Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଅବ୍ୟକ୍ତ ହେଲେ ଉତ୍କଳ ସାମ୍ବାଦିକ ସଂଘ ନୂତନ ଜିଲ୍ଲା ସଭାପତି
ଆଞ୍ଚଳିକ

ଅବ୍ୟକ୍ତ ହେଲେ ଉତ୍କଳ ସାମ୍ବାଦିକ ସଂଘ ନୂତନ ଜିଲ୍ଲା ସଭାପତି

September 30, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ଖୋର୍ଦ୍ଧା: ଉତ୍କଳ ସାମ୍ବାଦିକ ସଂଘ (ୟୁଜେଏ) ଜିଲ୍ଲା ସ୍ତରୀୟ ବନ୍ଧୁମିଳନ କାର୍ଯ୍ୟକ୍ରମ ବୋଲଗଡ ବ୍ଲକ କୋଷଳାଶୁଣୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଉପ ସଭାପତି ପ୍ରଦୀପ ପ୍ରଧାନଙ୍କ ସଭାପତିତ୍ବ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରାଜ୍ୟ କୋଷାଧ୍ୟକ୍ଷ ରାଜେନ ଚୌଧୁରୀ, ଭୁବନେଶ୍ୱର ସଭାପତି ପ୍ରତାପ ପ୍ରଧାନ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସତ୍ୟ ନାରାୟଣ ପାଇକରାୟ ପ୍ରମୁଖ ଅତିଥି ଭାବେ ଯୋଗଦେଇଥିଲେ।

ଜିଲ୍ଲା ସମ୍ପାଦକ ଅଜିତ ସାହୁ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ସାଙ୍ଗଠନିକ ସମ୍ପର୍କରେ କହିଥିଲେ। ନୂତନ ସଦସ୍ୟତା, ବ୍ଲକ ସ୍ତରରେ ସଂଘ କାର୍ଯ୍ୟକୁ ତ୍ବରାନ୍ବିତ କରିବାକୁ କହିଥିଲେ। ଖାଲି ପଡିଥିବା ଜିଲ୍ଲା ସଭାପତି ମନୋନୀତ ନେଇ ଆଲୋଚନା ହୋଇଥିଲା। ସର୍ବ ସମ୍ମତି କ୍ରମେ ବରିଷ୍ଠ ସାମ୍ବାଦିକ ତଥା ଆଇନଜୀବୀ ଅବ୍ୟକ୍ତ ହରିହର ଖାଡ଼ଙ୍ଗାଙ୍କୁ ନୂତନ ସଭାପତି ଘୋଷଣା କରାଯାଇଛି। ପରେ ସମସ୍ତ ସଦସ୍ୟ ନୂତନ ସଭାପତିଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମସ୍ତଙ୍କ ସହଭାଗିତାରେ ଜିଲ୍ଲାରେ ସଂଘର କାର୍ଯ୍ୟକୁ କ୍ରିୟାଶୀଳ କରାଯିବ ବୋଲି ଶ୍ରୀ ଖାଡଙ୍ଗା କହିଛନ୍ତି।

ଏକ ପ୍ରେସ ବାର୍ତ୍ତାରେ ରାଜ୍ୟ ସଭାପତି ବିଭୂତି ଭୂଷଣ କର ନୂତନ ସଭାପତିଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଜିଲାର ବିଭିନ୍ନ ବ୍ଲକରୁ ୫୦ ରୁ ଊର୍ଦ୍ଧ୍ଵ ସାମ୍ବାଦିକ ଯୋଗ ଦେଇ ଥିଲେ।

ଉତ୍କଳ ସାମ୍ବାଦିକ ସଂଘ ଜିଲ୍ଲା ସଭାପତି
Share. Facebook Twitter LinkedIn Email WhatsApp Copy Link

Related Posts

ଗୁରୁଜୀ ମହେଶ୍ୱର ମଲ୍ଲଙ୍କ ପଞ୍ଚମ ଶ୍ରାଦ୍ଧବାର୍ଷିକୀ ପାଳିତ 

September 29, 2026

ଛେଳି ପଲ ସହ ଗାଁକୁ ଚାଲିଆସିଲା ହରିଣ ଛୁଆ

September 29, 2026

ମନ୍ଦାର ମାଳିନୀ ବେଶରେ ଦର୍ଶନ ଦେଲେ ମା’ ପାଟଖଣ୍ଡା

September 29, 2026

ବସ ଧକ୍କାରେ ୧୫ରୁ ଊର୍ଦ୍ଧ୍ୱ ଆହତ

September 28, 2026
Latest News

ବଦଳୁଥିବା ପାଗରେ କାଶ-ଥଣ୍ଡାରୁ ମୁକ୍ତି: ଆପଣାନ୍ତୁ ଏହି ୬ଟି ସହଜ ଓ ପ୍ରଭାବଶାଳୀ ଘରୋଇ ଉପଚାର

September 30, 2026

୬ ବର୍ଷ ପରେ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର: ପ୍ରଥମ ୩ ଦିନ ମାଗଣା ଦର୍ଶନ

September 30, 2026

ଭାରତୀୟ ତଟରକ୍ଷୀ ବାହିନୀ ଓ ଏଟିଏସ୍‌ର ବଡ଼ ସଫଳତା: ୩୦୦୦ କୋଟିର ଡ୍ରଗ୍ସ ଜବତ, ୫ ପାକିସ୍ତାନୀ ଗିରଫ

September 30, 2026

ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସରକାରଙ୍କ ସ୍ୱଚ୍ଛତା ଓ ବକେୟା କାର୍ଯ୍ୟ ହ୍ରାସ ଅଭିଯାନ

September 30, 2026

ମୟୂରଭଞ୍ଜର ବାଉଁଶ ଚାଷୀକୁ ଆଇଏଫଡବ୍ଲ୍ୟୁସିଏସ୍ ପକ୍ଷରୁ “ପ୍ରମାଣ” ସାର୍ଟିଫିକେଟ୍ ପ୍ରଦାନ

September 30, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.