ବାଣପୁର: ବିଭିନ୍ନ ହୋଟେଲ ଓ ମିଠା ଦୋକାନ ଗୁଡିକରେ ଖାଦ୍ୟ ଓ ସୁରକ୍ଷା ଟିମର ଚଢ଼ାଉ

Published: Aug 13, 2024, 7:42 am IST

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ଅଞ୍ଚଳର ବିଭିନ୍ନ ହୋଟେଲ ଓ ମିଠା ଦୋକାନ ଗୁଡିକରେ ଟାଙ୍ଗୀ ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଦେବାଶିଷ ବଳଙ୍କ ନେତୃତ୍ୱରେ ଏକ ଟିମ ଚଢ଼ାଉ କରିଥିଲେ। ଏହି ସମୟରେ ହୋଟେଲ ଓ ମିଠା ଦୋକାନ ଗୁଡିକରେ ଖାଦ୍ୟର ମାନ, ସ୍ବଚ୍ଛତା, ଫୁଡ ଲାଇସେନ୍ସ ଆଦି ତନଖି କରାଯାଇଥିଲା।

ତେବେ ବାଣପୁର ଅଞ୍ଚଳର ବିଭିନ୍ନ ଦୋକନ ଠାରୁ ସମୁଦାୟ ୭୮୫୦ ଟଙ୍କା ଜରିମାନା ଆଦାୟ ହୋଇଥିବା ଜଣାପଡିଛି। ତତସହିତ ପାଖାପାଖି ୨୦ କେଜି ମିଠା ନଷ୍ଟ କରାଯାଇଛି।

ଅନୁରୂପ ଭାବେ ବାଣପୁର ବାଇପାସ ସ୍ଥିତ ଏକ ମିଠା ଦୋକାନର ଲାଇସେନ୍ସ ବାତିଲ କରାଯାଇଥିବା କହିଛନ୍ତି ଖାଦ୍ୟ ଓ ସୁରକ୍ଷା ଅଧିକାରୀ ଶ୍ରୀ ବଳ। ତେବେ ପୂର୍ବସୂଚନା ପାଇ ଚଢ଼ାଉ ବେଳେ ବାଣପୁର ଅଞ୍ଚଳରେ ଏକାଧିକ ହୋଟେଲ ମାଲିକ ନିଜ ନିଜ ଅନୁଷ୍ଠାନ ବନ୍ଦ ରଖିଥିବାର ଦେଖିବାକୁ ମିଳିଥିଲା।

Related posts