ନାଚୁଣୀ: ଜୁଆ ଆଡ୍ଡା ଉପରେ ପୋଲିସର ଚଢାଉ, ପାଞ୍ଚ ଜୁଆଡ଼ି ଗିରଫ

Published: Oct 23, 2024, 8:24 pm IST

ନାଚୁଣୀ (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଥାନା ପୋଲିସ ଜୁଆ ଖେଳ ଅଭିଯୋଗରେ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସୂଚନା ମୁତାବକ ବଉଳାବନ୍ଧ ଗ୍ରାମରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇ ନାଚୁଣୀ ଆଇଆଇସି ଚନ୍ଦ୍ରଶେଖର ଜେନାଙ୍କ ନିର୍ଦ୍ଦେଶକ୍ରମେ ଏକ ଟିମ ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲେ।

ଚଢ଼ାଉ ବେଳେ ପାଞ୍ଚ ଅଭିଯୁକ୍ତ ଯଥାକ୍ରମେ ସଞ୍ଜୟ ବେହେରା, ପ୍ରଦୀପ ନାୟକ, ବିର ବେହେରା, ପୂର୍ଣ୍ଣ ବେହେରା ଓ ଶୁକ ବେହେରା ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ପୋଲିସ ୫ ହଜାର ୪୫୦ ଟଙ୍କା ନଗଦ, ତାସ ପାଲି ଏବଂ ଅନ୍ୟାନ୍ୟ ଜିନିଷ ଜବତ କରିଛି।

ଅଭିଯୁକ୍ତମାନଙ୍କ ବିରୁଦ୍ଧରେ କେସ ନମ୍ବର ୩୯୪/୨୪ ରେ ମାମଲା ରୁଜୁ କରାଯାଇ କୋର୍ଟଚାଲାଣ କରାଯାଇଛି l

Related posts