ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ ଓ ବଡାଖାନା କାର୍ଯ୍ୟକ୍ରମ

Published: Sep 21, 2024, 7:26 am IST

ବାଲୁଗାଁ (ସୀତାରାମ ଅଗ୍ରୱାଲ): ଶୁକ୍ରବାର ପୂର୍ବାହ୍ନରେ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରେ ସ୍ଵଚ୍ଛତା ହିଁ ସେବା ପକ୍ଷ ପାଳନ ଅବସରରେ ପରିମଳ କର୍ମଚାରୀଙ୍କ ସ୍ୱାସ୍ଥ୍ୟ ପ୍ରଶିକ୍ଷଣ ଓ ବଡାଖାନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ସଫେଇ କର୍ମଚାରୀ ମାନଙ୍କର ସ୍ୱାସ୍ଥ୍ୟବସ୍ଥା ପରୀକ୍ଷଣ କରାଯିବା ସହ ଏନଏସିରେ ପରିମଳ ବ୍ୟବସ୍ଥାକୁ ସୁଚାରୁରୂପେ ପରିଚାଳନା କରିବା ନେଇ ଆଲୋଚନା କରାଯାଇଥିଲା।

ପରିଶେଷରେ ସଫେଇ କର୍ମଚାରୀଙ୍କୁ ଆପ୍ୟାୟିତ ନେଇ ବଡାଖାନା ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ଅଧକ୍ଷା ସୁକାନ୍ତି ପାଇକରାୟ, ଉପାଧ୍ୟକ୍ଷ ଭଗବାନ ପ୍ରଧାନ,ସମସ୍ତ କାଉନସିଲର, କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରାଣନାଥ ସେଠ, ସ୍ୱଚ୍ଛ ସୁପରଭାଇଜର, ସ୍ୱଚ୍ଛ ସାଥି, ସ୍ୱଚ୍ଛ କର୍ମୀ ଙ୍କ ସମେତ ସମସ୍ତ କର୍ମଚାରୀ ଯୋଗ ଦେଇଥିଲେ।

Related posts