Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର ବ୍ଲକ ମତ୍ସ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା
ଆଞ୍ଚଳିକ

ବାଣପୁର ବ୍ଲକ ମତ୍ସ୍ୟ ଅଧିକାରୀଙ୍କ ଉଦ୍ଦେଶ୍ୟରେ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା

November 8, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁରସ୍ଥିତ ମା’ ଟିକିରାଇ ମନ୍ଦିର ପ୍ରାଙ୍ଗଣରେ ବାଣପୁର ବ୍ଲକର ମତ୍ସ୍ୟ ଚାଷୀମାନଙ୍କ ସହଯୋଗରେ ବ୍ଲକ ମତ୍ସ୍ୟ ଅଧିକାରୀ ପର୍ଶୁରାମ ଶବରଙ୍କ ଉଦ୍ଦେଶ୍ୟରେ ଏକ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସଭାରେ ବିଡ଼ିଓ ଶୀତଲ ଅଗ୍ରୱାଲ ସଭାପତିତ୍ୱ କରିଥିବାବେଳେ ତହସିଲଦାର ଟି ପଦ୍ମନାଭ ଦୋରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।

ପ୍ରାଣୀ ଏବଂ ପଶୁ ସମ୍ପଦ ବିଭାଗ ତରଫରୁ ବ୍ଲକ ଭେଟେନାରୀ ଅଧିକାରୀ ସନ୍ଦୀପ ପଟ୍ଟନାୟକ, କୃଷି ବିଭାଗ ତରଫରୁ ସହକାରୀ କୃଷି ଅଧିକାରୀ ବିଶ୍ୱଜିତ ରଣା ଓ ଉଦ୍ୟାନ କୃଷି ବିଭାଗ ର ଅଧିକାରୀ ଉକ୍ତ ସଭାରେ ଉପସ୍ଥିତ ଥିଲେ। ବିଡ଼ିଓ ଶ୍ରୀମତୀ ଅଗ୍ରୱାଲ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତା, ନିଷ୍ଠାପରତା ଏବଂ ଉତ୍ତମ ବ୍ୟବହାରକୁ ପ୍ରଶଂସା କରିବା ସହ ଅବସର କାଳୀନ ସମୟ ଭଲରେ ଅତିବାହିତ ହେଉ ବୋଲି ମା’ ଭଗବତୀଙ୍କ ନିକଟରେ ପାର୍ଥନା କରିଥିଲେ ଏବଂ ତାଙ୍କୁ ଉତ୍ତରୀୟ ଏବଂ ପୁଷ୍ପ ଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ତହସିଲଦାର ଶ୍ରୀ ଦୋରା ମତ୍ସ୍ୟ ଅଧିକାରୀ ଜଣେ ଦକ୍ଷ ଓ କର୍ତ୍ତବ୍ୟନିଷ୍ଠ ଅଧିକାରୀ ବୋଲି କହିଥିଲେ।

ଉକ୍ତ ସଭାରେ ଉପସ୍ଥିତ ଥିବା ଅନ୍ୟ ମତ୍ସ୍ୟ ଚାଷୀମାନେ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟ ଶୈଳୀ, ସରଳତା, ଉତ୍ତମ ବ୍ୟବହାର ଓ ଲୋକପ୍ରିୟତା ସମ୍ପର୍କରେ ଆଲୋକ ପାତ କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ନୀଳଲୋହିତ ହରିଚନ୍ଦନ ପରିଚାଳନା କରିଥିବା ବେଳେ ପୂର୍ଣ୍ଣ ଚନ୍ଦ୍ର ସାହୁ, ସତ୍ୟବାନ ସାହୁ, ମନୋଜ କୁମାର ପଟ୍ଟନାୟକ, ଉମାକାନ୍ତ ମଲିକ, ବିଷ୍ଣୁ ପ୍ରସାଦ ମିଶ୍ର, କାଁହୁ ଚରଣ ସୁବୁଦ୍ଧି, ସୁକାନ୍ତ କୁମାର ଗିରି ପ୍ରମୁଖ ସହଯୋଗ କରିଥିଲେ।

ଉକ୍ତ ସଭା ରେ ବାଣପୁର ବ୍ଲକ ର ଏକ ଶହରୁ ଉର୍ଦ୍ଧ ମତ୍ସ୍ୟ ଚାଷୀମାନେ ଯୋଗ ଦେଇଥିଲେ।

ବାଣପୁର ବ୍ଲକ ବିଦାୟ ସମ୍ବର୍ଦ୍ଧନା ସଭା
Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶା ସାଇବର ସୁରକ୍ଷା ଅଭିଯାନ: ବାଣପୁରରେ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

November 7, 2025

ବାଣପୁର: ଜାତୀୟ ଗୀତର ୧୫୦ ତମ ପୂର୍ତ୍ତି ଦିବସ ପାଳିତ

November 7, 2025

ଆଇଏଏସ ଶୁଭ୍ରା ପଣ୍ଡା ହେଲେ ନାକଟିଦେଉଳ ବ୍ଲକ ବିଡ଼ିଓ

November 6, 2025

ଚିଲିକା ବୋଇତ ବନ୍ଦାଣ ଉତ୍ସବ ମଞ୍ଚରେ କବିତା ପାଠୋତ୍ସବ

November 4, 2025
Latest News

ନିର୍ବାଚନ ସମ୍ପର୍କିତ ଭ୍ରାନ୍ତିପୂର୍ଣ୍ଣ ସୂଚନା ପ୍ରସାର ନ କରିବା ପାଇଁ ମୁଖ୍ୟ ନିର୍ବାଚନ କମିଶନରଙ୍କ ନିର୍ଦ୍ଦେଶ

November 9, 2025

ରଥଯାତ୍ରା ସମୟରେ ଦଳାଚକଟା ଘଟଣା: ୭ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ

November 9, 2025

ବାରାଣସୀରୁ ଚାରୋଟି ନୂତନ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

November 9, 2025

ଆଜି ନଭେମ୍ବର ୯ ତାରିଖ ରବିବାରରେ ଏହି ସାତଟି ରାଶିର ଭାଗ୍ୟ ହେବ ଉଜ୍ଜଳ

November 9, 2025

ଏହି ଦୁଇ ଆଫ୍ରିକୀୟ ଦେଶ ଗସ୍ତରେ ଗଲେ ରାଷ୍ଟ୍ରପତି

November 8, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.