ନାକଟିଦେଉଳ ବ୍ଲକର ବିଭିନ୍ନ ସମସ୍ୟା ନେଇ ବିଭାଗୀୟ ମନ୍ତ୍ରୀମାନଙ୍କୁ ଭେଟିଲା ବ୍ଲକ ବିଜେପିର ପଦାଧିକାରୀ

Published: Aug 18, 2024, 2:46 pm IST

ରେଢ଼ାଖୋଲ (କନ୍ଦର୍ପ ବେହେରା): ନାକଟିଦେଉଳ ବ୍ଲକ ର ବିଭିନ୍ନ ସମସ୍ୟାକୁ ନେଇ ବ୍ଲକ ବିଜେପି ତରଫରୁ ବିଭାଗୀୟ ମନ୍ତ୍ରୀ ମାନଙ୍କୁ ବ୍ଲକ ବିଜେପିର ପଦାଧିକାରୀମାନେ ଭେଟିଛନ୍ତି। ବିଜେପିର ପଦାଧିକାରୀମାନେ ମନ୍ତ୍ରୀମାନଙ୍କୁ ଭେଟି ଗିରିଶ୍ଚନ୍ଦ୍ର ପୁର ଆଦିବାସୀ, ହରିଜନ କଲ୍ୟାଣ ସରକାରୀ ଉଚ୍ଚ ବିଦ୍ୟାଳୟକୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ଯୁକ୍ତ ୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉନ୍ନୀତ କରଣ କରିବା, ନାକଟିଦେଉଳ CHC ରେ ଆବଶ୍ୟକୀୟ ଡାକ୍ତର ପଦବୀ ପୂରଣ ଓ ରାସ୍ତାଘାଟ ଓ ପାନୀୟ ଜଳ ସମସ୍ୟାର ସମାଧାନ ସମ୍ପର୍କରେ ଦାବି କରିଛନ୍ତି।

କିସିଣ୍ଡା ମଣ୍ଡଳ ସଭାପତି ନେତ୍ରାନନ୍ଦ ରାଉଳ ଙ୍କ ନେତୃତ୍ୱରେ ଦେବରାଜ କାଲୋ, ପୂର୍ଣ୍ଣଚନ୍ଦ୍ର ଗଡତିଆ, ସନ୍ତୋଷ ଦେହୁରୀ, ଅରୁଣ କୁମାର ସାହୁ, ରଜ୍ୟ ମନ୍ତ୍ରୀ ମଣ୍ଡଳର ଗଣଶିକ୍ଷା ମନ୍ତ୍ରୀ, ପଂଚାୟତ ରାଜ, ପାନୀୟ ଜଳ ଯୋଗାଣଓ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଓ ସ୍ବାସ୍ଥ୍ୟ ମନ୍ତ୍ରୀଙ୍କୁ ଭୁବନେଶ୍ଵର ରେ ସାକ୍ଷାତ କରି ଦାବି କରିଛନ୍ତି।

Related posts