ଯୁବକଙ୍କ ଆତ୍ମହତ୍ୟା, ମାନସିକ ଅଶାନ୍ତି ସନ୍ଦେହ

Published: Aug 20, 2024, 6:27 pm IST

ବ୍ରହ୍ମପୁର (କୈଳାଶ ଚନ୍ଦ୍ର ଚୌଧୁରୀ): ଗୋଷାଣୀ ନୁଆ ଗାଁ ଥାନା ଅନ୍ତର୍ଗତ ନୀଳକଣ୍ଠ ନଗର ଅଞ୍ଚଳରେ ସମ୍ୱିତ କୁମାର ମିଶ୍ର ନାମକ ଜଣେ ଯୁବକ ଆତ୍ମହତ୍ୟା କରିଛନ୍ତି। ସେ ନିଜ ଘରେ ରଶି ବାନ୍ଧି ଝୁଲୁଥିବା ଅବସ୍ଥାରେ ପରିବାର ଲୋକେ ତାକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଥିଲେ ଓ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ମୃତ ସମ୍ବିତ ମାନସିକ ଭାରସାମ୍ୟ ହରାଇ ଏହିଭଳି ନିଷ୍ପତ୍ତି ନେଇଛନ୍ତି ବୋଲି ପୋଲିସ ସନ୍ଦେହ କରୁଛି।

Related posts