Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ବ୍ଳକ୍ ସ୍ତରୀୟ ‘ବର୍ଣାଳୀ’ପ୍ରଶିକ୍ଷଣ
ଆଞ୍ଚଳିକ

ବାଣପୁର: ବ୍ଳକ୍ ସ୍ତରୀୟ ‘ବର୍ଣାଳୀ’ପ୍ରଶିକ୍ଷଣ

November 22, 2024No Comments1 Min Read
Share Facebook Twitter LinkedIn Email WhatsApp Copy Link

ବାଣପୁର: ବାଣପୁର ବ୍ଳକ୍ ଅଧିନସ୍ଥ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟଠାରେ ତିନି ଦିନିଆ ପ୍ରଶିକ୍ଷଣ ଶିବିର ‘ବର୍ଣାଳୀ’ ତା ୨୦.୧୧.୨୦୨୪ ରିଖ ଦିନ ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ଵାରା ଉକ୍ତ କାର୍ଯ୍ୟକ୍ରମ ବାଣପୁର ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ଆନୁକୁଲ୍ୟରେ ଆୟୋଜିତ ହୋଇଥିଲା।

ଏହି ବ୍ଳକ୍ ସ୍ତରୀୟ ପ୍ରଶିକ୍ଷଣ ଶିବିରରେ ୫୬ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ସାମାଜିକ ଲିଙ୍ଗ ଭିତ୍ତିକ ସମତା ଓ ପାଠ୍ୟକ୍ରମରେ ସଂଯୋଗୀକରଣ ସଂପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ସମ୍ବଳ ଶିକ୍ଷକ ତଥା ରିସୋର୍ସ ପର୍ସନ ସନ୍ତୋଷ କୁମାର ଷଡଙ୍ଗୀ, ସୁଶାନ୍ତ କୁମାର ରଥ, ବିଶ୍ଵରଞ୍ଜିତା ପ୍ରଧାନ ଓ ଜୋସ୍ତ୍ନାମୟୀ ଜେନା ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ। ବ୍ଳକ୍ ଶିକ୍ଷା ଅଧିକାରିଣୀ ସି. ଏଚ୍. ବିଜୟା ଲକ୍ଷ୍ମୀ,ବି ଆର୍ ସି ସି ପ୍ରଭାତ କୁମାର ସେଠୀ ଓ ପ୍ରଶିକ୍ଷଣ ଚାଲିଥିବା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରାମଚନ୍ଦ୍ର ବେହେରା ଶିବିରରେ ଯୋଗଦାନ କରି ପ୍ରଶିକ୍ଷାର୍ଥୀ ମାନଙ୍କୁ ପ୍ରଶିକ୍ଷଣର ଉଦ୍ଦେଶ୍ୟ କିପରି ଭାବେ ବିଦ୍ୟାଳୟ ମାନଙ୍କରେ ପ୍ରତିଫଳିତ ହେବ ସେଥିପାଇଁ ସମସ୍ତେ ଚେଷ୍ଟିତ ହେବାସହ ପୁଅ ଝିଅ ମଧ୍ୟରେ ସାମାଜିକ ଲିଙ୍ଗ ବିଭେଦତା ନରଖି ସମସ୍ତଙ୍କୁ ଏକାଠି ନେଇ କାର୍ଯ୍ୟ କରିବା ପାଇଁ ପରାମର୍ଶ ଦେଇଥିଲେ।

ଏକ ସୁସ୍ଥ ସମାଜ ଗଠନରେ ନାରୀ ଓ ପୁରୁଷର ସମାନ ଅବଦାନ ରହିଥାଏ। ବିଦ୍ୟାଳୟରୁ ହିଁ ପିଲାମାନେ ଏହି ଧାରଣା ନେଇ ଏତେ ବଢିଲେ ଏକ ସମୃଦ୍ଧ ରାଷ୍ଟ୍ର ଗଠନ ସମ୍ଭବ ହୋଇପାରିବ। ପରିଶେଷରେ ସମସ୍ତ ପ୍ରଶିକ୍ଷାର୍ଥୀଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା।

ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ ପ୍ରଶିକ୍ଷଣ ଶିବିର ବାଣପୁର ବ୍ଳକ୍
Share. Facebook Twitter LinkedIn Email WhatsApp Copy Link

Related Posts

ତାମିଲନାଡୁରେ ଆଉ ଜଣେ ଓଡ଼ିଆ ଦାଦନ ଶ୍ରମିକଙ୍କ ମୃତ୍ୟୁ

October 14, 2026

ବିରଳ ବଜ୍ରକାପ୍ତା ଉଦ୍ଧାର

October 13, 2026

କରୁଣାଶାନ୍ତି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜୟନ୍ତୀ ପାଳିତ

October 10, 2026

ବାରୁଦ ଓ ବାଣ ସାମଗ୍ରୀ ଜବତ, ଅଭିଯୁକ୍ତ ଗିରଫ

October 9, 2026
Latest News

ଛାତ୍ର ସଂସଦ ନିର୍ବାଚନ ଫଳାଫଳ: କେଉଁ ଦଳର କେତେ ସଫଳତା?

October 15, 2026

କ୍ୟାମ୍ପସ ରାଜନୀତି: ନିର୍ବାଚନ ଫଳାଫଳ ପ୍ରକାଶ

October 15, 2026

ଟି-୨୦ କ୍ରିକେଟ: ଲଜ୍ଜାଜନକ ରେକର୍ଡ ତାଲିକାରେ ସାମିଲ ହେଲେ ଶ୍ରେୟସ ଆୟର

October 15, 2026

ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା, କେନ୍ଦ୍ର ଏବଂ ପୋଲିସକୁ ନୋଟିସ: ଏସଆଇଆର ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଶୁଣାଣି

October 15, 2026

ହିନ୍ଦୁ ମନ୍ଦିରରେ ଆକ୍ରମଣ ଷଡ଼ଯନ୍ତ୍ର ପଣ୍ଡ, ଜଣେ ଗିରଫ

October 15, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.