Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଜନ୍ମମାଟିରେ ପ୍ରଥମ ମହିଳା ଓପ୍ରସେ ଶିବାନୀ ରାଉତଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା
ଆଞ୍ଚଳିକ

ବାଣପୁର: ଜନ୍ମମାଟିରେ ପ୍ରଥମ ମହିଳା ଓପ୍ରସେ ଶିବାନୀ ରାଉତଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା

October 24, 2024No Comments2 Mins Read
Share Facebook Twitter LinkedIn Email WhatsApp Copy Link

ବାଣପୁର (ସୀତାରାମ ଅଗ୍ରୱାଲ): ଖୋର୍ଦ୍ଧା ଜିଲ୍ଲା ବାଣପୁର ମଣ୍ଡଳର ପ୍ରଥମ ମହିଳା ତଥା ଭୀମପୁର ଗ୍ରାମର ଶିବାନୀ ରାଉତ ଓଡ଼ିଶା ପ୍ରସାଶନିକ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ଲାଭ କରି ମଣ୍ଡଳର ପ୍ରଥମ ମହିଳା ଭାବରେ କୃତିତ୍ତ୍ଵ ଅର୍ଜନ କରିଥିବାରୁ ଜନ୍ମମାଟି ଭୀମପୁରର ବାନାମ୍ବର ଏକାଡ଼େମୀଠାରେ ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ତରଫରୁ ଉଚ୍ଛ୍ଵସିତ ସମୂର୍ଦ୍ଧନା ଜ୍ଞାପନ କରାଯାଇଛି। ଗ୍ରାମର ପ୍ରମୁଖ ପ୍ରଫେସର ନଳିନୀକାନ୍ତ ପଟ୍ଟନାୟକଙ୍କ ସଭାପତିତ୍ଵରେ ଏବଂ ଏକାଡ଼େମୀର ପ୍ରଧାନ ଶିକ୍ଷକ ରାଧାକୃଷ୍ଣଗଡ଼ନାୟକଙ୍କ ସହଯୋଗରେ ଆୟୋଜିତ ଏହି ସମାରୋହରେ ଅଧ୍ୟାପକ ସଂଗ୍ରାମ କେଶରୀ ସାହୁ, ଶିକ୍ଷାବିତ୍ ଆନନ୍ଦ ଚନ୍ଦ୍ରସେନାପତି, ବାଳମୁକୁନ୍ଦ ଦାସ, ବୈରାଗୀଚରଣ ବେହେରା, ଲକ୍ଷ୍ମୀଧର ସାହୁ, ରାହାସ ବିହାରୀ ସାହୁ, ବିଭୂତି ଭୂଷଣ ନନ୍ଦ, ରମେଶ ଚନ୍ଦ୍ର ବେହେରା, ମଧୁସୂଦନ ନନ୍ଦ, ଗଣେଶ୍ଵର ମୁଦୁଲି, ବୈରାଗୀଚରଣବଳ, ଏବଂ ଶିବାନୀଙ୍କ ବାପା, ମା ନାରାୟଣ ରାଉତ ଓ କବିତା ରାଉତଙ୍କ ସମେତ ଗ୍ରାମବାସୀ, ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀମାନେ ଯୋଗଦେଇ ଶିବାନୀଙ୍କୁ ପୁଷ୍ପମାଲ୍ୟାର୍ପଣ ସହିତ ପୁଷ୍ପ ବୃଷ୍ଟି କରାଇମଞ୍ଚ ଉପରକୁ ପାଛୋଟି ନେଇଥିଲେ।

