୍ଦିର ସମ୍ମୁଖ ଏବଂ ଚତୁଃପାର୍ଶ୍ୱ , ଦାଶରଥିପୁର, ଶ୍ରୀନିବାସପୁର, ଅଚ୍ୟୁତରାଜପୁର ଆଦି ଅଞ୍ଚଳରେ ମଧ୍ୟ ଜନଗହଳି ଲାଗି ରହୁଥିବା ବେଳେ ଏନଏସି ପକ୍ଷରୁ ବିଶୋଧନ ପାଇଁ କୌଣସି ପଦକ୍ଷେପ ନିଆଯାଉନାହିଁ। ଫଳରେ ବର୍ଷା ଦିନ ଥିବାରୁ ଜନସାଧାରଣ ମାନେ ଡେଙ୍ଗୁ ରୋଗର ଶିକାର ହୋଇପାରନ୍ତି ଯାହାକି ସହଜରେ ଅନୁମେୟ।

ତେବେ ଆଶ୍ଚର୍ଯ୍ୟର ବିଷୟ ଦୀର୍ଘ ୫୧ ବର୍ଷର ବାଣପୁର ଏନଏସି ରେ ମଶା ତେଲ ଏବଂ ମଶା ଧୂଆଁ ବ୍ୟବସ୍ଥା ଅଦ୍ୟାବଧି ହେଉନାହିଁ ଯାହାକି ସହରବାସୀଙ୍କୁ ମର୍ମାହତ କରିଛି। ତୁରନ୍ତ ବିଭାଗୀୟ ଅଧିକାରୀ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ଡେଙ୍ଗୁ ରୋଗ ବାଣପୁର ଏନଏସି
Share. Facebook Twitter LinkedIn Email WhatsApp Copy Link

Related Posts

ବଜ୍ରକୋଟ ବିଦ୍ୟାଳୟରେ ଧୂମଧାମରେ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ପାଳିତ

April 5, 2026

ବାଣପୁର ଶିକ୍ଷା ମଣ୍ଡଳ ସ୍ତରୀୟ ଖଡ଼ିଛୁଆଁ ପର୍ବ ପାଳିତ

April 5, 2026

ବାଣପୁର: ଭଗବତୀ ମଣ୍ଡଳ ଭାଜପା କାର୍ଯ୍ୟକର୍ତ୍ତାମାନଙ୍କୁ ଗୁରୁମନ୍ତ୍ର ଦେଲେ ମନ୍ତ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ

April 3, 2026

ଉତ୍କଳ ଦିବସ ଉପଲକ୍ଷେ ବରପୁତ୍ରମାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ବାଣପୁରବାସୀ

April 2, 2026
Latest News

ମୁଖ୍ୟମନ୍ତ୍ରୀଙ୍କୁ ବିଶ୍ୱ ଆଥଲେଟିକ୍ସ ଚମ୍ପିଅନସିପ୍ ର ପତାକା ପ୍ରଦାନ କଲେ ସୂର୍ଯ୍ୟବଂଶୀ ସୂରଜ

April 5, 2026

୨୦୨୫-୨୬ରେ ରେକର୍ଡ ମାଲ ପରିବହନ ସହ ରେଳବାଇର ଉଲ୍ଲେଖନୀୟ ସଫଳତା

April 5, 2026

ଏସଆଇଆର କାର୍ଯ୍ୟରେ ଗୁରୁତର ଅବହେଳା ଅଭିଯୋଗରେ ସହକାରୀ ଶିକ୍ଷକ ନିଲମ୍ବିତ

April 5, 2026

ସୁବର୍ଣ୍ଣପୁର ଜିଲ୍ଲାର ହାଇଟେକ୍ ସର୍ଭେ ସମ୍ପର୍କରେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

April 5, 2026

୩୯୮.୩୬ କୋଟିର ଅପ୍ଟିକାଲ ଫାଇବର କେବୁଲ ପ୍ରକଳ୍ପକୁ ଭାରତୀୟ ରେଳବାଇର ମଞ୍ଜୁରୀ

April 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.