Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଲୁଗାଁ: ନାଗରିକ ସମ୍ବର୍ଦ୍ଧନା ଉତ୍ସବ
ଆଞ୍ଚଳିକ

ବାଲୁଗାଁ: ନାଗରିକ ସମ୍ବର୍ଦ୍ଧନା ଉତ୍ସବ

September 15, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଆଜି ଅପରାହ୍ନରେ ବାଲୁଗାଁ ସ୍ଥିତ ଉମାମହେଶ୍ୱର ବଣିକ ସଂଘ ଠାରେ ଚିଲିକା ମସ୍ୟଜୀବୀ ମହାସଂଘ ପକ୍ଷରୁ ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଚିଲିକା ବିଧାୟକ ତଥା ରାଜ୍ୟ ଆଇନ, ଅବକାରୀ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ପୁରୀ ସାଂସଦ ସମ୍ବିତ ପାତ୍ରଙ୍କୁ ମହାସଂଘ ତରଫରୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଚିଲିକା ତଟବର୍ତ୍ତୀ ଖୋର୍ଦ୍ଧା, ଗଞ୍ଜାମ ଓ ପୁରୀ ଜିଲ୍ଲାର ୪ ଲକ୍ଷରୁ ଉର୍ଦ୍ଧ୍ବ ମସ୍ୟଜୀବୀ ଜୀବନ ଜୀବିକା ନେଇ ଚିଲିକା ଉପରେ ନିର୍ଭରଶୀଳ।ଚିଲିକାର ସୁରକ୍ଷା ଓ ବିକାଶ ପାଇଁ ସମସ୍ତ ଅନ୍ତଃନାଳୀ, ବାହ୍ୟନାଳୀ ମୁହାଣ ମୁହଁକୁ ଖନନ କରିବାସହ ଉତ୍ତର ଚିଲିକାରେ ଥିବା ନଳଘାସକୁ ସମ୍ପୂର୍ଣ୍ଣ ନିରାକରଣ, ମସ୍ୟ ସମ୍ପଦ ଅଭିବୃଦ୍ଧି ନିମିତ୍ତ ବିହିତ ପଦକ୍ଷେପ,ଲିଜ ପଲିସିକୁ କ୍ରିୟାଶୀଳ କରି ପାଞ୍ଚ ବର୍ଷୀୟା ଲିଜ ପ୍ରଚଳନ,ତଥା ସାମାଜିକ ସ୍ଥିତି ଓ ସମ୍ବଳ ସମୃଦ୍ଧ ଉପରେ ଦୃଷ୍ଟି ଆକର୍ଷଣ କରିବାକୁ ଅନୁରୋଧ କରିଥିଲେ।

ଏହି କାର୍ଯ୍ୟକ୍ରମରେ ମହାସଂଘ ସଭାପତି ଶ୍ୟାମ ସୁନ୍ଦର ବେହେରା,ସମ୍ପାଦକ କାଳନ୍ଦି ବେହେରା,ସୋରଣ ସଭାପତି ତପନ ବେହେରା, ବରିଷ୍ଠ ନେତୃତ୍ୱ ବୃନ୍ଦ ହଳଧର ବେହେରା,ଇନ୍ଦ୍ରମଣି ବେହେରା, ଫାଲକୁନି ଜାଲି, ପ୍ରମୋଦ ବେହେରା, ତ୍ରିନାଥ ବେହେରାଙ୍କ ସମେତ ଶତାଧିକ ମସ୍ୟଜୀବୀ ଉପସ୍ଥିତ ଥିଲେ।

ବାଲୁଗାଁ
Share. Facebook Twitter LinkedIn Email WhatsApp Copy Link

Related Posts

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଜଣେ ମୃତ: ବାଲୁଗାଁ-ବାଣପୁର ମୁଖ୍ୟ ରାସ୍ତା ଅବରୋଧ କଲେ ଗ୍ରାମବାସୀ

August 27, 2026

ଆରଏସଏସ ତରଫରୁ ବାଣପୁରରେ ରକ୍ଷା ବନ୍ଧନ ଉତ୍ସବ ପାଳିତ

August 27, 2026

ଧର୍ମପରାୟଣ ସମାଜସେବୀ ମହିଳାଙ୍କ ପରଲୋକ

August 26, 2026

ବାଲୁଗାଁ: ମହିଳା ସଶକ୍ତିକରଣ ସଚେତନତା ଆଲୋଚନାଚକ୍ର

August 25, 2026
Latest News

କାନପୁରରେ ଟ୍ରେନିଂ ବିମାନ ଦୁର୍ଘଟଣା, ପାଇଲଟ୍‌-କୋ-ପାଇଲଟ୍‌ ମୃତ

August 28, 2026

ଗଞ୍ଜାମରେ ବିସ୍ଥାପିତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି : ୧,୩୭୧ ପରିବାର ପାଇଁ  ୭୫.୬୦ କୋଟିର ପ୍ୟାକେଜ ଘୋଷଣା

August 27, 2026

ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ

August 27, 2026

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟା ପରେ ସ୍ୱାମୀଙ୍କ ଆତ୍ମହତ୍ୟା

August 27, 2026

କୋର୍ଟରେ ହାଜର ପାଇଁ କଟକ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ

August 27, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.