ବାଣପୁର ମଣ୍ଡଳର ଭୀମପୁର ଗାଁ ଏକ ସଂସ୍କୃତି, ଐତିହ୍ୟ ସଂପନ୍ନ ଓ ଶିକ୍ଷା କ୍ଷେତ୍ରରେ ଏକ ଅଗ୍ରଣୀ ଗାଁ ହୋଇ ବହୁ କବି ସାହିତ୍ୟିକ, ପ୍ରଶାସନିକ ଅଧିକାରୀ, ଶିକ୍ଷାବିତଙ୍କୁ ସୃଷ୍ଟି କରିଥିଲେ ମଧ୍ୟ ଶିବାନୀ ରାଉତ ଓ. ପ୍ର .ସେ ପରୀକ୍ଷାରେ କୃତିତ୍ବ ଅର୍ଜନ କରି ପ୍ରଥମ ମହିଳା ପ୍ରଶାସନିକ ଅଧିକାରୀ ହେବାର ଗୌରବ ଲାଭ କରିଥିବାରୁ ଗାଁ’ମାଟି ଧନ୍ୟ ହୋଇଥିବା ସହିତ ସମଗ୍ର ଗ୍ରାମବାସୀ ଗୌରବାନ୍ୱିତ ମନେକରୁଥିବା କଥା କହି ନିଜ ନିଜର ବ୍ୟକ୍ତବ୍ୟ ରଖି ପାଇକ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଗାଁ ଭୀମପୁର ଇତିହାସରେ ଶିବାନୀ ରାଉତ ଆଉ ଏକ ସ୍ଵର୍ଣ୍ଣିମ ଅଧ୍ୟାୟ ଯୋଡ଼ିଦେଇଥିବା କଥା ପ୍ରକାଶ କରି ସମାଜର ଦୁଃସ୍ଥ, ନିଷ୍ପେସିତର ସେବାରେ ନିଜକୁ ଉତ୍ସର୍ଗ କରିବାକୁ ପ୍ରେରଣା ପ୍ରଦାନ କରିଥିଲେ।

ସମ୍ବର୍ଦ୍ଧନାର ଉତ୍ତରରେ ଶିବାନୀ ନିଜର ଲକ୍ଷ ସ୍ଥଳରେ ପହଞ୍ଚିବା ପାଇଁ କିପରି ଏକାଗ୍ରତା ଓ ସାଧନା କରିବାକୁ ହୁଏ ସେ ସଂପର୍କରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇ ସମସ୍ଥଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ। ବିଦ୍ୟାଳୟ ତରଫରୁ ଉତ୍ତରୀୟ ମାନପତ୍ର ଓ ପୁଷ୍ପ ଗୁଚ୍ଛ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଶିକ୍ଷକ ଶଙ୍କର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ବାଣପୁର ଶିବାନୀ ରାଉତ
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବରିଷ୍ଠ ନାଗରିକ ସଂଘର ବିଭିନ୍ନ ଦାବି ପୂରଣ କରିବା ଲାଗି ପ୍ରତିଶ୍ରୁତି ଦେଲେ ଆଇନ ମନ୍ତ୍ରୀ

March 25, 2026

ପଖାଳ ଦିବସରେ ବାଣପୁରରେ ପ୍ରଚଳିତ ମା’ଭଗବତୀଙ୍କ ଅତିପ୍ରିୟ ପଖାଳ ଭୋଗ ଲୋକକଥା

March 20, 2026

ଖୋଲିଲା ମା’ ଭଗବତୀ ମନ୍ଦିର ଭିତର ହୁଣ୍ଡି: ଜାଣନ୍ତୁ ଶ୍ରଦ୍ଧାଳୁଙ୍କ ଦାନ ଅର୍ଥ କେତେ?

March 16, 2026

ବାଣପୁର କୋର୍ଟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ

March 14, 2026
Latest News

“ଡ୍ୟାନ୍ସ ଓଡ଼ିଶା ଡ୍ୟାନ୍ସ: ଏଇ ରବିବାର ୬:୩୦ରୁ ସେଲିବ୍ରେଟି ୱିଥ୍ ଲିଟିଲ ମାଷ୍ଟର୍ ଗ୍ରାଣ୍ଡ ଫିନାଲେ” 

March 25, 2026

ପ୍ରଶାସନିକ ଦକ୍ଷତା ବୃଦ୍ଧି ପାଇଁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଆଇ କର୍ମଶାଳା

March 25, 2026

ଜିଲ୍ଲାପାଳଙ୍କ ସହ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ବୈଠକ: ସ୍ୱାସ୍ଥ୍ୟ ପ୍ରତିଷ୍ଠାନଗୁଡ଼ିକରେ ଅଗ୍ନି ନିରାପତ୍ତା ଉପରେ ଗୁରୁତ୍ଵ

March 25, 2026

ଆଞ୍ଚଳିକ ସଂଯୋଗୀକରଣ ଯୋଜନା-ସଂଶୋଧିତ ଉଡ଼ାନ ଯୋଜନାକୁ କ୍ୟାବିନେଟ୍‌ ଅନୁମୋଦନ

March 25, 2026

“ପେଟ୍ରୋଲ ଏବଂ ଡିଜେଲର କୌଣସି ଅଭାବ ନାହିଁ”: ସର୍ବଦଳୀୟ ବୈଠକରେ କହିଲେ ସରକାର

March 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.