Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ଗୋଦାବରୀଶ ବିଦ୍ୟାପୀଠରେ ଆଇନ ସେବା ପ୍ରାଧିକରଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ
ଆଞ୍ଚଳିକ

ଗୋଦାବରୀଶ ବିଦ୍ୟାପୀଠରେ ଆଇନ ସେବା ପ୍ରାଧିକରଣ ବିଷୟରେ ସଚେତନତା କାର୍ଯ୍ୟକ୍ରମ

October 29, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ଆଜି ତାଲୁକ ଆଇନ ସେବା ସମିତି, ବାଣପୁର ପକ୍ଷରୁ ଗୋଦାବରୀଶ ବିଦ୍ୟାପୀଠ ପରିସରରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ ତାଲୁକ ଆଇନ ସେବା ସମିତି ଅଧ୍ୟକ୍ଷ ତଥା ବରିଷ୍ଠ ଦେୱାନୀ ବିଚାରପତି ଅମରେଶ ମହାପାତ୍ର। ଅନ୍ୟମାନଙ୍କ ମଧ୍ୟରେ ବାଣପୁର କୋର୍ଟ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ସ୍ନାତକୀ ଦାସ, ବରିଷ୍ଠ ଆଇନଜୀବୀ ବିପ୍ଳବ କୁମାର ମୁଦୁଲି, ବାଣପୁର ଓକିଲ ସଂଘ ସମ୍ପାଦକ ରଞ୍ଜନ କୁମାର ବେଦମତ୍ତା, ଫ୍ରଣ୍ଟ ଅଫିସ ରିଟେନର ପଦ୍ମଜା ପଟ୍ଟନାୟକ ଏବଂ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଶ୍ୟାମସୁନ୍ଦର ପ୍ରଧାନ ଆଦି ଉପସ୍ଥିତ ଥିଲେ।

ଏହି ଅବସରରେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀ ମହାପାତ୍ର ଉପସ୍ଥିତ ଛାତ୍ରଛାତ୍ରୀଙ୍କୁ ଆଇନ ସେବା ପ୍ରାଧିକରଣ ଏବଂ ତାହାର କାର୍ଯ୍ୟ ବିଷୟରେ ଅବଗତ କରାଇଥିଲେ। ଆଇନସେବା ପାଇବା ପାଇଁ ଯୋଗ୍ୟ ହିତାଧିକାରୀ, ବିଭିନ୍ନ ପ୍ରକାର ଆଇନସେବା ଯଥା ଆଇନ ପରାମର୍ଶ ମଧ୍ୟସ୍ଥତା ମାଧ୍ୟମରେ ମାମଲା ଫଇସଲା, ଯୋଗ୍ୟ ହିତାଧିକାରୀଙ୍କ ପାଇଁ ମାଗଣାରେ ଓକିଲ ନିଯୁକ୍ତି ତଥା ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ମିଳିବାକୁ ଥିବା ଆଇନଗତ ସାହାଯ୍ୟ ବିଷୟରେ ଆଲୋକପାତ କରିଥିଲେ।

ବରିଷ୍ଠ ଆଇନଜୀବୀ ଶ୍ରୀ ମୁଦୁଲି ଯିଏକି ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର, ଛାତ୍ରଛାତ୍ରୀଙ୍କୁ ଭଲ ମଣିଷ ହେବାପାଇଁ ଉପଦେଶ ଦେବା ସହ ଶିକ୍ଷାଧିକାର ଆଇନ, ପୀଡ଼ିତା କ୍ଷତିପୂରଣ ଆଇନ ବିଷୟରେ ବୁଝାଇଥିଲେ। ପରିଶେଷରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଧନ୍ୟବାଦ ଅର୍ପଣ କରିଥିଲେ।

ଆଇନ ସେବା ପ୍ରାଧିକରଣ ଗୋଦାବରୀଶ ବିଦ୍ୟାପୀଠ ତାଲୁକ ଆଇନ ସେବା ସମିତି ବାଣପୁର ସଚେତନତା କାର୍ଯ୍ୟକ୍ରମ
Share. Facebook Twitter LinkedIn Email WhatsApp Copy Link

Related Posts

ନେହେରୁ ସେବା ସଂଘରେ ସମ୍ବିଧାନ ଦିବସ ପାଳିତ

November 26, 2025

ଖୋଲିଲା ମା’ ଭଗବତୀଙ୍କ ଭିତରହୁଣ୍ଡି: ଜାଣନ୍ତୁ କେତେ ସଂଗ୍ରହ ହେଲା ଦାନ ରାଶି?

November 26, 2025

ବାଣପୁର କୋର୍ଟରେ ସମ୍ବିଧାନ ଦିବସ ପାଳନ ଓ ଆଲୋଚନା ଚକ୍ର ଅନୁଷ୍ଠିତ

November 26, 2025

ବାଲୁଗାଁ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ରରେ ବାର୍ଷିକ ପ୍ରକଳ୍ପ ପ୍ରଦର୍ଶନୀ ଆୟୋଜିତ

November 25, 2025
Latest News

ଏଲପିଜିରୁ ୟୁପିଏସ ପର୍ଯ୍ୟନ୍ତ… ଡିସେମ୍ବର ୧ ରୁ ହେବ ଏହି ପାଞ୍ଚଟି ବଡ ପରିବର୍ତ୍ତନ, ଜାଣନ୍ତୁ କ’ଣ?

November 28, 2025

ବିଧାନସଭା ଶୀତ ଅଧିବେସନର ଦ୍ବିତୀୟ ଦିନ, ଅପରାହ୍ନରେ ଉପସ୍ଥାପିତ ହେବ ଅତିରିକ୍ତ ବଜେଟ

November 28, 2025

ଗୋଟିଏ ଦିନରେ ୭୦୦ ଟଙ୍କା ବୃଦ୍ଧି ପାଇଲା ସୁନା ଦର: ଜାଣନ୍ତୁ ଭୁବନେଶ୍ଵରରେ ଆଜିର ମୂଲ୍ୟ

November 28, 2025

ଓଡିଶା ଛାଡିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ବିଧାନସଭାରେ ରଚିଲେ ଏକ ନୂଆ ଇତିହାସ

November 28, 2025

ପାଣିଠାରୁ ଶସ୍ତା ହେବ ପେଟ୍ରୋଲ ଏବଂ ଡିଜେଲ!: ଜାଣନ୍ତୁ କେବେ ଆଉ କିଏ କଲା ଆକଳନ?

November 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.