ଗୋଦାବରୀଶ ମହାବିଦ୍ୟାଳୟର ରୋଭର ଓ ରେଞ୍ଜର୍ସଙ୍କ ବୈଷ୍ଣୋ ଦେବୀ ଓ ପ୍ରକୃତି ପର୍ଯ୍ୟବେକ୍ଷଣ ଭ୍ରମଣ

Published: Sep 7, 2024, 12:01 am IST

ବାଣପୁର: ଗୋଦାବରୀଶ ମହାବିଦ୍ୟାଳୟର ୫ ଜଣ ରେଞ୍ଜର ଓ ୩ ଜଣ ରୋଭର, ରେଞ୍ଜର ଲିଡର ଉତ୍କଳିକା ପାଢୀଙ୍କ ନେତୃତ୍ୱରେ ପ୍ରକୃତି ପର୍ଯ୍ୟବେକ୍ଷଣ କ୍ୟାମ୍ପକୁ ବୈଷ୍ଣୋ ଦେବୀ ଯାଇ ଅଗଷ୍ଟ ୨୮ ତାରିଖ ଠାରୁ ସେପ୍ଟେମ୍ବର ୧ ତାରିଖ ପର୍ଯ୍ୟନ୍ତ ଭ୍ରମଣ କରି ଫେରିଛନ୍ତି। ଏହି କ୍ୟାମ୍ପରେ ରୋଭର ତୁଷାରକାନ୍ତ ମଲିକ, ସଂଗ୍ରାମ କେଶରୀ ପ୍ରଧାନ, ଆକାଶ ବେହେରା ଏବଂ ରେଞ୍ଜର ଚିନ୍ମୟୀ ମିଶ୍ର, ସ୍ମୃତି ରାଣୀ ସ୍ୱାଇଁ, ସର୍ମିଷ୍ଠା ପ୍ରିୟଦର୍ଶୀନୀ ସ୍ଵାଇଁ, ଇତିଶ୍ରୀ ପ୍ରଧାନ, ସ୍ନେହମୟୀ ଲେଙ୍କା ଭ୍ରମଣରେ ଯାଇ ଚିତ୍ତାକର୍ଷକ ସାଂସ୍କୃତିକ ସମ୍ବଲପୁରୀ ନୃତ୍ୟ ପରିବେଷଣ କରି କୃତିତ୍ୱ ହାସଲ କରିଛନ୍ତି।

ଜମ୍ମୁର କଟରାରେ ପହଞ୍ଚି ମା’ ବୈଷ୍ଣୋ ଦେବୀ ମନ୍ଦିରକୁ ପଦରେ ଯାତ୍ରା କରି ଫେରିଛନ୍ତି।  ବିଭିନ୍ନ ପ୍ରକୃତି ଦର୍ଶନ କାର୍ଯ୍ୟକ୍ରମରେ ଭାଗ ନେଇ ଜଳବାୟୁ ପରିବର୍ତ୍ତନ ସଂକ୍ରାନ୍ତୀୟ କାର୍ଯ୍ୟକ୍ରମରେ ସାମିଲ୍ ହୋଇଛନ୍ତି। ସେମାନେ ପୁରୁଷୋତ୍ତମ ଏକ୍ସପ୍ରେସ୍ ରେ ସେପ୍ଟେମ୍ବର ୪ ତାରିଖରେ ଆସି ବାଲୁଗାଁ ରେଳ ଷ୍ଟେସନରେ ପହଞ୍ଚିଥିଲେ।

ମହାବିଦ୍ୟାଳୟର ଅଧ୍ୟକ୍ଷ ବିନାୟକ ହୋତା, ରୋଭର ଲିଡର ଆଦିତ୍ୟ ସାରଥୀ ବେଦମତ୍ତା କ୍ୟାମ୍ପରୁ ଫେରିଥିବା ରେଞ୍ଜର, ରୋଭର ଓ ରେଞ୍ଜର ଲିଡରଙ୍କୁ କୃତଜ୍ଞତା ଜ୍ଞାପନ କରି ମାନପତ୍ର ପ୍ରଦାନ କରିଛନ୍ତି।

Related posts